ସେବା କାର୍ଯ୍ୟରେ ସାମିଲ ପ୍ରଭାତଙ୍କ ଟିମ୍‌: ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କୁ ବଢାଉଛନ୍ତି ସହାୟତାର ହାତ

କଟକ ଅଫିସ,୧୦ା୪: ଲକ୍‌ଡାଉନ ବଳବତ୍ତର ଥିବାରୁ ସାଧାରଣରେ ଯାତାୟାତ ବନ୍ଦ ହୋଇଯାଇଛି । ବିନା କାରଣରେ ଲୋକଙ୍କୁ ରାସ୍ତାରେ ବୁଲୁଥିବା ଦେଖିଲେ ପୋଲିସ ଜରିମାନା ଲଦିବା ସହ ଗାଡ଼ି ଜବତ କରି ନେଉଛି। ଏଭଳି ସ୍ଥିତିରେ କଟକର ୮ଜଣ ଯୁବକ ସ୍ବାସ୍ଥ୍ୟସେବା ଲୋଡ଼ୁଥିବା ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି। ଘରୋଇ ନର୍ସିଂହୋମରେ ଭର୍ତ୍ତି ହେଉଥିବା ରୋଗୀ ହୁଅନ୍ତୁ କିମ୍ବା ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇ ଦୂରଦୂରାନ୍ତକୁ ଯିବା ପାଇଁ ଚାହୁଁଥିବା ରୋଗୀଙ୍କ ପାଇଁ ଏମାନେ ମାଗଣାରେ ସେବା ଯୋଗାଉଛନ୍ତି। କଟକରେ ଚିକିତ୍ସିତ ହେଉଥିବା ବରଗଡ଼ର ଜଣେ ରୋଗୀ ଘରକୁ ଫେରି ଏ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏଭଳି ଘଟଣା ଜଣାପଡ଼ିଥିଲା। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଏହି ଟିମ୍‌ କାମ କରୁଛି।
ବରଗଡ଼ର ରାଜେଶ କୁମାର ତ୍ରିପାଠୀଙ୍କ ଜଣେ ସମ୍ପର୍କୀୟ ବୋନ୍‌ କ୍ୟାନ୍ସରରେ ପୀଡ଼ିତ ହୋଇ କଟକରେ ଚିକିତ୍ସିତ ହେଉଥିଲେ। କିଛି ଦିନ ତଳେ ରୋଗୀ ଜଣଙ୍କୁ ଘରକୁ ଫେରିଯିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ହେଲେ ବରଗଡ଼କୁ ଯିବା ପାଇଁ ଅର୍ଥ ବାଧକ ସାଜିଥିବାବେଳେ କୌଣସି ଘରୋଇ ଆମ୍ବୁଲାନ୍ସ ଯିବାକୁ ମଧ୍ୟ ରାଜି ହୋଇ ନ ଥିଲେ। ଏ ନେଇ ରାଜେଶ ବିଧାୟକ ଦେବେଶ କୁମାର ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରିଥିଲେ। ପରେ ଘଟଣା ସମ୍ପର୍କରେ ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଖବର ପାଇ ରାଜେଶଙ୍କ ପ୍ରତି ସହାୟତାର ହାତ ବଢ଼ାଇଥିଲେ। ନିଃଶୁଳ୍କରେ ଏକ ଘରୋଇ ଆମ୍ବୁଲାନ୍ସ ଗାଡ଼ି ଜରିଆରେ ରାଜେଶ ଓ ତାଙ୍କ ସମ୍ପର୍କୀୟଙ୍କୁ ବରଗଡ଼ରେ ଛାଡ଼ିଥିଲେ। ପ୍ରଭାତଙ୍କୁ ଏଭଳି ମହତ କାମରେ ସହଯୋଗ କରୁଛନ୍ତି ୮ ଯୁବକ। ସେମାନେ ହେଲେ ଭବାନୀ ଶଙ୍କର ଦାଶ, ରବୀନ୍ଦ୍ର କୁମାର ରାଉତରାୟ, ଚିନ୍ମୟ ସାହୁ, ସୀମାଞ୍ଚଳ ବାରିକ, ଯୁଧିଷ୍ଠିର ବିଶ୍ୱାଳ, ଅସିତ କୁମାର ପାଢ଼ୀ, ରାନୁ ବିଶ୍ୱାଳ ଏବଂ ପ୍ରଭାତ କୁମାର ଭୂୟାଁ। ଏବେ ସୁଦ୍ଧା ୧୦ରୁ ଊର୍ଦ୍ଧ୍ୱ ଡିସ୍‌ଚାର୍ଜ ରୋଗୀଙ୍କୁ ନିଃଶୁଳ୍କରେ ବିଭିନ୍ନ ଜିଲାରେ ନେଇ ଛାଡ଼ିବା ସହ ୪ଜଣ ରୋଗୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା କରି ସାରିଲେଣି। ଏ ସମ୍ପର୍କରେ ପୂର୍ବତନ ବିଧାୟକ ପ୍ରଭାତଙ୍କୁ ପଚାରିବାରୁ ସେ କହିଥିଲେ, ଏଭଳି ସମୟରେ ନିଜ ସାମର୍ଥ୍ୟ ଅନୁଯାୟୀ ସମସ୍ତେ ସହଯୋଗର ହାତ ବଢ଼ାଇବା ଉଚିତ୍‌। ଏସ୍‌ସିବିରେ ଅନେକ ଗରିବ ରୋଗୀ ଚିକିତ୍ସିତ ହେଉଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ଘରକୁ ଫେରିବା ଅସମ୍ଭବ। ଲୋକଙ୍କୁ ସହାୟତା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri