ସେଦିନ ଶୌଚାଳୟରେ

ଅଞ୍ଜନ ଚାନ୍ଦ
ନାଟୁବାବୁଙ୍କୁ ଅଦ୍ଭୁତରୋଗ। ବେଳେବେଳେ ଶୋଇଯିବେ ଯେ ଆଉ ଉଠିବେ ନାହିଁ। ଦିନେ ସେମିତି ଶୋଇଲେ। ଯେତେ ଯାହା କଲେ ଉଠିଲେ ନାହିଁ। ଡାକ୍ତର ଆସି ପରୀକ୍ଷା କଲେ। କହିଲେ, ସେ ଆଉ ନାହାନ୍ତି। ତାଙ୍କ ସ୍ତ୍ରୀ ବିକଳ ସ୍ବରରେ କାନ୍ଦିଉଠିଲେ। କାନ୍ଦ ଶୁଣି ହଠାତ୍‌ ନାଟୁବାବୁଙ୍କ ଚେତା ଫେରିଆସିଲା। କହିଲେ- ତୁମେ କାନ୍ଦୁଛ କାହିଁକି? ମଁୁ ତ ବଞ୍ଚତ୍ଛି। ସ୍ତ୍ରୀ ଚମକି ପଡ଼ିଲେ। ଆଶ୍ଚର୍ଯ୍ୟରେ କହିଲେ- ତୁମେ କ’ଣ ଡାକ୍ତରଙ୍କଠାରୁ ବେଶି ଜାଣିଛ?
ଏହାପର ଘଟଣାଟି ଅଧିକ ବିସ୍ମୟକର। ସେଥର ଡାକ୍ତରବାବୁ ଆଉ ରିସ୍କ୍‌ ନେଲେନାହିଁ। କ୍ଲିନିକ୍‌କୁ ନେଇ ଗୋଟିଏ ଦିନ ରଖିଲେ। ଯେତେ ଯନ୍ତ୍ରପାତି ଥିଲା ସବୁଥିରେ ପରୀକ୍ଷା କଲେ। ଶେଷରେ ନିଃସନ୍ଦେହରେ କହିଲେ- ତାଙ୍କ ଆମତ୍ା ଆରପୁରରେ ପହଞ୍ଚତ୍ସାରିଛି। ସ୍ତ୍ରୀ ପୁଣି କାନ୍ଦିଲେ। ତାଙ୍କ ଛାତି ଉପରେ ଢୋ ଢୋ ମୁଣ୍ଡ ବାଡ଼େଇଲେ। ସେଇ ଆଘାତରେ ନିଶ୍ଚଳ ହୋଇପଡ଼ିଥିବା ହୃତ୍‌ପିଣ୍ଡ ପୁଣି ଦୁକ୍‌ଦୁକ୍‌ କରି ଉଠିଲା। ଡାକ୍ତର କହିଲେ- କୁଦ୍‌ରତ୍‌ କା କରିସ୍ମା। ସେପୁରକୁ ଯାଇ ଫେରିଆସିବା କାହାର ଭାଗ୍ୟରେ ଥାଏ?
ଡାକ୍ତରବାବୁଙ୍କ କଥା ସତ ଥିଲା। ସେଥର ନାଟୁବାବୁ ଯମପୁରରେ ପହଞ୍ଚତ୍ ଯାଇଥିଲେ। କିଛି ସମୟ ଏଣେତେଣେ ବୁଲିଥିଲେ। ଦେଖିଲେ କାନ୍ଥରେ ଅସଂଖ୍ୟ ଘଣ୍ଟା ଲାଗିଛି। ସବୁ ଘଣ୍ଟାରେ ଗୋଟେ ଗୋଟେ ଦେଶର ନାଁ ଲେଖାଯାଇଛି। ସେଗୁଡ଼ିକ ବି ଠିକ୍‌ ଚାଲୁନାହିଁ। କେଉଁଟା ଜୋର୍‌ ଚାଲୁଛି ତ କେଉଁଟା ଧୀରେ। ଏଠାରେ କ’ଣ କେହି ଘଣ୍ଟା ମେକାନିକ୍‌ ନାହାନ୍ତି? ଯମରାଜଙ୍କୁ ଦେଖାକରି ସେ ପଚାରିଲେ। ଯମରାଜ କହିଲେ- ସେଗୁଡ଼ିକ ସମୟଘଣ୍ଟା ନୁହେଁ, ମିଛଘଣ୍ଟା। ଯେଉଁ ଦେଶରେ ମିଛ ଯେତେ ଅଧିକ ସେ ଦେଶର ଘଣ୍ଟା ସେତେ ବେଗରେ ଚାଲିଛି। ନାଟୁବାବୁ ପଚାରିଲେ- ଭାରତର ଘଣ୍ଟା ତ କେଣେ ଦେଖିବାକୁ ପାଇଲିନାହିଁ? ଯମରାଜ କହିଲେ- ମୋ ମୁଣ୍ଡ ଉପରେ ଏଇ ଯେଉଁ ପଙ୍ଖାଟି ବୁଲୁଛି ସେଇଟା ଆଉ କ’ଣ କି? ଭାରତରେ ମୋବାଇଲର ପ୍ରଚଳନ ଦିନରୁ ଏଇଟା ବଢ଼ିଆ ବୁଲୁଛି।
