Posted inଜାତୀୟ

ସ୍ପେସ୍‌ ଷ୍ଟେଶନ ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ,୧୪ା୬(ଆଇଏଏନ୍‌ଏସ୍‌):ଭାରତ ୨୦୩୦ ସୁଦ୍ଧା ନିଜସ୍ବ ସ୍ପେସ୍‌ ଷ୍ଟେଶନ ଲଞ୍ଚ୍‌ କରିବାକୁ ଯୋଜନା କରିଥିବା ଇସ୍ରୋ (ଇଣ୍ଡିଆନ୍‌ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେଶନ୍‌)ର ଅଧ୍ୟକ୍ଷ କେ. ଶିବନ୍‌ ପ୍ରକାଶ କରିଛନ୍ତି। ଉକ୍ତ ସ୍ପେସ୍‌ ଷ୍ଟେଶନର ଓଜନ ପାଖାପାଖି ୨୦ ଟନ୍‌ ହେବ ବୋଲି ଆକଳନ କରାଯାଇଛି। ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ ‘ଗଗନଯାନ ମିଶନ୍‌’ର ଏହାର ସମ୍ପ୍ରସାରିତ ଅଂଶ। ୨୦୨୨ରେ ଗଗନଯାନର ସମ୍ପୂର୍ଣ୍ଣ ସଫଳତା ପରେ ୫ରୁ ୭ବର୍ଷ ମଧ୍ୟରେ ଭାରତ ଏକ ପୃଥକ୍‌ ସ୍ପେସ୍‌ ଷ୍ଟେଶନ୍‌ ମହାକାଶରେ ସ୍ଥାପନ କରିବ। ଉକ୍ତ ଷ୍ଟେଶନ୍‌ରେ ମାଇକ୍ରୋଗ୍ରାଭିଟି ଏକ୍ସପେରିମେଣ୍ଟ (ଅଣୁମାଧ୍ୟାକର୍ଷଣ ପର୍ଯ୍ୟବେକ୍ଷଣ) କରାଯିବ ବୋଲି ଶିବନ୍‌ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାକାଶଚାରୀମାନେ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ମହାକାଶରେ ଯେପରି ରହିପାରିବେ ତାହାକୁ ଦୃଷ୍ଟିରେ ରଖି ଏକ ପ୍ରାଥମିକ ଯୋଜନା ପ୍ରସ୍ତୁତ କରାଯାଉଛି। କିନ୍ତୁ ଗଗନଯାନର ସଫଳତା ପରେ ଏ ସମ୍ପର୍କିତ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବ। ଏହି ପ୍ରକଳ୍ପ ପାଇଁ କୌଣସି ଦେଶର ସହଯୋଗ ଲୋଡାଯିବ ନାହିଁ ବୋଲି ଶିବନ୍‌ କହିଛନ୍ତି।
ଏ ପର୍ଯ୍ୟନ୍ତ ଆମେରିକା, ରୁଷିଆ, ଚାଇନା ଏବଂ କେତେକ ରାଷ୍ଟ୍ର ସାମୂହିକ ଉଦ୍ୟମରେ ମହାକାଶରେ ସ୍ପେସ୍‌ ଷ୍ଟେଶନ୍‌ ସ୍ଥାପନ କରିଛନ୍ତି। ଏଥିସହିତ ସୂର୍ଯ୍ୟ ଓ ଶୁକ୍ର ସମ୍ପର୍କରେ ଅଧ୍ୟୟନ ପାଇଁ ଅନ୍ୟ ଦୁଇଟି ମିଶନ୍‌ ଯଥାକ୍ରମେ ୨୦୨୦ ଓ ୨୦୨୩ରେ ଲଞ୍ଚ୍‌ କରାଯିବା ବୋଲି ଶିବନ୍‌ ଘୋଷଣା କରିଛନ୍ତି।

ସ୍ପେସ୍‌ ଷ୍ଟେଶନର ଉଦ୍ଦେଶ୍ୟ

ସ୍ପେସ୍‌ ଷ୍ଟେଶନକୁ ଅର୍ବିଟାଲ ଷ୍ଟେଶନ୍‌ ବା ଅର୍ବିଟାଲ୍‌ ସ୍ପେସ୍‌ ଷ୍ଟେଶନ୍‌ ମଧ୍ୟ କୁହାଯାଏ। ଏହା ଏକ ସ୍ପେସ୍‌କ୍ରାଫ୍ଟ ଯାହା ମହାକାଶଚାରୀଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ସହାୟତା କରିଥାଏ। ଏହା ସାଧାରଣତଃ ଏକ କୃତ୍ରିମ ଉପଗ୍ରହ ଯାହାକୁ ପୃଥିବୀର ନିମ୍ନ କକ୍ଷରେ ସ୍ଥାପନ କରାଯାଏ। ଏଠାରେ ଛୋଟ ସ୍ପେସ୍‌କ୍ରାଫ୍ଟକୁ ମଧ୍ୟ ଆଶ୍ରୟ ଦିଆଯାଏ। ଏ ପର୍ଯ୍ୟନ୍ତ ଏକ ପୂର୍ଣ୍ଣ କାର୍ଯ୍ୟକ୍ଷମ ସ୍ପେସ୍‌ ଷ୍ଟେଶନ୍‌ ହେଉଛି ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ। ଏହାକୁ ସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ପୂର୍ବରୁ ସ୍ଥାପିତ ସ୍ପେସ୍‌ ଷ୍ଟେଶନ ହେଉଛି ଆଲମାଜ ଓ ସାଲ୍ୟୁଟ୍‌ ସିରିଜ୍‌, ସ୍କାଏଲାବ, ମିର୍‌, ତିଆନ୍‌ଗଙ୍ଗ-୧ ଏବଂ ତିଆନ୍‌ଗଙ୍ଗ-୨। ଚାଇନା, ରୁଷିଆ, ଆମେରିକା ସମେତ କେତେକ ପ୍ରାଇଭେଟ କମ୍ପାନୀ ଆଗାମୀ ଦଶନ୍ଧିରେ ସ୍ପେସ୍‌ ଷ୍ଟେଶନ୍‌ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
ବର୍ତ୍ତମାନ ସ୍ପେସ୍‌ ଷ୍ଟେଶନକୁ ଏକ ଗବେଷଣା ପ୍ଲାଟଫର୍ମ ଭାବେ ବ୍ୟବହାର କରାଯାଉଛି। ମାନବ ଶରୀରରେ ମହାକାଶରେ ଦୀର୍ଘରହଣିର ପ୍ରଭାବ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ଜାରି ରହିଛି। ସ୍ପେସ୍‌ ଷ୍ଟେଶନକୁ ଉଭୟ ସାମରିକ ଏବଂ ବେସାମରିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri