ଅନୁଗୋଳ ଅଫିସ, ୮।୯ – ଅନୁଗୋଳ ଜିଲା କ୍ରିକେଟ୍ ସଂଘର କାର୍ଯ୍ୟକୁ ନେଇ ବଢ଼ୁଛି ଅସନ୍ତୋଷ। ବିଶେଷକରି ପୂର୍ବତନ ଖେଳାଳିମାନେ ଖୋଲାଖୋଲି ସେମାନଙ୍କ ଅସନ୍ତୋଷ ଜାହିର କରୁଛନ୍ତି। ଜିଲାରେ ଉଦୀୟମାନ ଖେଳାଳି ସୃଷ୍ଟି କରିବା ଓ ସେମାନଙ୍କ ପ୍ରତିଭାର ଠିକଣା ବିକାଶ ଦିଗରେ ସଂଘ କିଛି ବି ପଦକ୍ଷେପ ନେଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେହିପରି ଖେଳାଳି ଚୟନ ଠାରୁ ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁଥିରେ କେଁ ରହିଥିବା ବେଳେ ସଂଘର କାର୍ଯ୍ୟକାଳ ସରିଯାଇଥିଲେ ବି ଏଯାଏ ନିର୍ବାଚନ କି କର୍ମକର୍ତ୍ତା ଚୟନ ହେଉ ନ ଥିବାରୁ ସଂଘ ସ୍ଥାଣୁ ପାଲଟିଥିବା ପୂର୍ବତନ ଖେଳାଳିମାନେ ଅଭିଯୋଗ କରିଛନ୍ତି।
କେତେଜଣ ପୂର୍ବତନ ଖେଳାଳିଙ୍କ କହିବା ଅନୁଯାୟୀ, ଜିଲା କ୍ରିକେଟ ଏକଜିକ୍ୟୁଟିଭ ବଡ଼ିରେ ମୋଟ ୨୯ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ମଧ୍ୟ ସଂଘର କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନୁହନ୍ତି। ସେମାନଙ୍କ କହିବା କଥା ହେଲା, ଜିଲା କ୍ରିକେଟ ଆସୋସିଏଶନ୍ ଥାଇ ବି ନ ଥିବା ଭଳି। ଗତ ୫ ବର୍ଷ ମଧ୍ୟରେ ସଂଘର କୌଣସି ସାଧାରଣ ବୈଠକ ଅନୁଷ୍ଠିତ ହୋଇନାହିଁ। ଜିଲାରେ କ୍ରିକେଟର ଉନ୍ନତି ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏପରି କି ଜିଲାରେ କେବେ କ୍ରିକେଟରଙ୍କୁ ଉତ୍ସାହିତ କରିବା ପାଇଁ ଏକ ବଡ଼ ଧରଣର ଟୁର୍ନାମେଣ୍ଟ ଖେଳାଯାଇନି। ଜିଲା ଆସୋସିଏଶନ୍ କାର୍ଯ୍ୟାଳୟରେ ଥିବା କ୍ରିକେଟ ସରଞ୍ଜାମ, ଟିଭି, ଟେବୁଲ, ଚୌକି ସବୁ ଚୋରି ହୋଇଗଲାଣି। ଏସବୁ କାରଣରୁ ଜିଲା କ୍ରିକେଟରମାନେ ରାଜ୍ୟସ୍ତରରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପୂରଣ ହୋଇସାରିଥିଲେ ବି ସେମାନେ ଚୌକି ମାଡ଼ି ବସିଛନ୍ତି। ଓସିଏ ନିର୍ବାଚନ ପାଇଁ ଚିଠି ଆସିଥିବାରୁ ଆସୋସିଏଶନ୍ ଯେତିକି ଉତ୍ସାହ ଦେଖାଉଛି, ତାହା ନୂତନ ପ୍ରତିଭା ଅନ୍ବେଷଣ ପାଇଁ କହିଁକି ନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେପ୍ଟେମ୍ବର ୧୨ ସୁଦ୍ଧା ଜିଲାର କେଉଁ ବ୍ୟକ୍ତି ନିର୍ବାଚନରେ ଅଂଶଗ୍ରହଣ କରିବେ ତାଙ୍କ ନାମ ପଠାଅ ବୋଲି ଓସିଏ ଚିଠି ଲେଖିଛି। କିନ୍ତୁ ଜିଲାରେ ସଂଘ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ସରିଥିବାବେଳେ କିଏ ଏଥିରେ ଅଂଶଗ୍ରହଣ କରିବେ ସେ ନେଇ ଆସୋସିଏଶନ୍ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ଜିଲା ସଂଘ ସଭାପତି ଭୋଟ ପାଇଁ ଯିବେ ନା ସମ୍ପାଦକ, ତାହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ତୁରନ୍ତ ସଂଘର ପୂର୍ଣ୍ଣ ନିର୍ବାଚନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଏ ନେଇ ଜିଲା କ୍ରିକେଟ ଆସୋସିଏଶନ୍ ସମ୍ପାଦକ ପ୍ରଶାନ୍ତ କୁମାର ସିହ୍ନା କହିଛନ୍ତି, ଆସୋସିଏଶନ୍ କାର୍ଯ୍ୟକାଳ ଶେଷ ହୋଇଛି। କିନ୍ତୁ ଲୋଧା କମିଟି ପରେ କୌଣସି ଗାଇଡ ଲାଇନ୍ ପାଇ ନ ଥିଲୁ। ତେଣୁ ସମସ୍ୟା ହୋଇଥିଲା। ଏବେ ଓସିଏ ସ୍ପଷ୍ଟ କରିଛି ଯେ, ଜିଲା ସଂଘରେ ଲୋଧା କମିଟି କାର୍ଯ୍ୟକାରୀ ହେବ ନାହିଁ। ଏ ନେଇ ବିଧିବଦ୍ଧ ଭାବେ କୌଣସି ପତ୍ର ଓସିଏରୁ ଆସିନାହିଁ। ଆସନ୍ତା ୧୨ ତାରିଖ ମଧ୍ୟରେ ଜଣଙ୍କ ନାମ ଦେବାକୁ କୁହାଯାଇଛି। ପୂର୍ବରୁ ୨ ଜଣଙ୍କ ନାମ ପଠାଯାଉଥିଲା। ନୂଆ ନିୟମ ହେବା ପରେ ଜଣଙ୍କ ନାମ ମାଗିଛନ୍ତି। ତେବେ ଜିଲାରେ ସେଭଳି କିଛି ଟୁର୍ନାମେଣ୍ଟ ହୋଇ ନ ଥିବା ସମ୍ପାଦକ ସ୍ବୀକାର କରିଛନ୍ତି। କେବଳ ୧୬ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଓ କଳାହାଣ୍ଡି କପ୍ ପାଇଁ ପିଲା ଚୟନ କରି ଆସୋସିଏଶନ୍ ପଠାଉଛି ବୋଲି ସମ୍ପାଦକ ସିହ୍ନା ପ୍ରକାଶ କରିଛନ୍ତି।
ଭାରସାମ୍ୟ ହରାଇ ଓଲଟିଲା ପିଚୁ ବୋଝେଇ ଟ୍ୟାଙ୍କର, ନିଆଁ ଲାଗି ଡ୍ରାଇଭର ଜୀବନ୍ତ ଦଗ୍ଧ
ପାଲଲହଡା,୧୩।୩(ଦିବ୍ୟଜ୍ୟୋତି ଦାଶ): ଗୁରୁବାର ବିଳମ୍ବିତ ରାତିରେ ଭୟଙ୍କର ଦୁର୍ଘଟଣା । ଟ୍ୟାଙ୍କର ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ବିଳମ୍ବିତ ରାତିରେ ଅନୁଗୁଳ ଜିଲା ଖମାର ଥାନା ଅନ୍ତର୍ଗତ…
ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…
ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…
ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା
ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…
ବିବାହ ଭୋଜି ଖାଇ ୨ ଶହରୁ ଅଧିକ ଅସୁସ୍ଥ
ଅନୁଗୋଳ,୨୮ା୨(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ନିକଟସ୍ଥ ତୁବେ ଗ୍ରାମରେ ବୁଧବାର ରାତିରେ ଏକ ବିବାହ ଭୋଜି ଖାଇଥିବା ଲୋକଙ୍କ ମଧ୍ୟରୁ ୨ ଶହରୁ ଅଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି।…
ରାସ୍ତା ଉପରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ
ମାଧପୁର,୨୪।୨(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ଆଠମଲ୍ଲିକ – କିଆକଟା ରାଜ୍ୟ ରାଜପଥର କନ୍ଧପଡ଼ା ଗ୍ରାମ ନିକଟ ହାଟପଦା ଠାରେ ଆଜି ସକାଳେ ଜଣେ ଅଜଣା…
ଜଙ୍ଗଲରେ ଭୋଜି ମନା
ଅନୁଗୋଳ,୨୧।୨: ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁ ରୋକିବାକୁ ଅନୁଗୋଳ ଉପଜିଲାପାଳଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଏନେଇ ଉପଜିଲାପାଳଙ୍କ ପକ୍ଷରୁ ଶନିବାର ଏକ କଟକଣା ଜାରି…
ବିବାହ ଭୋଜି ଖାଇ ଫେରିବାବେଳେ ଟ୍ରକ୍ ପଛରେ ପିଟିହେଲା କାର୍, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକଙ୍କ ସହ…
ଅନୁଗୋଳ,୨୧ା୨(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ମରାତିରା ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଯାଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା…
ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ
ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…
Archives

