ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇଛି। ଅପରାହ୍ନରେ ଜିଲାପାଳ ମୋନିଷା ବାନାର୍ଜୀ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟର ସମ୍ପ୍ରସାରିତ ଶାଖା ଭାବେ କାର୍ଯ୍ୟ କରିବ ୨୦୦ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ସଂକ୍ରମିତ ଓ ସନ୍ଦିଗ୍ଧଙ୍କୁ ରଖାଯିବ। ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ଦିଗ୍ଦଙ୍କ ପାଇଁ ୪୬ଟି ଶଯ୍ୟା, ୧୫୪ଟି ପୃଥକ୍‌ବାସ ଶଯ୍ୟା, ୫୦ଗୋଟି ଅକ୍ସିଜେନ କନସେଣ୍ଟ୍ରେଟର ଓ ୫୦ଗୋଟି ନେବୁଲାଇଜର ରହିଛି। ଏଥିପାଇଁ ୪ଜଣ ଭେଷଜ ବିଶେଷଜ୍ଞ, ଜଣେ ଛାତିରୋଗ ବିଶେଷଜ୍ଞ, ୧୦୫ଜଣ ଷ୍ଟାଫ ନର୍ସ, ୨୩ଜଣ ଲାବୋରେଟୋରି ଟେକ୍‌ନିସିଆନ ଓ ୯ଜଣ ଫାର୍ମାଶିଷ୍ଟ ନିଯୁକ୍ତ ଅଛନ୍ତି । ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ତଥା ସ୍ବାସ୍ଥ୍ୟକେନ୍ଦ୍ରର ପ୍ରାଧିକୃତ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲ୍ଳିପ କୁମାର ପଣ୍ଡା, ଜିଲା ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ତଥା କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରର ପ୍ରାଧିକୃତ ଡାକ୍ତର ପ୍ରଦୀପ କୁମାର ଗୁରୁ, ସୋନପୁର ତହସିଲଦାର ଅରବିନ୍ଦ ବେହେରା, ଜିଲା ଜରୁରିକାଳୀନ ଅଧିକାରୀ ମୁକ୍ତେଶ୍ୱର ପାଣିଗ୍ରାହୀ, ଜିଲା ନିୟୋଜନ ଅଧିକାରୀ ତଥା ସ୍ବାସ୍ଥ୍ୟକେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶର୍ମିଷ୍ଠା ଧଳ, ପରିଚାଳକ ତାରିଣୀ ପାତ୍ର, ଡିଆଇପିଆରଓ ହରିଚରଣ ମିଶ୍ର ଓ ପ୍ରଦ୍ୟୁମ୍ନ କୁମାର ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦିଗ୍ଧ ବାଂଲାଦେଶୀ ମହିଳା କ୍ୱାରାଣ୍ଟ।ଇନରେ

ପାଟଣା,୫।୪(ସ୍ୱ.ପ୍ର.): କରୋନା ରୋଗର ସଂକ୍ରମଣକୁ ନେଇ ଏବେ ଗାଁ ଗାଁ ରେ କୋକୁଆ ଭୟ ଦେଖାଦେଇଛି। ଅଜଣା ଓ ଅଚିହ୍ନା ଲୋକକୁ ଦେଖିଲେ ଲୋକେ ପୋଲିସକୁ...

ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ

ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...

‘ସରପଞ୍ଚଙ୍କ ଭଲ କାମ ଦେଶକୁ ବାଟ ଦେଖାଇବ’

ଭୁବନେଶ୍ୱର,୧୧।୮(ବ୍ୟୁରୋ): ସରପଞ୍ଚମାନଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁ କରୋନା ପଜିଟିଭ୍‌ ସଂଖ୍ୟା କମୁଛି। ଆରୋଗ୍ୟ ହାର ବଢୁଛି। ମୃତ୍ୟୁହାର ମଧ୍ୟ କମିବାରେ ଲାଗୁଛି। ସରପଞ୍ଚମାନଙ୍କ ଭଲ...

ବିମାନ ବନ୍ଦରରୁ ୪୮ ଖଣ୍ଡ ସୁନା ଜବତ

ଭୁବନେଶ୍ୱର, ୨୧। ୧(ବ୍ୟୁରୋ): କିଛି ଦିନ ବ୍ୟବଧାନରେ ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୨୧୫. ୬୦୦ ଗ୍ରାମ ଓଜନର ୪୮ ଖଣ୍ଡ ସୁନା ଜବତ କରାଯାଇଛି। ଏହି...

ବଦଳିବ ଜିଲା ସ୍ବାସ୍ଥ୍ୟକେନ୍ଦ୍ର ରୂପରେଖ

ଅନୁଗୋଳ ଅଫିସ, ୬।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ନବକଳେବର ହେବ। ମଲ୍ଟି ସ୍ପେଶିଆଲିଟି ଢାଞ୍ଚାରେ ଏହାକୁ ନିର୍ମାଣ କରାଯିବ। ନୂଆ କୋଠାରେ ପୃଥକ୍‌ ବହିର୍ବିଭାଗ (ଓପିଡି),...

ଦାଉସାଧିଲା ବ୍ରଜପାତ: ପୋଡ଼ିଗଲା ଟ୍ରାନ୍ସଫର୍ମର, ଅସହ୍ୟ ଗରମରେ ଉପଭୋକ୍ତା

ବନ୍ତ,୧୨ା୪(ଡି.ଏନ୍‌.ଏ): କରୋନା ଲକ୍‌ଡାଉନ୍‌ ଓ ଗ୍ରୀଷ୍ମ ପ୍ରବାହ ବେଳେ ବଜ୍ରପାତ ସାଧାରଣ ଲୋକଙ୍କ ପାଇଁ ଦାଉସାଧିଛି। ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ପୋଡ଼ି ଯିବାରୁ ପ୍ରାୟ ୬୦ରୁ ଊର୍ଦ୍ଧ୍ୱ...

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର...

ଗୁପ୍ତ ତଥ୍ୟ ପ୍ରଘଟରେ ହନିଟ୍ରାପ୍‌ ଲିଙ୍କ୍‌

ବାଲେଶ୍ୱର ଅଫିସ,୧୬।୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଗୁପ୍ତ...

Advertisement
Archives

Model This Week