ନାଟୁବାବୁଙ୍କୁ ନେଇ ଏଇ ଯେଉଁ କଥା ତାହା ସତ କି ମିଛ ମୋତେ ଜଣାନାହିଁ କିନ୍ତୁ ମୋବାଇଲ ଆସିବା ଦିନରୁ ଦେଶରେ ମିଛ ବଢ଼ିଛି କଥାଟି ନିରାଟ ସତ। କେଜାଣି କେଉଁ ମହାପୁରୁଷ ଏହାର ନାଁ ଦେଇଛନ୍ତି ‘ମିଛକୁହା ଯନ୍ତ୍ର’। ଯନ୍ତ୍ରଟି ଯେବେ ବଜାରକୁ ଆସିଲା ବିଜ୍ଞାପନରେ ଦେଖାଇଲା ଜଣେ ସେଲୁନରେ ଖିଅର ହେଉଛି। ସେତେବେଳେ ତା’ ପାଖକୁ ଆସୁଥିବା ଫୋନ୍‌ରେ ସେ କହୁଛି- ମୁଁ ଜରୁରୀ ମିଟିଂରେ ଅଛି। ସେଦିନରୁ ‘ଆପଣ କେଉଁଠି ଅଛନ୍ତି?’ ପ୍ରଶ୍ନର ଉତ୍ତରରେ ଶହେରୁ ନବେ ଜଣ ମିଛ କହୁଛନ୍ତି। ଫୋନ୍‌ରେ ମିଛ କହିବାରେ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ମୋ ସାଙ୍ଗ ରାଧୁ ଦିନେ ତା’ ଘରର ଲ୍ୟାଣ୍ଡ୍‌ଫୋନ୍‌ ଧରି କହିଲା- ମୁଁ ଆଜି ଭୁବନେଶ୍ୱରରେ ଅଛି।
ସର୍ବେକ୍ଷଣରୁ ଜଣାଯାଇଛି ଆମ ଦେଶରେ ମୋବାଇଲର ପ୍ରଚଳନ ସବୁଠାରୁ ବେଶି। ପାଖରେ ଆଉ କିଛି ଥାଉ କି ନ ଥାଉ ମୋବାଇଲ ନ ଥିଲେ ଦଶଦିଗ ଅନ୍ଧାର। କ୍ୟାମେରା ଓ ଇଣ୍ଟରନେଟ୍‌ ଲାଗିବା ଦିନରୁ ଲୋକଙ୍କ ଆକର୍ଷଣ ପ୍ରବଳ ଗଢ଼ିଛି। ଗାଁ ଓ ବସ୍ତିରେ ଆଜି ବି ଅନେକ ଲୋକ ଅଛନ୍ତି ସକାଳେ ଲୋଟା ଧରି ବୁଦାମୂଳକୁ ଯାଆନ୍ତି। ସେତେବେଳେ ବି ସେମାନେ ହାତରେ ମୋବାଇଲ ଧରିଥାଆନ୍ତି ଏବଂ ଦିନେ ଆଶ୍ଚର୍ଯ୍ୟ ହୋଇ ମୁଁ ଦେଖିଲି ବୁଦାପଛରୁ ହାତଟେକି ଜଣେ ସେଲ୍‌ଫି ନେଉଛି।
ମୋବାଇଲ ବିଷୟରେ ଛୋଟ ପିଲାମାନେ ଓଳିଆରୁ ଗଜା। ହାତରେ ଖଡ଼ି ଧରିବା ଆଗରୁ ମୋବାଇଲରେ ଟିପ ମାରି କେତେ କ’ଣ କରିଦିଅନ୍ତି। ପଣ୍ଡିତ ମହାଶୟ କୁହନ୍ତି- ସେମାନେ ସବୁ ଅଭିମନ୍ୟୁ। ଆଜିକାଲି ମାଆମାନେ ଗର୍ଭବତୀ ହେବାମାତ୍ରେ ଡାକ୍ତରଙ୍କ ପାଖକୁ ଯାଆନ୍ତି। ଡାକ୍ତର ମହାଶୟ କୁହନ୍ତି- ଔଷଧ ଖାଅ, ବିଶ୍ରାମ କର। ମାଆମାନେ ବିଶ୍ରାମ କରନ୍ତି। କାମ ନ ଥିବାରୁ ଟିଭି ଦେଖନ୍ତି। ମୋବାଇଲ ଚିପନ୍ତି। ପେଟ ଭିତରେ ଥିବା ପିଲା ସେଇଦିନରୁ ସେ ଦୁଇଟି ଜିନିଷ ବିଷୟରେ ଜ୍ଞାନ ପାଇଯାଆନ୍ତି ଏବଂ ଜନ୍ମହେବା ବେଳକୁ ଦଶମାସର ଅଭିଜ୍ଞତା ନେଇ ବାହାରନ୍ତି।
ଆଗରୁ କୁହାଯାଉଥିଲା କଥା କମ୍‌ କାମ ବେଶି। ଏବେ ସେଇଟା ଓଲଟି ଯାଇଛି। କାମ କମ୍‌ କଥା ବେଶି। ପଣ୍ଡିତେ କୁହନ୍ତି, ଏଇଟା ବି ମୋବାଇଲର ଅବଦାନ। ସେଥିରେ ଏବେ ମାଗଣା ଟକ୍‌ଟାଇମ୍‌ ମିଳୁଛି।
ମୋବାଇଲର ଯେତେ ଗୁଣଗ୍ରାମ, ଦେଶ ଦୁନିଆକୁ ସେ ଯେମିତି ନିଜ ଇଚ୍ଛାରେ ଚଳାଇ ନେଉଛି, ସବୁକଥା ଲେଖିବସିଲେ ଗ୍ରନ୍ଥଟିଏ ହେବ। ମୋବାଇଲକୁ ନେଇ କାହାର କେତେ କ’ଣ ଅନୁଭୂତି। ମୋ ଅନୁଭୂତିରୁ କଥାଟିଏ ଶୁଣନ୍ତୁ।
ଘଟଣାଟି ଷ୍ଟେଶନ ପାଖରେ ଥିବା ଗୋଟେ ବେସରକାରୀ ଶୌଚାଳୟରେ ଘଟିଥିଲା। ଆଜ୍‌ବେଷ୍ଟସ୍‌ ଛାଉଣି ଧାଡ଼ିଏ ଘର। ତା’ ଭିତରେ ଟିଣକବାଟ ଲାଗିଥିବା କେତୋଟି ଦୁଇଫୁଟିଆ ପାଇଖାନା। ମଝିରେ ତିନିଇଞ୍ଚତ୍ଆ ପତଳା କାନ୍ଥ। ସେଇଥିରୁ ଗୋଟିକରେ ମଁୁ ବସିଛି। ହଠାତ୍‌ ସେପାଖ ପାଇଖାନାରୁ ଶୁଭିଲା- ଆଉ କ’ଣ ଖବର? ମଁୁ କହିଲି- ଭଲ। -କାମ ଠିକ୍‌ ଚାଲିଛି। – ନା, ଟିକେ କଠିନ ଦୋଷ ଅଛି। -ମୁଁ ଯିବି କି? -ଆପଣ ଆସିଲେ କ’ଣ ତରଳିଯିବ? ସେପଟ ଲୋକଟି ହଠାତ୍‌ ବଡ଼ପାଟିରେ କହିଲା- ତୁ ଟିକେ ଫୋନ୍‌ଟା ରଖିଲୁ। ସେପଟେ କିଏ ଗୋଟେ ବସି ମୋର ସବୁକଥାରେ ଜବାବ ଦେଉଛି। ଯାଉଛି ତା’ ହରି ଛଡ଼ାଇଦେବି।
ବିକାଶ ନଗର, ଅଙ୍ଗାରଗଡ଼ିଆ, ବାଲେଶ୍ୱର, ମୋ- ୯୪୩୭୨୯୬୮୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri