ସ୍ତ୍ରୀ ଅଧିକାର ନ ମିଳିବାରୁ ହତ୍ୟା

ବାଲେଶ୍ୱର ଅଫିସ,୧୯।୧୨: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ମଡେଲ ଥାନା ଅଧୀନ ଗୁଡ଼ିପଦା ଅଞ୍ଚଳରେ ବୁଧବାର ଭୋର୍‌ ସମୟରେ ଏକ ହତ୍ୟାକାଣ୍ଡ ଘଟିଛି। ଭାରତୀୟ ଖାଦ୍ୟ ନିଗମ ବାଲେଶ୍ୱର ଶାଖା ଅଫିସ୍‌ରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିବା ବଢ଼ା ମାରାଣ୍ଡି (୪୮)ଙ୍କ ମୃତଦେହ ତାଙ୍କ ଘରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ। ପୋଲିସ ଆସି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ଘରେ ରହୁଥିବା ଜଣେ ମହିଳା ନ ଥିବାରୁ ଏ ନେଇ ସନ୍ଦେହ ଘନୀଭୂତ ହୋଇଥିଲା। ଏହି ମହିଳା ଜଣଙ୍କ ଏଠାରୁ ପଳାଇ ଯାଇ ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନାରେ ରକ୍ତଭିଜା ଧାରୁଆ କଟୁରି ସହ ଆତ୍ମସମର୍ପଣ କରିବାରୁ ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ସ୍ତ୍ରୀର ଅଧିକାର ପାଇବାକୁ ଦାବି କରି ନିରାଶ ହେବାରୁ ସେ ବଢାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ପୋଲିସକୁ ବୟାନ ଦେଇ କହିଛନ୍ତିି। ସହଦେବଖୁଣ୍ଟା ପୋଲିସ ବାରିପଦା ଯାଇ ଅଭିଯୁକ୍ତ ମହିଳାଙ୍କୁ ଆଣି ପଚରାଉଚୁରା ଚଳାଇଛି। ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ତଦନ୍ତକାରୀ ଅଧିକାରୀ ସହଦେବଖୁଣ୍ଟା ଥାନା ଇନ୍ସପେକ୍ଟର ବିରଞ୍ଚତ୍ ସାହୁ ଏହି ସୂଚନା ଦେଇ କହିଛନ୍ତି ଯେ, ବଢ଼ା ବିବାହିତ ଥିଲେ। ତାଙ୍କର ୨ଟି ସନ୍ତାନ ରହିଛନ୍ତି। ତାଙ୍କ ଘର ମୟୂରଭଞ୍ଜ ଜିଲା ସିରିସବଣି ଗ୍ରାମରେ। ସେ ପ୍ରାୟ ୨୦ବର୍ଷ ଧରି ନିଜ ଅଞ୍ଚଳର ଜଣେ ମହିଳାଙ୍କୁ ଆଣି ବାଲେଶ୍ୱର ଗୁଡ଼ିପଦାର ଏକ ଭଡା ଘରେ ରହି ଆସୁଥିଲେ। ବିଭିନ୍ନ ସମୟରେ ସାମାଜିକ ସମ୍ମାନ କ୍ଷୁଣ୍ଣ ହେବାରୁ ଏହି ମହିଳା ଜଣକ ବିବାହ କରିବା ଲାଗି ଜିଦ୍‌ ଧରିଥିଲେ। ବଢା ରାଜି ନ ହେବାରୁ ଉଭୟଙ୍କ ମଧ୍ୟରେ ବାରମ୍ବାର କଳିଝଗଡ଼ା ହେଉଥିଲା। ମଙ୍ଗଳବାର ରାତିରେ ଉଭୟ ନିଶା ଖାଇ କଳିଝଗଡ଼ା କରି ଶୋଇ ପଡିଥିଲେ। ଭୋର୍‌ ସମୟରେ ବଢା ଶୋଇଥିବା ବେଳେ ମହିଳା ଜଣଙ୍କ ଏକ ଧାରୁଆ କଟୁରିରେ ତାଙ୍କ ମୁଣ୍ଡ ଓ ବେକକୁ ଚୋଟ ମାରିିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହା ଦେଖି ସେ ଘର ଛାଡ଼ି ବାରିପଦାକୁ ପଳାଇଯାଇଥିଲେ। ଏହି ହତ୍ୟା ଘଟଣା ନେଇ ପୋଲିସ ଏକ ମାମଲା (ନଂ. ୩୯୧/୧୯) ରୁଜୁ କରି ଅଧିକ ତଦନ୍ତ କରୁଥିବା କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri