ସ୍ପେସ୍‌ ହୋମ ଦେବ ସୁଖଦ ଅନୁଭୂତି

ନ୍ୟୁୟର୍କ: ବିଶ୍ୱବ୍ରହ୍ମାଣ୍ଡର ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ମହାକାଶ। ଅର୍ଥାତ୍‌ ଜଣେ ଚାହିଁଲେ ମହକାଶକୁ ଯାଇପାରିବ। ସେଠାରୁ ଉପଭୋଗ କରିପାରିବ ପୃଥିବୀର ମନୋରମ ଦୃଶ୍ୟ। ହଁ ଏକଥା ସତ ଯେ, କେବଳ ଦୁଃସାହସିକ କାର୍ଯ୍ୟ ଏବଂ ମହାକାଶ ଉପରେ ରୁଚି ରଖୁଥିବା ବ୍ୟକ୍ତିମାନେ ଏହାର ଆନନ୍ଦ ଉଠାଇପାରିବେ। ପୃଥିବୀର କକ୍ଷଠାରୁ ଦୂରରେ ରହି ସବୁଜ ଗ୍ରହକୁ ଦେଖିବାର ମଜା ନେବାକୁ ପକେଟ୍‌ରୁ ଖର୍ଚ୍ଚ ହୋଇପାରେ ମୋଟା ରକମର ଅର୍ଥ। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଖୁବ୍‌ଶୀଘ୍ର ପର୍ଯ୍ୟଟକଙ୍କୁ ଏପରି ସୁଯୋଗ ଯୋଗାଇଦେବାକୁ ଉଦ୍ୟମ ଚଳାଇଛି, ଯାହାର ନାମ ରଖାଯାଇଛି ‘ସ୍ପେଶ ହୋମ୍‌’।
ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ନାସା ପକ୍ଷରୁ ନିର୍ମାଣ କରାଯାଉଛି ଏକ ଅତ୍ୟାଧୁନିକ ମୋଡ୍ୟୁଲ୍‌। ଏହାକୁ ସାକାର ରୂପ ଦେବାକୁ ଟେକ୍ସାସ ବେସ୍‌ଡ୍‌ ଷ୍ଟାର୍ଟଅପ୍‌ କମ୍ପାନୀ ‘ଏକ୍‌ଜିୟମ ସ୍ପେସ୍‌’ ସହିତ ଆଲୋଚନା ସରିଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ ତେବେ ୨୦୨୪ ସୁଦ୍ଧା ମହାକାଶ ପର୍ଯ୍ୟଟନର ମଜା ନେଇପାରିବେ ପର୍ଯ୍ୟଟକ। ଏପରି ମୋଡ୍ୟୁଲ ଏବଂ ପ୍ରକଳ୍ପ ପ୍ରସ୍ତୁତ କରିବା ପଛର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ବ୍ୟବସାୟିକ ଅଗ୍ରଗତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଆଗରୁ ଏକ୍‌ଜିୟମ ସ୍ପେସ୍‌ ପକ୍ଷରୁ ଏହାର କନ୍‌ସେପ୍ଟ ଫଟୋ ରିଲିଜ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ନାସା ପକ୍ଷରୁ କୁହାଯାଇଛି, ନୋଡ୍‌ ମୋଡ୍ୟୁଲ, ରିସର୍ଚ୍ଚ ଆଣ୍ଡ ମାନୁଫ୍ୟାକ୍‌ଚରିଂ ଫେକଲଟି, ଲାର୍ଜ ଓ୍ବିଣ୍ଡୋ ଆର୍ଥ ଅବ୍‌ଜର୍‌ଭେଟିରି ଏବଂ କ୍ର୍ୟୁ ହେବିଟାଟ୍‌ ୟୁନିଟ୍‌କୁ ନେଇ ମୋଡ୍ୟୁଲ୍‌ ପ୍ରସ୍ତୁତ କରାଯିବ। ଏହି ସେଗ୍‌ମେଣ୍ଟ ସହଜରେ ଆଇଏସ୍‌ଏସ୍‌ ସହିତ ଯୋଡ଼ି ହୋଇପାରିବ। ଆବଶ୍ୟକ ସମୟରେ ଏହାକୁ ପୃଥକ୍‌ ବି କରାଯାଇପାରିବ। ଗତବର୍ଷ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ୨-୩ ବର୍ଷ ଲାଗିଯାଇପାବେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି।
ଏହି ମୋଡ୍ୟୁଲ୍‌ ମହାକାଶରେ ଅଦ୍ୟାବଧି କରାଯାଇଥିବା ସବୁଠାରୁ ବଡ଼ ନିର୍ମାଣ। ଏଥିରେ ସଂଲଗ୍ନ କ୍ର୍ୟୁ କ୍ୱାର୍ଟର୍ସ ପର୍ଯ୍ୟଟକଙ୍କ ସୁଖଦ ଅନୁଭୂତି ଦେବ। ଏହି କ୍ୱାର୍ଟର୍ସର ଭିତର ପାର୍ଶ୍ୱ କାନ୍ଥ ଗଦିରେ ନିର୍ମିତ। ଏଠାରେ ଓ୍ବାଇ ଫାଇ, ଏଲ୍‌ଇଡି, ମିରର ଏବଂ ଗ୍ଲାସ୍‌ ଓ୍ବିଣ୍ଡୋ ସୁବିଧା ରହିବ। ଜିରୋ ଗ୍ରାଭିଟିରେ ସହଜରେ ସଞ୍ଚାଳନ ପାଇଁ କ୍ର୍ୟୁକ୍ୱାର୍ଟର୍ସର ବିଭିନ୍ନ ସ୍ଥାନରେ ରେଲିଂ ଲଗାଯାଇଛି। ମୋଡ୍ୟୁଲ୍‌ର ନିମ୍ନଭାଗରେ ୩୬୦ ଡିଗ୍ରୀ ଆର୍ଥ ଅବ୍‌ଜର୍‌ଭେଟିରି ଓ୍ବିଣ୍ଡୋ ରହିବ। ଏହାର ସହାୟତାରେ ଜଣେ ପର୍ଯ୍ୟଟକ ପୃଥିବୀର ୩୬୦ ଡିଗ୍ରୀ ଭ୍ୟୁ ଦେଖିପାରିବେ। ଏପରି ନିଆରା ଯୋଜନା ମହାକାଶ ପର୍ଯ୍ୟଟନକୁ ନୂଆ ଦିଗ ଦେଖାଇଥିବା ନାସା ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri