Posted inଖେଳ

ସ୍ପେନ୍‌ରେ ନିୟମ ଭାଙ୍ଗିଲେ ଜୋକୋଭିଚ୍‌

ମାଡ୍ରିଡ୍‌, ୬ା୫: ବିଶ୍ୱର ନମ୍ବରୱାନ ଟେନିସ ଖେଳାଳି ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ସ୍ପେନରେ ଲକଡାଉନ୍‌ ନିୟମ ଭଙ୍ଗ କରିଛନ୍ତି। କରୋନା ଭାଇରସ ସଂକ୍ରମଣ କାରଣରୁ ସମ୍ପୂର୍ଣ୍ଣ ଦେଶ ଏବେ ଲକ୍‌ଡାଉନ୍‌ ଥିବାବେଳେ ଜୋକୋଭିଚ୍‌ ସୋମବାର ଟେନିସ କୋର୍ଟକୁ ଓହ୍ଲାଇ ଚର୍ଚ୍ଚାକୁ ଆସିଛନ୍ତି। ପେସାଦାର ଆଥଲେଟଙ୍କୁ ନିଜ କୋଚ୍‌ଙ୍କ ସହିତ ଟ୍ରେନିଂ ଆରମ୍ଭ କରିବାକୁ ସ୍ପେନ୍‌ରେ ଅନୁମତି ଦିଆଯାଇଛି। ତେବେ ଏହି ଦେଶରେ ଖେଳାଳିଙ୍କୁ ଖେଳ ଭିତ୍ତିଭୂମି ବ୍ୟବହାର ଉପରେ କଟକଣା ବଳବତ୍ତର ରହିଛି। ଆସନ୍ତା ସପ୍ତାହରୁ ପେସାଦାର ଲିଗ୍‌ର ଫୁଟବଲ ଖେଳାଳିଙ୍କୁ ଟ୍ରେନିଂ ସେଣ୍ଟର ବ୍ୟବହାର ପାଇଁ ଅନୁମତି ମିଳିବା ସମ୍ଭାବନା ରହିଛି। ରିପୋର୍ଟ ଅନୁସାରେ ଜୋକୋଭିଚ୍‌ ଲକଡାଉନ୍‌ ସମୟରେ ସ୍ପେନରେ ରହୁଛନ୍ତି। କଟକଣା ସତ୍ତ୍ବେ ସେ ବର୍ବେଲା ଉପକୂଳବର୍ତ୍ତୀ ସହରରେ ଥିବା ଏକ ଟେନିସ କ୍ଲବର କୋର୍ଟ ବ୍ୟବହାର କରିଛନ୍ତି। ”କ୍ଲେ କୋର୍ଟରେ ଖେଳି ମୁଁ ବହୁତ ଖୁସି“ ବୋଲି ଲେଖି ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହା ବ୍ୟତୀତ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଛାଡ଼ିଛନ୍ତି, ଯେଉଁଥିରେ ସେ ପାର୍ଟନରଙ୍କ ସହ ଶଟ୍‌ ବିନିମୟ କରୁଥିବା ପରିଲକ୍ଷିତ ହେଉଛି। ପେସାଦାର ଖେଳାଳିମାନେ ସେମାନଙ୍କ କୋଚ୍‌ଙ୍କ ସହ ବ୍ୟାୟାମ ଆରମ୍ଭ କରିପାରିବେ ବୋଲି ସ୍ପାନିଶ ଟେନିସ ଫେଡେରେଶନ ପକ୍ଷରୁ ସୋମବାର ଏକ ବିବୃତିିରେ ପ୍ରକାଶ କରାଯାଇଛି। ମାତ୍ର ଟେନିସ କୋର୍ଟ ବ୍ୟବହାର କରି ପାରିବେ ନାହିଁ। ଆସନ୍ତା ସପ୍ତାହରୁ ଖେଳାଳିଙ୍କପାଇଁ ନୂଆ ଗାଇଡଲାଇନ୍‌ ଆସିବ ବୋଲି ସ୍ପଷ୍ଟ କରାଯାଇଛି। ସାମ୍ପ୍ରତିକ ସ୍ଥିତିରେ ଜୋକୋଭିଚ୍‌ଙ୍କ ପ୍ରତି ଜରିମାନା ଦଣ୍ଡାଦେଶ ଲାଗୁ କରାଯିବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ନିଜ ଦେଶ ସର୍ବିୟାରେ ସେ ଶୀଘ୍ର ଟେନିସ ଖେଳିବାକୁ ବ୍ୟଗ୍ରତାର ସହିତ ଅପେକ୍ଷା କରିଛନ୍ତି ବୋଲି ଜୋକୋଭିଚ୍‌ ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…

ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri