Posted inଖେଳ

ସ୍ପୋଟର୍‌ସ ଇଞ୍ଜୁରି : ୧୨,୦୦୦ ଡାକ୍ତରଙ୍କ ସହ ସଚିନଙ୍କ ଆଲୋଚନା

ମୁମ୍ବାଇ,୧୨।୪(ପି.ଟି.): କ୍ରୀଡ଼ାରେ ଆଘାତ ସମସ୍ୟା ବା ସ୍ପୋଟର୍‌ସ ଇଞ୍ଜୁରି ନେଇ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୨,୦୦୦ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି। ନିଜର ଅଗାଧ ଅଭିଜ୍ଞତା ଓ ଜ୍ଞାନ ବାଣ୍ଟିବାକୁ ସବୁବେଳେ ଇଚ୍ଛା ଜାହିର କରିଆସୁଥିବା ତେନ୍ଦୁଲକର ଏହି ଡାକ୍ତରମାନଙ୍କୁ ଶନିବାର ବିଭିନ୍ନ ପରାମର୍ଶ ଦେଇଥିଲେ। ପାଖାପାଖି ଦୁଇ ଦଶନ୍ଧିଧରି କ୍ରିକେଟ ଖେଳିଥିବା ସଚିନଙ୍କ ନିକଟରେ ବିଭିନ୍ନ ପ୍ରକାର ଅଭିଜ୍ଞତା ରହିଛି। ଦୀର୍ଘ ଦିନର କ୍ୟାରିୟରରେ ତେନ୍ଦୁଲକର ବହୁତ ତଥା ଭିନ୍ନ ଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରି ଆସୁଥିଲେ। ଏହି ସମସ୍ୟାଗୁଡ଼ିକ ମଧ୍ୟରେ ଟେନିସ ଏଲ୍‌ବୋ ଇଞ୍ଜୁରି ସବୁଠାରୁ ଚର୍ଚ୍ଚିତ ଥିଲା।
ତେନ୍ଦୁଲକର ୨୦୦ଟି ଟେଷ୍ଟ ଓ ୪୬୩ଟି ଦିନିକିଆ ମ୍ୟାଚ୍‌ ଖେଳିଥିଲେ। ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ଦେଶର କେତେକ ଯୁବ ଅର୍ଥୋପେଡିକ ସର୍ଜନମାନେ ଇଣ୍ଟରନେଟ ମାଧ୍ୟମରେ ସେମିନାର (ଓ୍ବେବିନାର୍ସ) ମାଧ୍ୟମରେ ସ୍ପୋଟର୍‌ସ ଇଞ୍ଜୁରି ସଂକ୍ରାନ୍ତରେ ଜାଣିବାକୁ ଇଚ୍ଛା ଜାହିର କରିଥିଲେ। ଡ. ସୁଧୀର ଓ୍ବାରିୟର ଏ ନେଇ ସଚିନଙ୍କୁ ଅବଗତ କରାଇଥିଲେ।
ଶନିବାର ଏ ନେଇ ଏକ ସେସନର ଆୟୋଜନ ହୋଇଥିଲା ଓ ଯୁବ ଡାକ୍ତରମାନେ ସଚିନଙ୍କଠାରୁ ବହୁତ କିଛି ଶିକ୍ଷା କରିଥିଲେ। ଏହି ସେମିନାରରେ ୧୨,୦୦୦ ଡାକ୍ତର ସାମିଲ ହୋଇଥିଲେ। ଡାକ୍ତରମାନଙ୍କଠାରୁ ଏନେଇ ବହୁତ ସାହାଯ୍ୟ ପାଇଥିବା କଥା ୪୬ ବର୍ଷୀୟ ସଚିନ ଏହି ଆଲୋଚନ ଅବସରରେ କହିଥିଲେ। ଏହି ସେସନ ମାଧ୍ୟମରେ ଯୁବ ଡାକ୍ତରମାନେ ଆଥଲେଟମାନଙ୍କ ଆଘାତ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲେ। ଡ. ଓ୍ବାରିୟର ଏହି ସେସନ ସଂଯୋଜନା କରିଥିଲେ। ପିଜିଓଥେରାପିଷ୍ଟ ନୀତୀନ ପଟେଲ ତାଙ୍କୁ ଏଥିରେ ସହଯୋଗ କରିଥିଲେ। ପଟେଲ ପୂର୍ବରୁ ଭାରତୀୟ କ୍ରିକେଟ ଦଳ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ ସହିତ କାର୍ଯ୍ୟ କରି ବହୁ ଅଭିଜ୍ଞତା ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଶାବକ ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri