ସ୍କୁଲ ଯାଇପାରୁ ନାହାନ୍ତି ୩୨କୋଟି ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୬।୫: କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱ ପ୍ରଭାବିତ ହୋଇଥିବାବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଲକ୍‌ଡାଉନ ଯୋଗୁ ଦେଶର ଅର୍ଥନୀତିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁକିଛି ବାଧାପ୍ରାପ୍ତ ହୋଇଛି। ଦୀର୍ଘ ୨ମାସ ହେଲା ଦେଶରେ ଲକ୍‌ଡାଉନ ଜାରି ହୋଇଛି। ମାର୍ଚ୍ଚ ମଧ୍ୟଭାଗରେ ଦେଶରେ ଯେତେବେଳେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେଲା, ସେତେବେଳେ ବିଭିନ୍ନ ରାଜ୍ୟରେ ସ୍କୁଲଗୁଡ଼ିକୁ ପ୍ରଥମେ ବନ୍ଦ କରିଦିଆଗଲା। ପିଲାମାନଙ୍କୁ ଏହି ସଂକ୍ରମଣରୁ ରକ୍ଷା କରିବା ପାଇଁ ସ୍କୁଲ କଲେଜ ବନ୍ଦ କରାଯାଇଥିଲା। ୟୁନେସ୍କୋର ଆକଳନ ଅନୁସାରେ ଦେଶରେ ଏବେ ପ୍ରାୟ ୩୨୧ନିୟୁତ ଅର୍ଥାତ ୩୨କୋଟି ୧୦ଲକ୍ଷ ଛାତ୍ରୀଛାତ୍ର ସ୍କୁଲ୍‌ ନ ଯାଇ ଘରେ ରହୁଛନ୍ତି। ଗତ ୧୦ସପ୍ତାହ ଧରି ପିଲାମାନେ ସ୍କୁଲ ଯାଇପାରି ନାହାନ୍ତି। ଅଧିକାଂଶ ପିଲାଙ୍କୁ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ିବାକୁ କୁହାଯାଉଛି। ହେଲେ ଦେଶର ଏବେ ବି ଅନେକ ସ୍ଥାନ ରହିଛି ଯେଉଁଠାରେ ଇଣ୍ଟରନେଟର ସୁବିଧା ଠିକ୍‌ଭାବେ ଉପଲବ୍ଧ ହୋଇପାରୁ ନାହିଁ, ଯାହାଫଳରେ ଗ୍ରାମାଞ୍ଚଳର ପିଲାମାନେ ଅନ୍‌ଲାଇନ ପାଠପଢ଼ାରୁ ମଧ୍ୟ ବଞ୍ଚତ୍ତ ହେଉଛନ୍ତି।
ଏକ ବାର୍ଷିକ ଶିକ୍ଷା ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ୨୦୧୮ରେ ୫ଶ୍ରେଣୀରେ ପଢ଼ୁଥିବା ଗ୍ରାମାଞ୍ଚଳର ପ୍ରାୟ ୫୦ପ୍ରତିଶତ ଛାତ୍ରୀଛାତ୍ର ଦ୍ୱିତୀୟ ଶ୍ରେଣୀର ପାଠ ଠିକ୍‌ଭାବେ ପଢ଼ିପାରୁ ନାହାନ୍ତି। ଏପରି ୨୮ପ୍ରତିଶତ ପିଲା ହରଣ କ’ଣ ଜାଣନ୍ତି ନାହିଁ। ବିଭିନ୍ନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବିଦ୍ୟାଳୟସ୍ତରରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ଘରେ ସେମାନେ ଠିକ୍‌ଭାବେ ଶିକ୍ଷା ପାଇପାରୁ ନାହାନ୍ତି। ଶିକ୍ଷିତ ଏବଂ କମ୍ପ୍ୟୁଟର ଜ୍ଞାନ ଥିବା ଅଭିଭାବକମାନେ ଯେପରି ପିଲାମାନଙ୍କୁ ଘରେ ଶିକ୍ଷା ପ୍ରଦାନରେ ସହାୟକ ହେଉଛନ୍ତି, ତାହା ଗ୍ରାମାଞ୍ଚଳରେ ସମ୍ଭବ ହୋଇପାରୁ ନାହିଁ, ଯେଉଁଥିପାଇଁ ଗ୍ରାମାଞ୍ଚଳରେ ପିଲାମାନଙ୍କ ସଫଳତା ହାର କମିଯାଉଛି। ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ୫ଶ୍ରେଣୀରେ ଅଧ୍ୟୟନ କରୁଥିବା ପିଲାଙ୍କ ମଧ୍ୟରୁ କେବଳ ୩୪ ପ୍ରତିଶତ ପିଲା ବହି ପଢ଼ିପାରୁଛନ୍ତି, ଯାହାକି ଦେଶରେ ସବୁଠାରୁ କମ୍‌ ଅଟେ। ଯଦି ଅନ୍ୟ ଦିଗକୁ ଦେଖିବା ତେବେ ୪୩ ପ୍ରତିଶତ ମା’ ଏବଂ ୬୭ପ୍ରତିଶତ ବାପା ସ୍କୁଲ୍‌ ଯାଇଛନ୍ତି। ମାତ୍ର ୧୧ପ୍ରତିଶତ ପରିବାରର ସଦସ୍ୟ କମ୍ପ୍ୟୁଟର ଜ୍ଞାନ ରଖୁଛନ୍ତି। ଏପରିକି ମାତ୍ର ୪ପ୍ରତିଶତ ଅଭିଭାବକଙ୍କ ଘରେ ପଠନୀୟ ସାମଗ୍ରୀ ଥିବା ଏକ ସର୍ଭେରୁ ଜଣାପଡ଼ିଛି। ଡିଷ୍ଟାନ୍ସ ଲର୍ନିଂ ପାଇଁ ଇଣ୍ଟରନେଟ ବ୍ୟବସ୍ଥା ଜରୁରୀ। ନ୍ୟାଶନାଲ ସାମ୍ପଲ ସର୍ଭେ(ଏନ୍‌ଏସ୍‌ଏସ୍‌) ଶିକ୍ଷା ରିପୋର୍ଟ ଅନୁସାରେ ୫ବର୍ଷରୁ ଊର୍ଦ୍ଧ୍ୱ ୨୦ପ୍ରତିଶତ ଭାରତୀୟ ଇଣ୍ଟରନେଟ ବ୍ୟବହାର କରୁଛନ୍ତି। ଏହି ତଥ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଅଟେ। ବିଶେଷକରି ଗ୍ରାମାଞ୍ଚଳରେ ଇଣ୍ଟରନେଟ ବ୍ୟବହାରୀଙ୍କ ସଂଖ୍ୟା ଖୁବ୍‌ କମ୍‌ ବୋଲି ଜଣାପଡ଼ିଛି। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ଅନେକ ପିଲା ଠିକ୍‌ଭାବେ ପାଠ ପଢ଼ିପାରୁ ନାହାନ୍ତି କି ଶିକ୍ଷା ପାହାଚ ଠିକ୍‌ଭାବେ ଚଢ଼ିପାରୁ ନାହାନ୍ତି ବୋଲି ତଥ୍ୟ ମିଳିଛି। ଲକ୍‌ଡାଉନ ସମୟରେ ବହୁ ଲୋକ କାମଧନ୍ଦା ନ ପାଇ ଗରିବୀ ମଧ୍ୟକୁ ଠେଲି ହୋଇଯାଇଛନ୍ତି। ସେମାନେ ଏବେ ପିଲାଙ୍କ ପାଠପଢ଼ା କଥା ଚିନ୍ତା ନ କରି କିପରି ରୋଜଗାର କରିବେ ସେନେଇ ଦିନ ଗଣୁଛନ୍ତି। ଅନେକ ସ୍ଥାନରେ ଛୋଟ ଛୋଟ ପିଲାମାନେ ପରିବାର ପାଇଁ ଅର୍ଥ ରୋଜଗାର କରିବାକୁ ବାଧ୍ୟ ହେଉଛନ୍ତି। ଯେଉଁଥିପାଇଁ ବିଦ୍ୟାଳୟକୁ ମଧ୍ୟ ସେମାନେ ଠିକ୍‌ ଭାବେ ଯାଇପାରୁ ନାହାନ୍ତି। ୨୦୧୧ ଜନଗଣନା ଅନୁସାରେ ୧୫ରୁ ୧୯ବର୍ଷର ପ୍ରାୟ ୩୦ ଲକ୍ଷ ପିଲା କାମ କରିବା ସହ ସ୍କୁଲ୍‌କୁ ଯାଇଥାନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ କାମ ପାଇଁ ଅଧାରୁ ପାଠ ମଧ୍ୟ ଛାଡ଼ିଛନ୍ତି। ଗ୍ରାମାଞ୍ଚଳରେ ରହୁଥିବା ପିଲାଙ୍କ ପରିବାରର ଆର୍ଥିକ ବୋଝ ସେମାନଙ୍କୁ ପାଠ ଛାଡ଼ିବାକୁ ବାଧ୍ୟ କରିଥିବା ଏନଏସ୍‌ଏସ୍‌ର ଏକ ତଥ୍ୟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri