ସ୍ତ୍ରୀ ମୀରାଙ୍କ ପ୍ରଶଂସାରେ ଶତମୁଖ ଶାହିଦ

ପ୍ରଥମେ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିବା ପରେ ହଠାତ୍‌ ମୀରା ରାଜପୁତଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ଅଭିନେତା ଶାହିଦ କପୁର। ଫିଲ୍ମ ଜଗତ ସହ ମୀରା ଜଡ଼ିତ ନ ଥିବାରୁ ଜଣେ ଅଭିନେତାଙ୍କ ସ୍ତ୍ରୀ ଭାବେ ମିଳାମିଶା କରିବାରେ ଅସୁବିଧା ହେବ ବୋଲି ସମସ୍ତେ କହୁଥିଲେ। ହେଲେ ଏସବୁକୁ ମିଛ ସାବ୍ୟସ୍ତ କରିଛନ୍ତି ମୀରା। ବିବାହ ପରେ ଉଭୟ କ୍ୟାମେରା ସମ୍ମୁଖକୁ ଆସିବା ସମୟରେ ସେ ବେଶ ସ୍ବାଭାବିକ ବ୍ୟବହାର କରିଥିଲେ। ଏହାପରେ ବମ୍ବେରେ ହୋଇଥିବା ଉତ୍ସବରେ ମୀରା ସମସ୍ତଙ୍କ ସହ ଭଲରେ ମିଶିବା ସହ ନିଜର ସ୍ଥାନ ନିଜେ ନିରୂପଣ କରିଥିଲେ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଶାହିଦ। ମୀରା ଯେପରି ଅଛନ୍ତି ସମସ୍ତଙ୍କୁ ପସନ୍ଦ ଆସି ସାରିଛନ୍ତି। ଏଣୁ ତାଙ୍କୁ ବଦଳିବା ଆବଶ୍ୟକ ନାହିଁ ବୋଲି ଶାହିଦ କହିଛନ୍ତି।

ନିକଟରେ ନିର୍ଦ୍ଦେଶକ କରନ ଜୋହରଙ୍କ ପାର୍ଟିରେ ମୀରାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଅନ୍ତର୍ଜାତୀୟ ପପ୍‌ ଷ୍ଟାର କୈଟି ପେରୀଙ୍କ ସହ ସେ କଥା ହେଉଥିବା ବେଳର ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ କୈଟିଙ୍କୁ ମୀରା କିଛି କହୁଥିବା ଏବଂ ସେ ଚକିତ ହୋଇଯାଇଥିଲେ। ସେହି ସମୟରେ ନିକଟରେ ଛିଡ଼ା ହୋଇଥିବା ଶାହିଦ ଏବଂ କରନ ହସୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫୧ ଟଙ୍କା

ବଲିଉଡ୍‌ର ହି-ମ୍ୟାନ୍‌ ଭାବରେ କିଏ ପରିଚିତ ତାହା କହିବା ବାହୁଲ୍ୟ। ସେ ହେଲେ ଧର୍ମେନ୍ଦ୍ର। ତାଙ୍କର ‘କୁତେ କମିନେ’ ଡାଏଲଗ୍‌ ଏବେ ମଧ୍ୟ ସିନେପ୍ରେମୀଙ୍କ ମଧ୍ୟରେ...

ସ୍ପନ୍ଦନ ଷ୍ଟାର ଓଲିଉଡ୍‌ ଆୱାର୍ଡ ୨୦୧୯: ମିହିର ଦାସ ‘ଏଭରଗ୍ରୀନ୍‌ ଅଭିନେତା’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ରଙ୍ଗିଲା ଡ୍ୟାନ୍ସ ଇଣ୍ଟରନ୍ୟାଶନାଲ ସହଯୋଗରେ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ ପକ୍ଷରୁ ସ୍ପନ୍ଦନ ଷ୍ଟାର୍‌ ଓଲିଉଡ୍‌ ଆୱାର୍ଡ-୨୦୧୯ ଶୁକ୍ରବାର ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି।...

ଭାରତର ପ୍ରଥମ ଓସ୍କାର ଜିତିବାର ସାମର୍ଥ୍ୟ ରଖିଥିଲେ ସୁଶାନ୍ତ

ବଲିଉଡ୍‌ ଅଭିନେତ୍ରୀ ସେଲିନା ଜେଟ୍‌ଲୀ ବିବାହ ପରେ ପୁଣି ଥରେ ଫିଲ୍ମ ‘ସିଜନ୍ସ ଗ୍ରୀଟିଙ୍ଗସ୍‌’ ମାଧ୍ୟମରେ ଅଭିନୟକୁ ଫେରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଲିନା କହିଛନ୍ତି...

‘ଅନ୍ଦାଜ ଅପ୍‌ନା ଅପ୍‌ନା’କୁ ପୂରଣ ହେଲା ୨୫ ବର୍ଷ

ମୁମ୍ବାଇ: ବଲିଉଡ୍‌ କମେଡି ଫିଲ୍ମ ‘ଅନ୍ଦାଜ ଅପ୍‌ନା ଅପ୍‌ନା’କୁ ୨୫ ବର୍ଷ ପୂରଣ ହୋଇଛି। ନଭେମ୍ବର ୪, ୧୯୯୪ ରେ ପରଦାକୁ ଆସିଥିଲା ଏହି କମେଡି...

କରିମଙ୍କ ତୃତୀୟ ରିପୋର୍ଟ କରୋନା ପଜିଟିଭ୍‌: ଚିନ୍ତାରେ ପରିବାରଲୋକେ

ମୁମ୍ବାଇ,୧୪।୪: ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରିଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ରୋକିବା...

କରୋନା ଭୟ: ଆଇସୋଲେଶନରେ ଦିଲ୍ଲୀପ କୁମାର

ମୁମ୍ବାଇ,୧୭।୩: କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପିଥିବା ବେଳେ ଭାରତରେ କ୍ରମାଗତ ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି...

୭.୫ କୋଟି ଟଙ୍କାରେ ଶୁଟିଂ ହେବ ସଲମାନ-ରଣଦୀପଙ୍କ ଫାଇଟ୍‌ ସିନ୍‌

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ଓ୍ବାଣ୍ଟେଡ ଭାଇ’ର ଶୁଟିଂ ଆରମ୍ଭ ହୋଇଯାଇଛି। ଏବେ ଫିଲ୍ମକୁ ନେଇ କିଛି...

୨୦ ଦିନରେ ୩୦ରୁ ଅଧିକ ଲୋକଙ୍କୁ ପଚରାଉଚରା କଲାଣି ପୋଲିସ

ବମ୍ବେ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ହେଲେ ପ୍ରଶଂସକମାନେ ତାଙ୍କୁ ନ୍ୟାୟ ଦେବା ଲାଗି ଦାବି କରି ଆସୁଛନ୍ତି।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *