ସ୍ପା ଆଗରେ ସ୍ବାମୀଙ୍କୁ ପିଟିଲେ ସ୍ତ୍ରୀ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପ୍ରତିଦିନ ସ୍ବାମୀ ଲୁଚିକରି ସ୍ପାକୁ ମସାଜ ପାଇଁ ଯାଆନ୍ତି। ହେଲେ ଘରେ କେହି ଜାଣିପାରନ୍ତି ନାହିଁ। ଶେଷରେ ଶୁକ୍ରବାର ସ୍ତ୍ରୀଙ୍କ ହାତରେ ଧରା ପଡ଼ିଗଲେ ସ୍ବାମୀ। ଏହାପରେ ସ୍ତ୍ରୀ ସ୍ପା ସେଣ୍ଟର ଆଗରେ ସ୍ବାମୀଙ୍କୁ ନିସ୍ତୁକ ପିଟିବା ସହ ହୋହଲ୍ଲା କରିଥିଲେ। ସେଠାରେ ସ୍ପା ନଁ।ରେ ସେକ୍ସ ର଼୍ୟାକେଟ ଚାଲୁଥିବା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ। ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଉକ୍ତ ସ୍ପା ସେଣ୍ଟର ଆଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସେଠାରେ ଦେହ ବ୍ୟବସାୟ ଚାଲୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ସ୍ପା ସେଣ୍ଟରକୁ ଘେରାଉ କରିଥିଲେ। ଖବର ପାଇ ପୋଲିସ ପହଞ୍ଚିବାରୁ ସ୍ପା ସେଣ୍ଟରରେ ଥିବା ଯୁବତୀ ଓ ଗ୍ରାହକମାନେ ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ ଘର ଯାଞ୍ଚ କରିଥିଲେ ମଧ୍ୟ କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିଲା। ତେବେ ଉକ୍ତ ସ୍ପା ସେଣ୍ଟରର କେୟାର ଟେକରଙ୍କୁ ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଶାସ୍ତ୍ରୀନଗରରେ ଥିବା ଏକ ୩ତାଲା କୋଠାର ଉପର ମହଲାକୁ ଜଣେ ମହିଳା ଭଡ଼ା ନେଇ ସ୍ପା ସେଣ୍ଟର ଖୋଲିଥିଲେ। ଘର ମାଲିକଙ୍କୁ ସେ ମାସକୁ ୧୭ ହଜାର ଟଙ୍କା ଭଡ଼ା ଦେଉଥିଲେ। ପ୍ରତିଦିନ ଉକ୍ତ ସ୍ପା ଆଗରେ ଦାମୀ ଗାଡ଼ିି ଲାଗୁଥିଲା। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟାରେ ଜଣେ ବ୍ୟକ୍ତି ଉକ୍ତ ସ୍ପାକୁ ଯାଇଥିଲେ। ଦୀର୍ଘ ଏକ ଘଣ୍ଟା ପରେ ସେଠାରୁ ବାହାରିଥିଲେ। ଏହି ସମୟରେ ସ୍ପା ଆଗରେ ସ୍ତ୍ରୀଙ୍କୁ ଛିଡ଼ା ହୋଇଥିବା ଦେଖି ହଡ଼ବଡ଼େଇ ଯାଇଥିଲେ। ତେବେ ସ୍ତ୍ରୀ ତାଙ୍କୁ ଛାଡ଼ି ନ ଥିଲେ। ଏଠାକୁ କାହିଁକି ଆସୁଥିଲ କହି ପିଟିଥିଲେ। ସେଠାରେ ଲୋକେ ରୁଣ୍ଡ ହୋଇଯିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୪ କଲେଜରେ ଆରମ୍ଭ ହେବ ରେଗୁଲାର ଆଇଟିଇପି

ଭୁବନେଶ୍ୱର, ୧୪।୫(ବ୍ୟୁରୋ): ରାଜ୍ୟର ୧୧ ସରକାରୀ ଡିଗ୍ରୀ କଲେଜ ଓ ୩ ମଡେଲ ଡିଗ୍ରୀ କଲେଜରେ ୨୦୨୩-୨୪ ଶିକ୍ଷାବର୍ଷରୁ ୪ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ...

ଗାଳ୍ପିକ ଚନ୍ଦ୍ରଶେଖରଙ୍କ ପରଲୋକ

ଭୁବନେଶ୍ୱର, ୧୭।୫ (ବ୍ୟୁରୋ): ସାହିତି୍ୟକ, ଅନୁବାଦକ ଓ ଗାଳ୍ପିକ ଚନ୍ଦ୍ରଶେଖର ଦାସବର୍ମାଙ୍କ ପରଲୋକ ହୋଇଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ...

ଉଜୁଡ଼ିବ ହାତୀ କରିଡର ବେଲଡୁଙ୍ଗୁରି

ସମ୍ବଲପୁର,୧୩ା୧୨(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ପଡିଆବାହାଲ ରେଞ୍ଜ ଅଞ୍ଚଳରେ ଇଡ୍‌କୋ ପକ୍ଷରୁ ୫୦୦ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଜମିରେ ଏକ...

ସ୍ବାସ୍ଥ୍ୟ, ଭିତ୍ତିଭୂମି, କୃଷିକୁ ଫୋକସ୍‌

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟ ପାଇଁ କରୋନା ମହାମାରୀ ପରବର୍ତ୍ତୀ ସମୟ ଅତ୍ୟନ୍ତ କଠିନ ହୋଇଛି। କେନ୍ଦ୍ରୀୟ ଟିକସ ହ୍ରାସ ସାଙ୍ଗକୁ ଜିଏସ୍‌ଟି କ୍ଷତିପୂରଣ, ପଞ୍ଚଦଶ ଅର୍ଥ କମିଶନ...

ଠକେଇ ପାଇଁ ଜାଲ୍‌ କମ୍ପାନୀ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ଠକେଇ ପାଇଁ ଜାଲ୍‌ କମ୍ପାନୀ ଖୋଲିଥିଲେ। ଜାଲ୍‌ କର୍ମଚାରୀଙ୍କ ନାଁରେ ଜାଲ୍‌ କାଗଜପତ୍ର ତିଆରି କରି ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୦ଲକ୍ଷ ଋଣ...

ବୀମା ଅର୍ଥ ନ ମିଳିବା, ଡାକ୍ତର ଅଭାବ ନେଇ ଉଦ୍‌ବେଗ

ଛତ୍ରପୁର,୧୭ା୮(ଡି.ଏନ.ଏ)-ଗଞ୍ଜାମ ଜିଲାପରିଷଦର ସାଧାରଣ ଅଧିବେଶନ ଶୁକ୍ରବାର ଛତ୍ରପୁରସ୍ଥିତ ଜିଲାପରିଷଦ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷା ସୋନମ ପଲେଇ ଅଧ୍ୟକ୍ଷତା କରିଥିଲେ ା ଚାଷୀଙ୍କୁ...

ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ର କିଡ୍‌ସ ସୁପର ମଡେଲ ଖୋଜା ଅଭିଯାନ

ଭୁବନେଶ୍ୱର,୨୩।୫(ବ୍ୟୁରୋ): ଓ୍ବିମେନ୍ସ ଡେ’ ସେଲିବ୍ରେଶନ ପରେ କୁନି କୁନି ପିଲାଙ୍କ ପାଇଁ ଏକ ନୂଆ କ୍ୟାମ୍ପେନ୍‌ ଆରମ୍ଭ କରିଛି ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌। ପିଲାଙ୍କ...

ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ...

Advertisement
Archives

Model This Week