ସେବା ପାଇଁ ଉତ୍ସର୍ଗୀକୃତ ଭଞ୍ଜନଗର ରୋଟାରୀ କ୍ଲବ: ବିଭିନ୍ନ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ରୋଟାରୀ କ୍ଳବର ୧୯ ତମ ଅଧିଷ୍ଠାନ ଉତ୍ସବ ସ୍ଥାନୀୟ ଜଗନ୍ନାଥ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥିମାନେ ଯୋଗଦେଇ ରୋଟାରୀ କ୍ଳବ ସର୍ବଦା ସେବା ପାଇଁ ଉତ୍ସର୍ଗୀକୃତ ବୋଲି କହିଥିଲେ। ମୁଖ୍ୟ ଅତିଥି ଭାବେ ନିର୍ବାଚିତ ପ୍ରାନ୍ତପାଳ ରୋଟାରୀୟନ ଇନ୍ଦ୍ରଜିତ୍‌ ସାହୁ ଯୋଗଦେଇ କ୍ଲବର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ।
ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରାନ୍ତପାଳ ଯଜ୍ଞାସିଶ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସହ ପ୍ରାନ୍ତପାଳ ମୋହନ ସୁବୁଦ୍ଧି, ବିଦାୟୀ ସଭାପତି ରଞ୍ଜିତ ବାରିକ, ସଭାପତି କେ ସଞ୍ଜୀବ କୁମାର ଚୌଧୁରୀ, ସହ ସମ୍ପାଦକ ଦିବ୍ୟ ରଞ୍ଜନ ଦାସ, ସମ୍ପାଦକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ପୂର୍ବତନ ସଭାପତି ଶ୍ରୀରାମ ପାଳ ସଭାକୁ ସଂଯୋଜନା କରିଥିଲେ। ରୋଟାରୀୟନ
ସୁଧିର କୁମାର ପାଣିଗ୍ରାହି, ରବିନ୍ଦ୍ର କୁମାର ପାଣିଗ୍ରାହି, ବସନ୍ତ ପାତ୍ର, ପ୍ରଶାନ୍ତ ସାହୁ, ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ପଞ୍ଚାନନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହାପୂର୍ବରୁ ରୋଟାରୀ କ୍ଲବ ପକ୍ଷରୁ ଦୁଇଟି ଥଣ୍ଡା ପାନୀୟ ଜଳ ଯନ୍ତ୍ର ଭଞ୍ଜନଗର ବାଇପାସ ରାସ୍ତାରେ ଏବଂ ଅନ୍ୟଟି ବାଉଁଶଲୁଣ୍ଡିରେ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଲଗାଯାଇଥିଲା ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି: ଶାନ୍ତି-ଶୃଙ୍ଖଳା ଉପରେ ନଜର

ଭଞ୍ଜନଗର,୨୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଆସନ୍ତା ୮୦ତମ ସ୍ବାଧୀନତା ଦିବସ ପାଳନକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ…

ଲୋକଙ୍କଠାରୁ ମୋବାଇଲ-ଟଙ୍କା ଲୁଟ୍‌ କରୁଥିଲେ ଦୀପୁ: ମାଡ଼ିବସିଲା ପୋଲିସ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ବିଭିନ୍ନ ଅଞ୍ଚଳରେ ଲୁଟପାଟ ଓ ଚୋରି ଘଟଣାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବାରମ୍ବାର ମୋବାଇଲ ଓ…

ଧାନ ବୋଝେଇ ଟ୍ରକ ସମ୍ମୁଖକୁ ଆସିଗଲା ଗାଈ, ତାପରେ ଚାଷଜମିକୁ…

ଦିଗପହଣ୍ଡି, ୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଆସିକା ୩୨୬ ନଂ ମୁଖ୍ୟରାସ୍ତାର ଚାଞ୍ଚଡାପଲ୍ଲୀ ଗାଁ ଛକ ନିକଟରେ ଏକ ଧାନ ବୋଝେଇ ଟ୍ରକ ଚାଷଜମିକୁ ଓଲଟି…

ଭାଜପା ଜ଼ିଲା ଉପସଭାପତିଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ତାଲା ଭାଙ୍ଗି ୭୦ ଭରି ସୁନା,୨ ଲକ୍ଷ ଟଙ୍କା ଲୁଟ

ଗୁଣପୁର,୨୭/୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁର ଥାନା ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମରେ ଏକ ଲୁଟ ଘଟଣା ସାମ୍ନାକୁ ଆସିଛି। ଘର ବନ୍ଦ ଥିବାର ସୁଯୋଗ ନେଇ କଳା କନା…

ଧରିତ୍ରୀ ପ୍ରଭାବ…କାଇଁଚପୁର ପଞ୍ଚାୟତକୁ ଗଡ଼ିଲା ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓଙ୍କୁ କୃତଜ୍ଞତା

ଗଞ୍ଜାମ,୨୭।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତକୁ ଗଡୁନଥିଲା ମୁଖ୍ୟମନ୍ତ୍ରୀ ବସ୍ । ଏନେଇ ଶନିବାର ଧରିତ୍ରୀରେ ଖବର ପ୍ରସାରଣ ହୋଇଥିଲା । ଯାହାକୁ…

ବିଦ୍ୟୁତ ଖୁଣ୍ଟକୁ ପିଟିଲା ସ୍କୁଲ ଭ୍ୟାନ୍‌: ଆଉ ତା’ପରେ ଘଟିଲା…

ଗୁଣପୁର,୨୭।୭(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ଗୁଣପୁର ସହରରେ ଥିବା ଲଣ୍ଡନ କିଡ୍ସ ନାମକ ଏକ ଘରୋଇ ସ୍କୁଲରୁ ପିଲାଙ୍କୁ ସ୍କୁଲ ଭ୍ୟାନ୍‌ଟି ନେଇ ଯାଉଥିବାବେଳେ କୌଣସି କାରଣବଶତଃ ବିକ୍ରମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri