ସ୍କୁଲ, କଲେଜ ଫି ଛାଡ ଦାବିକଲା ଛାତ୍ର କଂଗ୍ରେସ

ବଲାଙ୍ଗୀର ଅଫିସ, ୨୮ା୫-କରୋନା ମହାମାରୀ ଓ ଲକ୍‌ଡାଉନ୍‌ ଯୋଗୁଁ ଲୋକଙ୍କ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଜୀବନ ସହ ଶିକ୍ଷାକ୍ଷେତ୍ର ବହୁଳ ଭାବେ ପ୍ରଭାବିତ ହୋଇଛି ା ଦୀର୍ଘ ସମୟ ଧରି ଲକ୍‌ଡାଉନ ଯୋଗୁଁ ଦେଶ, ରାଜ୍ୟ ତଥା ବଲାଙ୍ଗର ଜିଲାର ପ୍ରତ୍ୟେକ ବର୍ଗର ଲୋକେ ଘୋର ଆର୍ଥିକ କ୍ଷତି ସହୁଛନ୍ତି ା ବିଶେଷ କରି ମଧ୍ୟମ ଓ ନିମ୍ନ ଆୟକାରୀ ବର୍ଗଙ୍କ ଲୋକଙ୍କ ଅବସ୍ଥା ସାଂଘାତିକ ହୋଇପଡିଲାଣି ା ଏଭଳି ସ୍ଥିତିରେ ସେମାନଙ୍କ ପିଲା ଛୁଆମାନେ ପାଠ ପଢ଼ିବା ପାଇଁ ସ୍କୁଲ ଫି୍‌ ଦେବା ସମ୍ଭବ ନୁହେଁ ା ଏହି ପ୍ରସଙ୍ଗକୁ ନେଇ ଗୁରୁବାର ଜିଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ା ଅତିରିକ୍ତ ଜିଲାପାଳ ଅନନ୍ତ ଚରଣ ସିଂ ଲାଗୁରୀଙ୍କୁ ଦାବିପତ୍ର ଗ୍ରହଣ କରିଥିଲେ ା ଜିଲାର ସମସ୍ତ ଲୋକେ କରୋନା ଲକ୍‌ ଡାଉନ ଯୋଗୁଁ ଘୋର ଆର୍ଥିକ କ୍ଷତି ସହୁଥିବାରୁ ଜିଲାର ସମସ୍ତ ଛାତ୍ରୀଛାତ୍ରଙ୍କ ଚଳିତ ଶିକ୍ଷାବର୍ଷର ସରକାରୀ ଓ ବେସରକାରୀ ସ୍କୁଲ ଫି ଛାଡ କରାଯିବାକୁ ଦାବି କରାଯାଇଛି ା ଦ୍ୱିତୀୟରେ ପ୍ରତ୍ୟେକ କ୍ଲାସ ପାଇଁ ଆଡମିସନ ଓ ରିଆଡମିସନ ଫି ସମ୍ପୂର୍ଣ୍ଣ ମାଫ୍‌ କରିବାକୁ ଦାବି କରାଯାଇଛି ା ଆଗାମୀ ୩ ମାସ ପାଇଁ ପ୍ରତ୍ୟେକ ସ୍କୁଲର ଟ୍ୟୁସନ ଫି ମଧ୍ୟ ମାଫ୍‌ କରାଯିବାକୁ ଦାବି କରାଯାଇଛି ା ଏହା ସହିତ ରାଜେନ୍ଦ୍ର କଲେଜ ସମେତ ଯେତେ ସବୁ ଶିକ୍ଷାନୁଷ୍ଠାନରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି) ନିର୍ମାଣ କରି ପ୍ରବାସୀ ଶ୍ରମିକଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି ସେସବୁକୁ ପ୍ରତ୍ୟେକ ଦିନ ସାନିଟାଇଜ କରାଯାଉ ବୋଲି ଦାବି କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri