Posted inଫୁରସତ

ସ୍କୁଲ ଫି’ ଭରଣା ପାଇଁ ୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇଲେ ଛାତ୍ର

୪ ମାସରେ ୩୧ ହଜାର କିମି ସାଇକେଲ୍‌ ଚଳାଇ କାନାଡାର ସାସ୍କାଟୁନ୍‌ ସହରର ୧୬ ବର୍ଷୀୟ ଛାତ୍ର ବ୍ୟାଉଲିଙ୍ଗ୍‌ ଟୋନି ଘରକୁ ଫେରିଛନ୍ତି। ତାଙ୍କର ଏହି ସାଇକେଲ୍‌ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍କୁଲ ଫି’ ସଂଗ୍ରହ କରିବା। ଏମିତି ଫଣ୍ଡ୍‌ କରି ସେ ଯୁକ୍ତ ଦୁଇ ପାସ କରିଛନ୍ତି। ଟୋନି କୁହନ୍ତି, ଏପରି ଯାତ୍ରା ସେ ଆଗକୁ ଜାରି ରଖିବେ। ଏଥିରୁ ଯେଉଁ ଅର୍ଥ ମିଳିବ, ସେ ଅନ୍ୟ ଛାତ୍ରମାନଙ୍କୁ ସାହାଯ୍ୟ କରିବେ।

ଗତ ଜୁଲାଇରୁ ସେ ଏହି ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ସେ ସାସ୍କାଟୁନ୍‌ରୁ ହେଲିଫେକ୍ସ ମଧ୍ୟରେ ସାଇକେଲ ଚାଳନା କରୁଥିଲେ। ପରେ ଲଗାତାର କିଛି କିଛି ବାଟ ସାଇକେଲ ଚାଳନା କଲେ। ଅଧିକ ବାଟ ସାଇକେଲ ଚଳାଇ ସେ ଯାଇପାରିବେ ବୋଲି ମନରେ ସାହସ ଜୁଟାଇଲେ। ଏହାପରେ ପର୍ତ୍ତୁଗାଲ, ୟୁରୋପ, ଚାଇନା, ଅଷ୍ଟେଲିଆ ଆଦି ଦେଶ ସାଇକେଲରେ ଭ୍ରମଣ କରି ଶେଷରେ କାନାଡାରେ ପହଞ୍ଚିଛନ୍ତି। ଏହି ଯାତ୍ରା ସମୟରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି କୁହନ୍ତି ଟୋନି। ପ୍ରତିଦିନ ସେ ୧୦ ଘଣ୍ଟା ସାଇକେଲ ଚଳାଇଥାନ୍ତି। କେବଳ ଦଲିଆ ଖାଇ ସେ ଯାତ୍ରା ପୂରଣ କରିଛନ୍ତି। ରାତି ହେଲେ ଏକ ବିବି ବ୍ୟାଗ୍‌ ଅର୍ଥାତ୍‌ ପୋର୍ଟେବୁଲ ବେଡ୍‌ରେ ରାତି କଟାଇଥାନ୍ତି। ଏପରିକି ରାସ୍ତାରେ ଦୁର୍ଘଟଣାର ମଧ୍ୟ ଶିକାର ହୋଇଛନ୍ତି। ତଥାପି ସେ ହାରିଯାଇନାହାନ୍ତି। ବିଶ୍ୱର ଯୁବ ସାଇକେଲଚାଳକ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

ଟୋନି କୁହନ୍ତି, କୌଣସି ରେକର୍ଡ କରିବା ଆଶା ନେଇ ସେ ଏହି ସାଇକେଲ ଚାଳନା କରିନାହାନ୍ତି ବରଂ ସ୍କୁଲ ଫି’ ଭରଣା କରିବା ପାଇଁ ସେ ଏପରି ଦୁଃସାହସିକ ଯାତ୍ରା କରି ସଫଳ ହୋଇଛନ୍ତି। ତାଙ୍କୁ ଏବେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri