Posted inଜାତୀୟ

ସୋସିଆଲ୍‌ ମିଡ଼ିଆ ଯୋଗୁ ୭୨ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇଥିବା ଭଉଣୀ-ଭାଇ ହେଲେ ଏକାଠି

ଶ୍ରୀଗଙ୍ଗାନଗର,୯।୧୨: ସୋସିଆଲ୍‌ ମିଡ଼ିଆ ଯୋଗୁ ଦୀର୍ଘ ୭୨ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିଥିବା ଭଉଣୀ-ଭାଇ ପୁଣି ଏକାଠି ହୋଇଛନ୍ତି। ତେବେ ଏବେ ଭାଇ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ବାସ କରୁଥିବା ବେଳେ ଭଉଣୀ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ବାସ କରୁଛନ୍ତି। ଭାଇ ରଣଜୀତ୍‌ ସିଂ ଭଉଣୀଙ୍କୁ ପାଇ ବେଶ୍‌ ଖୁସି। ମାତ୍ର ଭଉଣୀଙ୍କ ନାମ ପୂର୍ବରୁ ଭଜ୍ଜୋ ଥିବାବେଳେ ଏବେ ତାଙ୍କର ନାମ ଶକିନା ହୋଇଯାଇଛି। ଦୁହେଁ ରବିବାର ଭିଡ଼ିଓ କଲିଂରେ କଥାବାର୍ତ୍ତା ହୋଇଛନ୍ତି। ୧୯୪୭ରେ କଶ୍ମୀରରେ କବାୟଲୀମାନେ ଆକ୍ରମଣ କରିଥିଲେ। ସେତେବେଳେ କଶ୍ମୀରର ଦଦୁରବୈନା ଗାଁରେ ଲମ୍ବଦାର ମତଓ୍ବାଲ ସିଂଙ୍କ ପରିବାର ବାସ କରୁଥିଲେ। ଆକ୍ରମଣ ସମୟରେ ଲମ୍ବଦାରଙ୍କ ପୁଅ ରଣଜୀତ୍‌ ସିଂଙ୍କ ହାତରୁ ଖସି ୪ ବର୍ଷର ଭଉଣୀ ଭଜ୍ଜୋ କେଉଁଆଡ଼େ ଚାଲି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ଭଜ୍ଜୋଙ୍କର ପତ୍ତା ମିଳି ନ ଥିଲା। ରଣଜିତ୍‌ ସିଂ ଭଉଣୀଙ୍କୁ ଖୋଜିବା ଜାରି ରଖିଥିଲେ। ଇତିମଧ୍ୟରେ ତାଙ୍କର ଦେଖା ଆଇନଜୀବୀ ହରପାଲ ସିଂ ସୁଦନ୍‌ଙ୍କ ସହିତ ସାକ୍ଷାତ୍‌ ହୋଇଥିଲା। ସେ ପିଓକେରେ ବାସ କରୁଥିବା ଜୁବେରଙ୍କ ସହିତ ଯୋଗାଯୋଗ କରିଥିଲେ। ଏହା ସହିତ କଶ୍ମୀରରେ ବାସ କରୁଥିବା ରାନୀ ଶର୍ମା ନାମକ ଯୁବତୀ ମଧ୍ୟ ଭଉଣୀ-ଭାଇଙ୍କୁ ଏକାଠି କରିବା ଲାଗି ଯୋଗାଯୋଗ କରିଥିଲେ। ଏନେଇ ସୋସିଆଲ୍‌ ମିଡ଼ିଆ ହ୍ବାଟସଆପ୍‌ରେ ଏକ ଗ୍ରୁପ୍‌ ଗଠନ କରାଯାଇଥିଲା। ଏବେ ଭଉଣୀ-ଭାଇ କରତାରପୁରରେ ପରସ୍ପରକୁ ଦେଖା କରିବା ପାଇଁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri