Posted inଜାତୀୟ

ସ୍ଥିତି ଅନୁଧ୍ୟାନ ଲାଗି ଲେହ, କଶ୍ମୀର ଯିବେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨୩ା୬: ସୀମାନ୍ତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ଲାଗି ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରଓ୍ବଣେ ଚଳିତ ସପ୍ତାହରେ ଲେହ ଏବଂ କଶ୍ମୀର ଗସ୍ତ କରିବେ। ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତ- ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଓ ୨୦ ଯବାନ ଶହୀଦ ହେବା ପରେ ଏବେ ସ୍ଥିତି ଜଟିଳ ରହିଛି। ଏଲ୍‌ଏସି, ଏଲ୍‌ଓସିକୁ ଲାଗି ରହିଥିବା ବିଭିନ୍ନ ସୀମାଞ୍ଚଳର ଅନୁଧ୍ୟାନ କରିବା ଲାଗି ନରଓ୍ବଣେ ସେଠାକୁ ଗସ୍ତକରି ସେନା ପ୍ରସ୍ତୁତିର ସମୀକ୍ଷା କରିବେ। ଜୁନ୍‌ ୧୫ରେ ରକ୍ତାକ୍ତ ସଂଘର୍ଷ ପରେ ସୀମା ବିବାଦର ସମାଧାନ ଲାଗି ୨ ଥର ସେନା ଅଧିକାରୀସ୍ତରୀୟ ଆଲୋଚନା ହୋଇ ସାରିଲାଣି। ତଥାପି ଲଦାଖ ଓ ପଙ୍ଗୋଙ୍ଗ ଅଞ୍ଚଳରେ ପରିସ୍ଥିତି ସୁଧୁରି ନାହିଁ। ଛକାପଞ୍ଝା ଅବସ୍ଥା ଲାଗି ରହିଛି। ଭାରତୀୟ ଅଞ୍ଚଳକୁ କବ୍ଜାକରିବା ଲାଗି ଚାଇନା ପ୍ରୟାସ ଜାରି ରଖିଛି। ଦୀର୍ଘଦିନ ଧରି କ୍ୟାମ୍ପକରି ସେନା ଠୁଳ କରିବାରେ ଲାଗିଛି। ଫିଙ୍ଗର ୪ରୁ ଫିଙ୍ଗର ୮ ମଧ୍ୟରେ ଚାଇନା ପ୍ରତିରକ୍ଷା ସ୍ଥିତି ସୁଦୃଢ଼ କରିଛି। ଏହାର ଜବାବରେ ଭାରତ ଡେମ୍‌ଚୋକ,କୋୟୁଲ,ଫକ୍‌ଚେ, ଡେପ୍‌ସାଙ୍ଗ, ମୁର୍ଗୋ ଓ ଗଲଓ୍ବାନ୍‌କୁ ଅଧିକ ସେନା ପଠାଇଛି। ଚାଇନା ସେନାକୁ ମୁହଁତୋଡ୍‌ ଜବାବ ଲାଗି ଲଦାଖ ସୀମାର ୮୨୬ କି.ମି. ସୀମାରେ ଭାରତ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ସ୍ବାଧୀନତାର ୭୯ ବର୍ଷ ପରେ ପହଞ୍ଚିନି ବିକାଶ: ଆଜିବି ବି ଡିବିରି ଆଲୁଅରେ ପାଠ ପଢୁଛନ୍ତି ପିଲା

ଥୁଆମୂଳ ରାମପୁର,୨।୧ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ସରକାରୀ ବିକାଶର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ବ୍ଲକ କାର୍ଯ୍ୟାଳୟଠାରୁ...

ଆହୁରି ଥରାଇବ ଶୀତ: ଆଗାମୀ ୪ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୧(ବନ୍ଦନା ସେଠୀ):ନୂଆବର୍ଷରେ ଥରିଲା ସାରା ଓଡ଼ିଶା। ପ୍ରବଳ ଥଣ୍ଡା ସାଙ୍ଗକୁ ରାଜ୍ୟର ଏକାଧିକ ଅଞ୍ଚଳ ଘନ କୁହୁଡି ଆସ୍ତରଣରେ ଭରି ରହିଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ...

୨ January ୨୦୨୬ Rashifal: ଆଜି ଏହି ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର, ଖାସ୍ ହେବ..

ଆଜି ପୌଷ ଶୁକ୍ଳ ପକ୍ଷର ଚତୁର୍ଦ୍ଦଶୀ ତିଥି ଏବଂ ଶୁକ୍ରବାର। ଚତୁର୍ଦ୍ଦଶୀ ତିଥି ଆଜି ସନ୍ଧ୍ୟା ୬ଟା୫୪ ପର୍ଯ୍ୟନ୍ତ ରହିବ। ଆଜି ଶୁକ୍ଳ ଯୋଗ ଅପରାହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri