ସ୍ପାଇସଜେଟ୍‌ରେ ଯାତ୍ରା; ୩ ଘଣ୍ଟାର ରାସ୍ତାକୁ ଲାଗିଗଲା ୧୫ ଘଣ୍ଟା

ନୂଆଦିଲ୍ଲୀ,୧୨-୫: ବିମାନରେ ଯାତ୍ରା କରିବା ସମୟ ଅପେକ୍ଷାକୃତ କମ୍‌ ହୋଇଥାଏ। ତେବେ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ଭଡ଼ା ଗଣିବାକୁ ପଡେ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ବେଙ୍ଗାଲୁରୁରୁ ଦିଲ୍ଲୀ ଯାତ୍ରା କିଛି ଲୋକଙ୍କ ପାଇଁ ଏକ ଅବିସ୍ମରଣୀୟ ହୋଇ ରହିଯିବ। କାରଣ ମାତ୍ର ୩ ଘଣ୍ଟାରେ ଏହି ରୁଟ୍‌ରେ ବିମାନ ଯାତ୍ରା କରିହୁଏ। କିନ୍ତୁ ସ୍ପାଇସଜେଟ୍‌ ବିମାନରେ ଏହି ରୁଟ୍‌ରେ ଯାତ୍ରା ପାଇଁ ଲାଗି ଯାଇଥିଲା ୧୫ ଘଣ୍ଟା।

ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶୁକ୍ରବାର ରାତିରେ ସ୍ପାଇସଜେଟ୍‌ର ଫ୍ଲାଇଟ୍‌ ଏସ୍‌ଜି-୮୭୨୦ ବେଙ୍ଗାଲୁରୁରୁ ସିଧାସଳଖ ଦିଲ୍ଲୀ ଲାଗି ଯାତ୍ରା କରିଥିଲା। ଦୁଇ ସହର ମଧ୍ୟରେ ଏହି ବିମାନ ନନ୍‌ ଷ୍ଟପ୍‌ ଅର୍ଥାତ୍‌ ବିନା ରହଣିରେ ଉଡ଼ିବାର ଥିଲା। ରାତି ୧୦ଟାରେ ନିର୍ଦ୍ଧାରିତ ସମୟରେ ଏହା ବେଙ୍ଗାଲୁରୁର ଉଡାଣ ଭରିବା ଥିଲା। କିନ୍ତୁ ଏହା ଦେଢ଼ ଘଣ୍ଟା ବିଳମ୍ବରେ ଅର୍ଥାତ୍‌ ୧୧.୩୦ଟାରେ ଉଡ଼ିବା ଆରମ୍ଭ କରିଥିଲା। ତେବେ କିଛି ସମୟ ଉଡ଼ିବା ପରେ ବିମାନରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଫଳରେ  ଉକ୍ତ ବିମାନଟି ନାଗପୁର ବିମାନ ବନ୍ଦରରେ ଅବତରଣ କରିଥିଲା। ଯାତ୍ରୀଙ୍କ କହିବାନୁଯାୟୀ ସ୍ପାଇସଜେଟ୍‌ର ବୋଇଂ ୭୩୭ ବିମାନରେ ସେମାନଙ୍କୁ ରାତି ସାରା ବସି ରହିବାକୁ ବାଧ୍ୟ କରାଯାଇଥିଲା। ସେମାନଙ୍କୁ ଏକ ବିକଳ୍ପ ବିମାନରେ ନେବା ପର୍ଯ୍ୟନ୍ତ ବିମାନ ମଧ୍ୟରେ ରହିବାକୁ ପଡ଼ିଥିଲା। ସେହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ କହିବାନୁଯାୟୀ, ବେଙ୍ଗାଲୁରୁରୁ ଏସ୍‌ଜି-୮୭୨୦ ବିମାନଟି ଉଡ଼ିବାର ପ୍ରାୟ ୧ ଘଣ୍ଟା ପରେ ନାଗପୁର ବିମାନ ବନ୍ଦରରେ ଓହ୍ଲାଇଥିଲା। ସେମାନେ ୬ ଘଣ୍ଟା ପର୍ଯ୍ୟନ୍ତ ବିମାନରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ବାହାରକୁ ଆସିବା ଲାଗି ସେମାନଙ୍କୁ ଛଡ଼ା ଯାଇ ନ ଥିଲା। ଶନିବାର ସକାଳ ୧୦ଟାରେ ନୂଆ ବିମାନରେ ଦିଲ୍ଲୀ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ, ଅତ୍ୟଧିକ ଉତ୍ତେଜନା କାରଣରୁ ତାଙ୍କର ଶରୀର ଅସୁସ୍ଥ ହୋଇଛି। ସେ ଏବେ ଡାକ୍ତରଙ୍କ ପରାମର୍ଶ ନେବାକୁ ବାଧ୍ୟ। ବିମାନଯାତ୍ରୀ ମାନେ ଅଧୈର୍ଯ୍ୟ ହୋଇ ଉତ୍ତେଜିତ ହୋଇ ଉଠି ଥିଲେ। ସେମାନେ ବିମାନରୁ ବାହାରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସ୍ପାଇସଜେଟ୍‌ ଆରମ୍ଭରୁ ସେମାନଙ୍କ ସହ ଅସହଯୋଗ କରିଆସୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଏୟାରଲାଇନ୍ସ ମୁଖପାତ୍ର ଏହି ଘଟଣା ନେଇ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ, ବେଙ୍ଗାଲୁରୁ-ଦିଲ୍ଲୀ ରୁଟ୍‌ରେ ଯାତ୍ରା କରୁଥିବା ବିମାନରେ ତ୍ରୁଟି ଦେଖାଦେବା ପରେ ନାଗପୁର ବିମାନବନ୍ଦରରେ ଏହାକୁ ଅବତରଣ କରାଯାଇଥିଲା। ସେଠାରେ ଯାତ୍ରୀଙ୍କର ଆରାମ ବ୍ୟବସ୍ଥା କରାଯାଇଥିଲା।  ଆଉ ଏକ ବିକଳ୍ପ ବିମାନ ପଠାଯାଇ ଯାତ୍ରୀଙ୍କୁ ଦିଲ୍ଲୀ ନିଆଯାଇଥିଲା। ନାଗପୁରରେ କମ୍ପାନୀର କର୍ମଚାରୀ ନ ଥିବାରୁ ବିକଳ୍ପ ବିମାନ ଯୋଗାଡ କରିବାରେ ଅସୁବିଧା ହୋଇଥିଲା। ଏହି କାରଣରୁ ବିଳମ୍ବ ହୋଇଥିଲା। ଅନ୍ୟପକ୍ଷରେ ଯାତ୍ରୀଙ୍କ କହିବାନୁଯାୟୀ, ଏଭଳି ସ୍ଥିତିରେ ସେମାନଙ୍କୁ ବିମାନରୁ ଓହ୍ଲାଇବାକୁ ଦେବା ଉଚିତ। ଏହାଦ୍ୱାରା ଯାତ୍ରୀମାନେ ଆରାମରେ ସମୟ ବିତାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri