Posted inଜାତୀୟ

ସ୍କୁଲ ଫି ବାବଦରେ ପିଲାମାନେ ଦିଅନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଗୁଆହାଟୀ,୧୧।୬: ଆସାମ ଦିସପୁରରେ ଥିବା ଅକ୍ଷର ଫୋରମ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। କାରଣ ଏଠାରେ ପାଖାପାଖି ୧୧୦ ଜଣ ପିଲା ପାଠ ପଢୁଥିବା ବେଳେ ଏମାନେ ସ୍କୁଲ ଫି ବାବଦରେ ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ ଦାଖଲ କରିଥାଆନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କାରଣ ଏଠାରେ ପ୍ଲାଷ୍ଟିକର ପୁନଃ ବ୍ୟବହାର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରତି ସପ୍ତାହରେ ପିଲାମାନେ ପ୍ଲାଷ୍ଟିକ ବୋତଲରେ ପ୍ଲାଷ୍ଟିକ୍‌ ଥଳି ଭର୍ତ୍ତି କରି ଆଣିବାକୁ ପଡିଥାଏ। ଏହାକୁ ‘ଇକୋ ବ୍ରିକ୍‌’ ବୋଲି କୁହାଯାଉଛି। ଏହାକୁ ସ୍କୁଲ ଘର, ଶୌଚାଳୟ ଓ ସଡ଼କ ନିର୍ମାଣରେ ବ୍ୟବହାର କରାଯାଉଛି।

ପିଲାମାନେ ସପ୍ତାହକୁ ଏମିତି ୨୦ଟି ଜିନିଷ ନିଜ ଘରୁ ଅଥବା ଆଖପାଖ ଅଞ୍ଚଳରୁ ଆଣି ଥାଆନ୍ତି। ନ୍ୟୁୟର୍କରେ ରହୁଥିବା ପରମିତା ସରମା ଓ ତାଙ୍କ ସ୍ବାମୀ ମଜିନ ମୁଖତାର ଏମିତି ଏକ ସ୍କୁଲ କରିବାକୁ ଚିନ୍ତା କରିଥିଲେ। ପ୍ରଥମେ ସେ ଏଠାରେ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢାଉଥିଲେ। ଏହାସହ ପିଲାମାନଙ୍କୁ ପ୍ଲାଷ୍ଟିକର ପୁନଃ ବ୍ୟବହାର କଥା ମଧ୍ୟ କହୁଥିଲେ। ପିଲାମାନଙ୍କ ଅଭିଭାବକଙ୍କୁ ମଧ୍ୟ ଏମାନେ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ କହୁଥିଲେ। ହେଲେ ଏଥିପ୍ରତି କେହି ଦୃଷ୍ଟି ଦେଉ ନ ଥିଲେ। ଶେଷରେ ଏମାନେ ସ୍କୁଲ ଫି ବାବଦରେ ପିଲାଙ୍କଠାରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଆଣିବାକୁ ଚିନ୍ତାକଲେ। ଏବେ ପିଲାମାନେ ନିଜ ଘରୁ ଓ ଆଖପାଖ ଅଞ୍ଚଳରୁ ଏସବୁ ସଂଗ୍ରହ କରି ଆଣିବା ସହ ଏହାର ପୁନଃ ବ୍ୟବହାର ହୋଇ ପାରୁଛି। ଦିସପୁରରେ ପାଖାପାଖି ୧୦ ଲକ୍ଷ ଲୋକ ରହୁଥିବା ବେଳେ ଏଠାରେ ପ୍ରତିଦିନ ୩୭ ଟନ୍‌ ବର୍ଜ୍ୟବସ୍ତୁ ବାହାରିଥାଏ। ଯାହା ଗତ ସାତ ବର୍ଷ ମଧ୍ୟରେ ୧୪ ଗୁଣା ବୃଦ୍ଧି ପାଇଛି। ପୂର୍ବରୁ ଏଠାକାର ଲୋକେ ପ୍ଲାଷ୍ଟିକକୁ ପୋଡି ଦେଉଥିବାରୁ ପରିବେଶ ପ୍ରଦୂଷଣର ମାତ୍ରା ବଢି ଯାଉଥିଲା। ଏବେ କିନ୍ତୁ ଏହାର ପୁନଃ ବ୍ୟବହାର ଫଳରେ ପ୍ରଦୂଷଣ ମଧ୍ୟ କମ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

‘ଏଥର ଏପରି ଗୁଳି ବର୍ଷା କରିବୁ…’ ଯୁଦ୍ଧବିରତି ମଧ୍ୟରେ ଟ୍ରମ୍ପ ଇରାନକୁ କାହିଁକି ଧମକ ଦେଲେ?

ଓ୍ବାଶିଂଟନ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ପୁଣି ଥରେ…

ରେଳ ଷ୍ଟେଶନରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌: ବାପା ହିଁ ରଚିଥିଲେ ଷଡଯନ୍ତ୍ର: ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ନିରାକାରପୁର,୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳଷ୍ଟେଶନରେ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ୍‌। ଶିଶୁ ଚୋରି କାହାଣୀ ବାପା ନିଜେ ରଚିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri