ସ୍ଥିତିରେ ସୁଧାର ଆସିଲେ ଅଗଷ୍ଟ-ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହୋଇପାରେ ଅନ୍ତର୍ଜାତୀୟ ଉଡ଼ାଣ

ନୂଆଦିଲ୍ଲୀ,୨୩।୫: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ବୃଦ୍ଧି କରାଯାଇଛି। ସ୍ଥିତିରେ ସୁଧାର ଆସିଲେ ଆସନ୍ତା ଅଗଷ୍ଟ-ସେପ୍ଟେମ୍ବରଠାରୁ ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍‌ ସିଂ ସୁରୀ ସୂଚନା ଦେଇଛନ୍ତିି। ନିଜ ଫେସ୍‌ବୁକ୍‌ ପେଜ୍‌ରେ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ଦେଶରେ ମେ ୨୫ଠାରୁ ୩୩ ପ୍ରତିଶତ ଘରୋଇ ଉଡ଼ାଣ ଆରମ୍ଭ ହେଉଥିବାବେଳେ ଅନ୍ତର୍ଜାତୀୟ ଉଡ଼ାଣ ମଧ୍ୟ ଖୁବ୍‌ ଶୀଘ୍ର କରାଯିବାର ନିଷ୍ପତ୍ତି ଗ୍ରହଣ ହେବ ବୋଲି ସେ କହିଛନ୍ତି। ଯାତ୍ରୀଙ୍କ ଚାହିଦା ଅନୁସାରେ ଉଡ଼ାଣ ସଂଖ୍ୟା ବୃଦ୍ଧି କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲକ୍‌ଡାଉନ୍‌ ସମୟରେ ବେସାମରିକ ବିବାନ ଚଳାଚଳ ବିଭାଗ ପକ୍ଷରୁ ଲାଇଫ୍‌ ଲାଇନ୍‌ ଉଡ଼ାଣ କରାଯାଇଛି। ଏହାଦ୍ୱାରା ଏକ ହଜାର ଟନ୍‌ ମେଡ଼ିକାଲ ଉପକରଣ ଦେଶର ବିଭିନ୍ନ ଅଞ୍ଚଳରେ ପହଞ୍ଚାଇ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇନ୍‌ବୋର୍ଡ ପଡ଼ି ଛାତ୍ର ମୃତ୍ୟୁ ଘଟଣାରେ ଉତ୍ତେଜନା

କୋଟପାଡ଼,୧୭ା୧୨(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ଧାମନାହାଣ୍ଡି ପଞ୍ଚୟତର ୬୩ ନଂ ଜାତୀୟ ରାଜପଥ ୬୩ ପାର୍ଶ୍ୱ ଗାନ୍ଧୀନଗରର ଆବାସିକ ବିଦ୍ୟାଳୟ ପରିସରରେ ପୁରାତନ ୩...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଇଥିଓପିଆରେ ମୋଦି ମ୍ୟାଜିକ, ପ୍ରଧାନମନ୍ତ୍ରୀ ଆବି ଅହମଦ ଅଲି ବ୍ୟକ୍ତିଗତ ଭାବେ କାର ଚଲାଇ ବିମାନବନ୍ଦରରେ ଛାଡିଲେ

ଆଦିସ ଅବାବା,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନୋଟି ଦେଶ ଗସ୍ତରେ ଅଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ଇଥିଓପିଆରେ ପହଞ୍ଚିଥିଲେ, ଯେଉଁଠାରେ ଇଥିଓପିଆ ପ୍ରଧାନମନ୍ତ୍ରୀ...

ନବଜାତ ଶିଶୁପତ୍ର, ପ୍ରସୂତିଙ୍କ ମୃତ୍ୟୁର ହେବ ତଦନ୍ତ, ଅଧିକାରୀ କହିଲେ…

କେସିଙ୍ଗା,୧୭ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ପଦାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ ପ୍ରସୂତି...

ଗାଜଲବାଡ଼ି ଘାଟି ସମ୍ପ୍ରସାରଣ ପାଇଁ ରାଜପଥ ଅବରୋଧ, ୧୫ ଦିନରେ ମରାମତି ପାଇଁ ପ୍ରତିଶ୍ରୁତି ପରେ…

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟି ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜିଛି ଅସନ୍ତୋଷ। ବୁଧବାର ଗଞ୍ଜାମ-କନ୍ଧମାଳ ସୀମାବର୍ତ୍ତୀ...

୪ମାସ ପର୍ଯ୍ୟନ୍ତ ଦେବାକୁ ପଡିବନି ଟୋଲ ଟାକ୍ସ!

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ପ୍ରଦୂଷଣକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି...

ମୋକିମ ବହିଷ୍କାର ବିବାଦ, କଥାହେଲେ କେନ୍ଦ୍ରୀୟ ନେତା

ଭୁବନେଶ୍ୱର,୧୭।୧୨:  କଂଗ୍ରେସରୁ ମୋକିମଙ୍କୁ ବହିଷ୍କାର କରିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଅନେକ ନେତା ମୋକିମ ସପକ୍ଷରେ ବାହାରୁଥିବା ଦେଖାଯାଇଛି । ଏହାରି...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri