ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା: ଆବେଦନକାରୀଙ୍କୁ ଅଣଦେଖା

ରଣପୁର,୨୬ା୯(ସ୍ବ.ପ୍ର.): ରଣପୁର ଏନ୍‌ଏସିରେ ସ୍ବଚ୍ଛ ସାଥୀ ଚୟନରେ ଅନିୟମିତତା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିରେ ଆବେଦନକାରୀଙ୍କୁ ଅଣଦେଖା କରାଯାଇ ଅଣଆବେଦନକାରୀଙ୍କୁ ଅନୁକମ୍ପା ଦେଖାଇ ନିଯୁକ୍ତି ମିଳିଛି ବୋଲି ଦର୍ଶାଯାଇଛି। ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ରଣପୁର ଏନ୍‌ଏସିରେ ୩ ସ୍ବଚ୍ଛ ସାଥୀ ଓ ୧ ସୁପରଭାଇଜର ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ହେଲେ କେବଳ ୩ ସ୍ବଚ୍ଛ ସାଥୀଙ୍କ ନିଯୁକ୍ତି କାର୍ଯ୍ୟ ପ୍ରଥମେ ହୋଇଥିଲା। ଏଥିପାଇଁ ୧୩ ଜଣ ଆବେଦନ କରିଥିଲେ। ଯୁକ୍ତ ୨ ପାସ କରିଥିବା ସ୍ବୟଂ ସହାୟିକା ଗୋଷ୍ଠୀ ସଭ୍ୟା କେବଳ ଏଥିରେ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ଏଥିପାଇଁ ବିଜ୍ଞାପନ ବାହାରି ନ ଥିଲା। ଏପରିସ୍ଥଳେ ୧୩ ଆବେଦନକାରୀଙ୍କୁ ବାଦ୍‌ ଦେଇ ୩ ଜଣଙ୍କୁ ନିଯୁକ୍ତି ମିଳିଛି । ନିଯୁକ୍ତି ପାଇଥିବା ୩ ସ୍ବଚ୍ଛ ସାଥୀଙ୍କୁ ବୁଧବାର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦେଇଛନ୍ତି। ଏଣେତେଣେ ଅଳିଆ ନ ପକାଇ କେବଳ ଡଷ୍ଟବିନ୍‌ରେ ପକାଇବାକୁ ବିଭିନ୍ନ ୱାର୍ଡ ବୁଲି ସଚେତନତା ସୃଷ୍ଟି କରିବା ସ୍ବଚ୍ଛ ସାଥୀର କାର୍ଯ୍ୟ ବୋଲି କୁହାଯାଇଛି। ଆଗାମୀ ଦିନରେ ପୁଣି ୩ଜଣ ରହିବାର ବ୍ୟବସ୍ଥା ରହିଛି। ଏ ନେଇ ମା’ ତାରିଣୀ ସ୍ବୟଂ ସହାୟିକା ଗୋଷ୍ଠୀର ଲକ୍ଷ୍ମୀପ୍ରିୟା ସାହୁ କୁହନ୍ତି, ମୁଁ ବିଏ ପାସ୍‌ କରି ଆବେଦନ କରିଥିଲି। ମୋତେ ସୁଯୋଗ ଦିଆଗଲାନି। ମୋଠାରୁ କମ୍‌ ପାଠ ପଢ଼ି ଆବେଦନ କରି ନ ଥିବା ପ୍ରାର୍ଥୀ ନିଯୁକ୍ତି ପାଇଛନ୍ତି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଗଲା ନାହିଁ । ରାନୁପ୍ରିୟା ମଲ୍ଲିକ କୁହନ୍ତି, ମୁଁ ଉଚ୍ଚ ଶିକ୍ଷିତା ହୋଇଥିବାବେଳେ ମୋତେ ଅଣଦେଖା କରାଗଲା। ଆବେଦନ କରିଥିଲେ ବି ମୋତେ ସାକ୍ଷାତକାରକୁ ଡକାଇଲେ ନାହିଁ। ଏନ୍‌ଏସି ନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ କୁହନ୍ତି, ସ୍ବଚ୍ଛ ସାଥୀ ପାଇଁ ବିଜ୍ଞାପନ ପ୍ରକାଶ କରିବାର ଆବଶ୍ୟକତା ନାହିଁ। ଆବେଦନକାରୀଙ୍କ ମଧ୍ୟରୁ ଚୟନ କରାଯିବା ମଧ୍ୟ ନିିୟମ ନାହିଁ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନଙ୍କର କାର୍ଯ୍ୟ କରିବାର ଦକ୍ଷତା ରହିଛି ସେପରି ସ୍ବୟଂ ସହାୟିକା ଗୋଷ୍ଠୀର ୩ଜଣଙ୍କୁ ନିଯୁକ୍ତି ଦିଆଯାଇ ପ୍ରଶିକ୍ଷଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ଡାକ୍ତରଖାନାରେ ପଶିଲା ନର୍ଦ୍ଦମା ପାଣି

ବସ୍ତା, ୨୫।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଶନିବାର ରାତିରୁ ବର୍ଷା ଲାଗି ରହିବାରୁ ବସ୍ତା ଡାକ୍ତରଖାନାରେ ରବିବାର ହଠାତ୍‌ ନର୍ଦ୍ଦମା ପାଣି ପଶିଯାଇଥିଲା। ଡାକ୍ତରଖାନା ପାଖ ଡ୍ରେନ୍‌ରେ ଅନାବନ...

କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା

ନିରାକାରପୁର,୧୯।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା କେବିଡିଏଭି କଲେଜରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୩ ଦଫା ଦାବି ପୂରଣ ନେଇ ଅଞ୍ଚଳର ଜନପ୍ରତିନିଧି...

ବିଦ୍ୟୁତ୍‌ ତାର ବିଛାଇ ଦନ୍ତାହାତୀ ଶିକାର

ଅମରପାଲି, ୨୦-୧୧ (ଡି.ଏନ.ଏ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତ ସାରସଦାଦର ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀ ଶିକାର କରାଯାଇଛି। ଶିକାର ପରେ ହାତୀର...

ଋଣ ପରିଶୋଧ କରି ନ ପାରି ହାରିଦେଲେ ଜୀବନ

ମାଧପୁର,୧୭ା୮(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅଧୀନ ମୁଣ୍ଡପଡ଼ା ଛକ ନିକଟ ବିନୋଦପୁର ଜଙ୍ଗଲର ଗୋଟିଏ ମହୁଲ ଗଛରେ ବେକରେ ରଶି ଦେଇ...

ନିଜ ବିକାଶ ନିଷ୍ପତ୍ତି ନେବେ ଆଦିବାସୀ

ଭୁବନେଶ୍ୱର,୧୪-୧(ବ୍ୟୁରୋ):ଆଦିବାସୀ ଗ୍ରାମକୁ ମିଳିବ କ୍ଷମତା। ସେମାନଙ୍କ ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ କ୍ଷେତ୍ର ଅକ୍ଷୁଣ୍ଣ ରହିବ। ସବୁକିଛି ନିଷ୍ପତ୍ତି ନେବ ଗ୍ରାମ ପରିଷଦ(କାଉନ୍‌ସିଲ)। ସେମାନଙ୍କ ଜୀବନଜୀବିକା, ପରମ୍ପରା...

‘ବିଶ୍ୱସ୍ତ, କ୍ରିୟାଶୀଳ ହେଉ ଶାସନତନ୍ତ୍ର’

ଭୋଗରାଇ, ୧୩।୧(ପ୍ରଦୀପ ଦାସ)-ସନାତନ ଧର୍ମ ସମସ୍ତ ଧର୍ମର ଆଧାର। ଏହାର ବିକଳ୍ପ ନାହଁି କି ଶେଷ ନାହଁି। ସମଗ୍ର ବିଶ୍ୱରେ ଅଧର୍ମୀମାନଙ୍କ ଦୌରାମତ୍‌ୟ ବଢ଼ିଚାଲିଥିବା ବେଳେ...

ଷ୍ଟେଟବ୍ୟାଙ୍କ ଲକରରୁ କିପରି ଗାଏବ ହେଲା ଅଳଙ୍କାର

ବରଗଡ଼ ଅଫିସ୍‌,୧୮।୨: ବରଗଡ଼ ସହରରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାରୁ ଜଣେ ଗ୍ରାହକଙ୍କ ଲକରରୁ ୩୩ ଲକ୍ଷ ୩୭ ହଜାର ଟଙ୍କାର ସୁନା, ରୂପା ଅଳଙ୍କାର...

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ...

Advertisement
Archives

Model This Week