ସ୍ବଚ୍ଛ ସହରାଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ପ୍ରଶଂସିତ

ଭୁବନେଶ୍ୱର,୨୦।୧(ବ୍ୟୁରୋ): ରାଜ୍ୟର ୧୧୪ଟି ପୌରସଂସ୍ଥା ମଧ୍ୟରୁ ୧୧୦ଟିକୁ କେନ୍ଦ୍ର ସରକାର ତୃତୀୟ ପକ୍ଷର ଆକଳନ ଆଧାରରେ ବାହ୍ୟ ମଳମୁକ୍ତ(ଓଡିଏଫ୍‌) ପୌରାଞ୍ଚଳ ଭାବେ ପ୍ରମାଣପତ୍ର ଦେଇଛନ୍ତି। ୨୦୧୯ରେ ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ସ୍ଥାନ ୧୭ରେ ରହିଛି। ଇତିମଧ୍ୟରେ ପୌରାଞ୍ଚଳରେ ୧,୩୨,୫୨୪ଟି ବ୍ୟକ୍ତିଗତ ପାଇଖାନା, ୫୨୧୩ ଗୋଷ୍ଠୀ ପାଇଖାନା ଓ ୪୪୨୧ଟି ସର୍ବସାଧାରଣ ପାଇଖାନା ନିର୍ମାଣ ହୋଇଛି। ସ୍ବଚ୍ଛ ଭାରତ ମିଶନରେ ଥିବା ଧାର୍ଯ୍ୟ ଲକ୍ଷ୍ୟଠାରୁ ଏହି ସଂଖ୍ୟା ଅଧିକ ରହିଥିବା ଜଣାପଡ଼ିଛି।
ବ୍ରହ୍ମପୁର ମହାନଗର ନିଗମ କେନ୍ଦ୍ର ସରକାରଙ୍କ ଓଡିଏଫ୍‌ ++ ପ୍ରମାଣପତ୍ର ପାଇଥିବାବେଳେ ଏବେ ଏହି ପୌରସଂସ୍ଥା ଆବର୍ଜନାମୁକ୍ତ ସହର ଲାଗି ୩ ତାରକା(ଷ୍ଟାର) ପ୍ରମାଣପତ୍ର ପାଇଁ ଆବେଦନ କରିଛି। ଯାଜପୁର, ତରଭା ଓ ପାରାଦୀପ ଭଳି ଚାରୋଟି ପୌରସଂସ୍ଥା ସ୍ବଚ୍ଛ ସର୍ବେକ୍ଷଣ ୨୦୧୯ ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନୂଆଦିଲ୍ଲୀରେ ପୁରସ୍କୃତ ହୋଇଛି। ୮୬ ପୌରସଂସ୍ଥା ଓଡିଏଫ୍‌ ++ ବର୍ଗରେ ସାମିଲ ଲାଗି ଆବେଦନ କରିଛନ୍ତି। ରାଜ୍ୟର ବିଭିନ୍ନ ପୌରାଞ୍ଚଳର ୩୩୩ ଗୋଷ୍ଠୀ ଏବଂ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଥିବା ପାଇଖାନା ଆଇଏସ୍‌ଓ ପ୍ରମାଣପତ୍ର ଲାଭ କରିଛି। ଏହାବ୍ୟତୀତ ସ୍ବଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ପାଇଁ ରାଜ୍ୟ ସରକାର ଓଡ଼ିଶା ସହରାଞ୍ଚଳ ପରିମଳ ନୀତି ଏବଂ ଓଡ଼ିଶା ସହରାଞ୍ଚଳ ପରିମଳ ଷ୍ଟ୍ରାଟେଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଓଡିଏଫ୍‌ ମାନ୍ୟତା ପାଇଲା ପରେ ବର୍ତ୍ତମାନ ସମସ୍ତ ପୌରସଂସ୍ଥା ଓଡିଏଫ୍‌ ++ ମାନ୍ୟତା ପାଇବା ଲାଗି ମଳ ବିଶୋଧନ ପ୍ଲାଣ୍ଟ ନିର୍ମାଣ ଚଳାଇଛନ୍ତି। ଏବେ ସୁଦ୍ଧା ୧୦ଟି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥିବାବେଳେ ୫୨ଟିର ନିର୍ମାଣ କାର୍ଯ୍ୟ ଜାରି ରହିଛି। ଓଡ଼ିଶାର ଏଭଳି ପଦକ୍ଷେପକୁ କେନ୍ଦ୍ର ସରକାର ସ୍ବୀକୃତି ପ୍ରଦାନ ସହିତ ଅନ୍ୟ ରାଜ୍ୟରେ ଅନୁରୂପ ପ୍ଲାଣ୍ଟ ନିର୍ମାଣ ପାଇଁ ପରାମର୍ଶ ଦେଇଛନ୍ତି। ସହରାଞ୍ଚଳରେ ଥିବା ଅଧାରୁ ଅଧିକ ଗୋଷ୍ଠୀ ପାଇଖାନା ଆଇଏସ୍‌ଓ ୯୦୦୧:୨୦୧୫ ସାର୍ଟିଫିକେଟ ହାସଲ କରିଛନ୍ତି। ରାଜ୍ୟର ସହରାଞ୍ଚଳଗୁଡ଼ିକରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୭୬ କୋଟି ଟଙ୍କା ବ୍ୟୟ ଅଟକଳରେ ୧୧୪ ପୌରାଞ୍ଚଳରେ ଏହି ଧରଣର ୨୪୨ଟି ପ୍ଲାଣ୍ଟ ସହ ମ୍ୟାଟେରିଆଲ ରିକଭରି ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିସାରିଛନ୍ତି। ଦୈନନ୍ଦିନ ବର୍ଜ୍ୟବସ୍ତୁ ପରିଚାଳନା ଲାଗି ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ୨୫୦୦ ମହିଳାଙ୍କୁ ସ୍ବଚ୍ଛସାଥୀ ଓ ସୁପରଭାଇଜର ଭାବେ ନିଯୁକ୍ତ କରାଯାଇଛି। ସହରାଞ୍ଚଳରେ ପରିଷ୍କାର ପରିଚ୍ଛନ୍ନତା ପାଇଁ ୧୪,୦୦୦ ଅଧିକ ସଫେଇୱାଲାଙ୍କୁ ସାମିଲ କରାଯାଇଛି। ସଫେଇୱାଲାଙ୍କୁ ଦୁଇ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇ ସାରିଥିବାବେଳେ ୨୦୨୦ ସ୍ବଚ୍ଛ ସର୍ବେକ୍ଷଣରେ ଉତ୍ତମ ପ୍ରଦର୍ଶନ ଲାଗି ପ୍ରୟାସ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri