ସ୍ପର ପାଇପ ଲାଇନ ନିମନ୍ତେ ଜମି ଅଧିଗ୍ରହଣକୁ ବିରୋଧ: ଗେଲ୍‌ ଇଣ୍ଡିଆ ଅଧିକାରୀଙ୍କୁ ଘେରାଉ

ଛେଣ୍ଡିପଦା,୩୧।୭(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳ ଦେଇ ଯିବାକୁ ଥିବା ଜଗଦିଶପୁର-ହଳଦିଆ-ବୋକାରୋ-ଧାମରା ଗ୍ୟାସ ପାଇପ ଲାଇନ ତଥା ସ୍ପର ପାଇପ ଲାଇନ ନିମନ୍ତେ ଗେଲ୍‌ ଇଣ୍ଡିଆ ଲିମିଟେଡ ପକ୍ଷରୁ ଜମି ଅଧିଗ୍ରହଣ ନିମନ୍ତେ ୩(୧) ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ଛେଣ୍ଡିପଦା ବ୍ଲକର ବିଭିନ୍ନ ଗ୍ରାମର କ୍ଷତିଗ୍ରସ୍ତ ପ୍ରଜାମାନେ ବିରୋଧ କରିବା ସହିତ ଗେଲଇଣ୍ଡିଆ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଗେଲ ଇଣ୍ଡିଆ ପକ୍ଷରୁ ମଙ୍ଗଳବାର ଛେଣ୍ଡିପଦା ତହସିଲ ଅଫିସରେ ଅଭିଯୋଗ ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ଉପସ୍ଥିତ କ୍ଷତିଗ୍ରସ୍ତ ପ୍ରଜାମାନେ ୧୯୬୨ ଅଧିଗ୍ରହଣ ନିୟମାନୁଯାୟୀ କରାଯାଉଥିବା ଅଧିଗ୍ରହଣକୁ ତୀବ୍ର ବିରୋଧ କରିଥିଲେ। ଫଳରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଥିଲା।
ଅଭିଯୋଗ ମୁତାବକ, ଗେଲ ଇଣ୍ଡିଆ ପକ୍ଷରୁ ୧୯୬୨ ପିଆଣ୍ଡପି ଆକ୍ଟ ଅନୁଯାୟୀ ସମ୍ପୂର୍ଣ୍ଣ ଜମିକୁ ଅଧିଗ୍ରହଣ କରା ନ ଯାଇ ଯେତିକିରେ ପାଇପ ଲାଇନ ଯିବ, ସେତିକି ଜମିର କ୍ଷତିପୂରଣ ପ୍ରଦାନ କରାଯିବ। ଏପରିକି ପାଇପ ଲାଇନ ଯାଇଥିବା ଜମିରେ ଘର ନିର୍ମାଣ, ଗଛ ଲଗାଇବା, ଜଳସେଚନ ପାଇଁ କୂପ ତିଆରି କରାଯାଇପାରିବ ନାହିଁ। କିନ୍ତୁ ଏହାକୁ ଗ୍ରାମବାସୀ ବିରୋଧ କରିବା ସହ ସମ୍ପୂର୍ଣ୍ଣ ଜମିକୁ ଅଧିଗ୍ରହଣ କରାଯିବା ସହିତ ନୂତନ ବିସ୍ଥାପନ ନୀତି ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଏହି ଜନ ଶୁଣାଣିରେ ଗେଲ ଇଣ୍ଡିଆର କ୍ଷମତାପନ୍ନ ପ୍ରାଧିକାରୀ ବିନୋଦ ପଣ୍ଡା, ଅଧିକାରୀ ପ୍ରେମାନନ୍ଦ ବେଉରା, କେଶବ ଚନ୍ଦ୍ର ବିଶ୍ବାଳ, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଶରତ କୁମାର ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। କ୍ଷତିଗ୍ରସ୍ତ ପ୍ରଜାମାନେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗେଲ୍‌ ଇଣ୍ଡିଆ ଅଧିକାରୀଙ୍କୁ ଘେରାଉ କରିବା ସହ ଜମି ଛାଡିବେ ନାହିଁ ବୋଲି ଅଡ଼ି ବସିଥିଲେ। ଏ ସମ୍ପର୍କରେ କ୍ଷମତାପନ୍ନ ପ୍ରାଧିକାରୀ କୁହନ୍ତି, ୧୯୬୨ ଅଧିଗ୍ରହଣ ଆଇନ ପରିବର୍ତ୍ତନ ଯୋଜନା ଚାଲିଛି। କମିଟି ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ ସେହି ଅନୁଯାୟୀ କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

 ୭୨ ବର୍ଷୀୟ ବୃଦ୍ଧଙ୍କ ନାଁରେ ଅସଦାଚରଣ ଅଭିଯୋଗ: କୋର୍ଟ ଚାଲାଣ ପରେ ଥାନା ଘେରିଲେ ଗ୍ରାମବାସୀ 

ତିହିଡ଼ି,୧।୨(ସଞ୍ଜିତ ବଳ): ତିହିଡି଼ ଥାନା ମୁକୁନ୍ଦପୁର ପଞ୍ଚାୟତ ଅଧୀନ ଆରସା ଗ୍ରାମର ଶତାଧିକ ଅଧିବାସୀ ରବିବାର ପୂର୍ବାହ୍ନରେ ଥାନା ଘେରାଉ କରିଛନ୍ତି l ଗ୍ରାମର ଜଣେ ବୃଦ୍ଧଙ୍କୁ…

 ବିରି ମାଡ଼ଦେଖି କୋଳଥ ଚେପା : ଗୋରୁ ମାଫିଆଙ୍କୁ ଗୋଡ଼ାଇଲା ବେଳେ, ସ୍କୁଟିରୁ ପଡ଼ିଲେ ଗଞ୍ଜେଇ ବେପାରୀ  

ଭଞ୍ଜନଗର,୧।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଡହ ଅଞ୍ଚଳରେ କିଛି ଗୋରୁ ମାଫିଆ ଗୋରୁ ଧରି ଯାଉଥିଲେ। ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଗୋଡାଇ ଧରିଥିଲେ। ପରେ…

ଜଙ୍ଗଲରେ ଲୁଚିଥିଲେ ସିପୁ: ଏନକାଉଣ୍ଟର କଲା ପୋଲିସ

ଭୁବନେଶ୍ୱର,୧।୨: କେନ୍ଦୁଝର ବଡ଼ବିଲରେ ଏନକାଉଣ୍ଟର। ଦୁର୍ଦ୍ଦାନ୍ତ ଡକାୟତ ସିପୁ କୁମାରଙ୍କୁ ଏନକାଉଣ୍ଟର କଲା ବଡ଼ବିଲ ପୋଲିସ। ଓଡ଼ିଶା-ଝାଡ଼ଖଣ୍ଡ ସିମା ଟାଙ୍କୁରା ଜଙ୍ଗଳରେ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି।…

ନାବାଳିକା ପ୍ରେମିକା ଉଦ୍ଧାର : ବଳାତ୍କାର ଅଭିଯୋଗରେ ପ୍ରେମିକ ଗିରଫ

ଦେବଗଡ, ୧।୨ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ଜଣେ ନାବାଳିକା ପ୍ରେମିକାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବଳାତ୍କାର ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ଦେବଗଡ ପୋଲିସ…

ନାବାଳିକାଙ୍କୁ ବ୍ଲାକମେଲିଂ: ଫେକ ଆକାଉଣ୍ଟ ଖୋଲି ଛାଡୁଥିଲେ…

ଜଗତ୍‌ସିଂହପୁର,୩୧ା୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବ୍ଲାକ ମେଲିଂ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନନ୍ଦିପଡ଼ା…

ମାଗଣାରେ ରୋଗୀଙ୍କୁ ମେଡିକାଲ ନେବାକୁ ନିଆରା ପ୍ରୟାସ: ଅଟୋ ଶୁଭାରମ୍ଭ କଲେ ବିଡିଓ

ବିଷମକଟକ,୩୧।୧ (ପ୍ରସନ୍ନ କୁମାର ପଣ୍ଡା) : ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ହାଟ ମୁନିଗୁଡ଼ା ପଞ୍ଚାୟତରେ ରୋଗୀ ସେବା ଯୋଗାଇଦେବାକ ଏକ ଛୋଟ ପ୍ରୟାସ କରାଯାଇଛି।…

ନଳିନୀ ବିଦ୍ୟା ମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ: ଜଣେ ଛାତ୍ରୀ ମୃତ, ୪୦ ଗୁରୁତର

ବିଷମ କଟକ, ୩୧।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ ଅନ୍ତର୍ଗତ ଚାଟିକଣା ପଞ୍ଚାୟତରେ ମଙ୍ଗଳ ବିଭାଗ ଦ୍ୱାରା ପରିଚାଳନିତ ନଳିନୀ ବିଦ୍ୟାମନ୍ଦିରର ହଷ୍ଟେଲରେ ଶୁକ୍ରବାରଠାରୁ…

ଦାରିଙ୍ଗବାଡ଼ି ପ୍ରଶଂସାରେ ଶତମୁଖ ବିଦେଶୀ ପର୍ଯ୍ୟଟକ: ସାଇକେଲରେ ବୁଲିଲେ, ଇକୋ ରିଟ୍ରିଟ୍‌ରେ…

ଦାରିଙ୍ଗବାଡି, ୩୧।୧ (ଅରୁଣ ସାହୁ): ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରୁ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଟିଏ। ଏଠାକୁ ବୁଲି ଆସିବାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ ପୁଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri