ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ କରିବେ। ବିଶ୍ୱାସ କରାଯାଏ କରଓ୍ବାଚୌଥ ବ୍ରତ କଲେ ସ୍ବାମୀଙ୍କ ଜୀବନରେ କୌଣସି ଅସୁବିଧା ଆସି ନ ଥାଏ। ମନୋରଞ୍ଜନ ଜଗତରେ ମଧ୍ୟ ବିଭିନ୍ନ ସେଲିବ୍ରିଟି ସ୍ବାମୀଙ୍କ ପାଇଁ କରଓ୍ବାଚୌଥ ରଖନ୍ତି।
ଆଜି ଅନେକ ବଲିଉଡ ଅଭିନେତ୍ରୀ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ କରଓ୍ବାଚୌଥ ଉପବାସ ରଖିଛନ୍ତି। ଯଦିଓ ଏହି ଉପବାସ କେବଳ ମହିଳା ମାନେ ପାଳନ କରନ୍ତି। କିନ୍ତୁ କିଛି ହିରୋ ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ ରଖନ୍ତି ଏବଂ ସ୍ତ୍ରୀଙ୍କ ଦୀର୍ଘ ଜୀବନ ପାଇଁ ଇଚ୍ଛା କରନ୍ତି। ତେଣୁ ଆସନ୍ତୁ ସେହି ତାରାମାନଙ୍କ ବିଷୟରେ ଜାଣିବା…

ରଣଭୀର ସିଂ
ଦୀପିକା ପାଦୁକୋନଙ୍କ ପାଇଁ ଅଭିନେତା ରଣଭୀରଙ୍କ ପ୍ରେମ କାହାକୁ ଅଛପା ନାହିଁ। ରଣଭୀର ନିଜ ସ୍ତ୍ରୀଙ୍କୁ କେତେ ଭଲ ପାଆନ୍ତି ସେ ପ୍ରମାଣ କରିସାରିଛନ୍ତି। ନିକଟରେ ରଣଭୀର ତାଙ୍କ ଶୋ’ ବିଗ ପିକ୍ଚରରେ କହିଛନ୍ତି, ସେ ଚଳିତ ବର୍ଷ ତାଙ୍କ ସ୍ତ୍ରୀ ଦୀପିକାଙ୍କ ପାଇଁ କରଓ୍ବାଚୌଥ ଉପବାସ କରିବେ। କେବଳ ଏତିକି ନୁହେଁ, ସେ ତାଙ୍କ ହାତରେ ଦୀପିକାଙ୍କ ନାମର ମେହେନ୍ଦୀ ଲଗାଇଥିଲେ।

ଆୟୁଷ୍ମାନ ଖୁରାନା
ଆୟୁଷ୍ମାନଙ୍କ ଅଭିନୟ ଏବଂ ତାଙ୍କର ସୁନ୍ଦର ଚେହେରା ହୁଏତ ଲକ୍ଷ ଲକ୍ଷ ଝିଅଙ୍କୁ ଆକର୍ଷିତ କରିଥାଇପାରେ, କିନ୍ତୁ ଆୟୁଷ୍ମାନ କେବଳ ତାଙ୍କ ସ୍ତ୍ରୀ ତାହିରାଙ୍କୁ ବହୁତ ଭଲ ପାଆନ୍ତି। କେବଳ ଏତିକି ନୁହେଁ, ସେ ପ୍ରତିବର୍ଷ କରଭା ଚାଉଥରେ ତାଙ୍କ ପାଇଁ ଉପବାସ ରଖନ୍ତି। ୨୦୧୯ ମସିହାରେ ଆୟୁଷ୍ମାନ ଏକ ପୋଷ୍ଟରେ କହିଥିଲେ ଯେ, ତାଙ୍କ ସ୍ତ୍ରୀ କରଓ୍ବାଚୌଥ ଉପବାସ କରିବେ। ତାହିରା ସେତେବେଳେ କର୍କଟରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଏଭଳି ପରିସ୍ଥିତିରେ ଆୟୁଷ୍ମାନ କେବଳ ତାଙ୍କ ପାଇଁ ଉପବାସ ରଖି ଥିଲେ। ହାତରେ ମେହେନ୍ଦୀ ମଧ୍ୟ କରିଥିଲେ।

ବିରାଟ କୋହଲି
ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବହୁତ ଭଲ ପାଆନ୍ତି। ବିରାଟ ମଧ୍ୟ ତାଙ୍କ ସ୍ତ୍ରୀଙ୍କ ପାଇଁ ପ୍ରତିବର୍ଷ କରଓ୍ବାଚୌଥ ଉପବାସ କରନ୍ତି। ଉଭୟଙ୍କ ସୁନ୍ଦର ଫଟୋ ମଧ୍ୟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ କରଓ୍ବାଚୌଥ ଉପବାସ ରଖିବା ବିଷୟରେ ବିରାଟ କହିଥିଲେ।

ଅଭିଷେକ ବଚ୍ଚନ
ଅଭିଷେକ ବଚ୍ଚନ ସ୍ତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବହୁତ ଭଲ ପାଆନ୍ତି। ଐଶ୍ୱର୍ଯ୍ୟା ଅଭିଷେକଙ୍କୁ ଯେତେ ସମ୍ମାନ ଦିଅନ୍ତି, ଅଭିଷେକ ମଧ୍ୟ ଐଶଙ୍କ ପ୍ରତି ଅଧିକ ପ୍ରେମ ଏବଂ ସମ୍ମାନ କରନ୍ତି। ସେ ମଧ୍ୟ ନିଜ ସୁନ୍ଦର ସ୍ତ୍ରୀ ପାଇଁ ପ୍ରତିବର୍ଷ ଉପବାସ ରଖନ୍ତି। ସୋସିଆଲ ମିଡିଆରେ ତାଙ୍କର ଫଟୋ ବହୁତ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri