ଉଦଳା,୧୫ା୨(ଡ଼ି.ଏନ୍.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ସ୍ବାମୀ ଗଦାଧର ଭକ୍ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଗଦାଧର ରାତିରେ ହାଟରୁ ଫେରି ସ୍ତ୍ରୀ ଦୁଃଖୀ ଭକ୍ତାଙ୍କୁ ଖାଇବାକୁ ମାଗିଥିଲେ। ତେବେ ତରକାରୀ ଦେବାରେ ବିଳମ୍ବ ହେବାରୁ ଉତ୍କ୍ଷିପ୍ତ ହୋଇ ଗଦାଧର ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ଦୁଃଖୀ ଗୁରୁତର ହୋଇ ପଡ଼ିଥିଲେ। ପରେ ଗଦାଧର ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଉଦଳା ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର
ଉଦଳା,୨୮।୧୨(ଡି.ଏନ୍.ଏ.): ଉଦଳା ବନଖଣ୍ତ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ହାତୀପଲଙ୍କ ଆକମ୍ରଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଉଦଳା ବ୍ଲକ...

ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି: ଧାରଣାରେ ବସିଲେ ଛାତ୍ରୀଛାତ୍ର
ବାରିପଦା ଅଫିସ,୮ା୧୧- ମୟୂରଭଞ୍ଜ ଜିଲା ବାରିପଦାର ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପରିଚାଳନାଗତ ତ୍ରୁଟି ଯୋଗୁ କିଛିଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି।...

ପାଣି ପାଇଁ ୧ କି.ମି.
ବାରିପଦା ଅଫିସ,୧୮।୧ ମୟୂରଭଞ୍ଜ ଜିଲା କୁଳିଅଣା ପଞ୍ଚାୟତ ପାଣିଜିଆ ଗ୍ରାମବାସୀ ଜଳକଷ୍ଟ ଭୋଗୁଛନ୍ତି। ୧ କି.ମି ଦୂର ବିଲ ମଧ୍ୟରେ ଥିବା ପରିତ୍ୟକ୍ତ କୂଅରୁ ମହିଳାମାନେ...

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ଅଟକ
ଠାକୁରମୁଣ୍ଡା,୧୭ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ପୋଲିସ ମଙ୍ଗଳବାର ରାତିରେ ଏକ ଗୋରୁ ବୋଝେଇ ପିକ୍ଅପ ଭ୍ୟାନକୁ ଜବତ କରିଛି। ଗାଡ଼ିର ଡ୍ରାଇଭରକୁ ଅଟକ ରଖି...

ସୁନାମୁହିଁରେ ଦାମୋଦର ମେଳା
ବାରିପଦା ଅଫିସ,୧୭ା୧-ମୟୂରଭଞ୍ଜ ଜିଲାର ଗଣପର୍ବ ମକର ଅବସରରେ ସୁନାମୁହିଁ(ବାରୁଣୀ) ଘାଟରେ ଶନିବାର ଆରମ୍ଭ ହୋଇଛି ଦାମୋଦର ମେଳା। ତିନିଦିନ ଧରି ଏହି ମେଳା ହେବାକୁ ଥିବାବେଳେ...

ମୟୂରଭଞ୍ଜରେ ପୁଣି ଭୂକମ୍ପ ଝଟକା
ବାରିପଦା ଅଫିସ/ବୈଶିଙ୍ଗା(ଡି.ଏନ.ଏ.),୨୫ା୧୨-ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ନ ୨ଟା ୧୫ ମିନିଟ ସମୟରେ ଜିଲାର ବଡ଼ସାହି, ବେତନଟୀ, ବୈଶିଙ୍ଗା, ଖୁଣ୍ଟା ଓ...

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ
ବାରିପଦା ଅଫିସ,୨୩ା୪: ମୟୂରଭଞ୍ଜ ଜିଲାର ସୁନାମଧନ୍ୟ ବରିଷ୍ଠ ବିଶେଷଜ୍ଞ ଡାକ୍ତର ଅଞ୍ଜନ ଷଡଙ୍ଗୀଙ୍କ ରବିବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଗୁରୁତର ହୋଇ...

ବିଶୋଧନ ହେଲା ବାରିପଦା ସହର
ବାରିପଦା ଅଫିସ, ୩ା୪- କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଶୁକ୍ରବାର ସକାଳୁ ବାରିପଦା ସହରରେ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର...