Posted inଖେଳ

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦-
ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଶନିବାର ଫାଇନାଲ ମୁକାବିଲା ହେବ। ପୂର୍ବରୁ ଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ସଫଳ ପ୍ରତ୍ୟାବର୍ତ୍ତନ ସହ ଏହି ମ୍ୟାଚରେ ଭଲ ଅଭ୍ୟାସ କରିପାରିଛି। ଭାରତ ପକ୍ଷରୁ ଓଡ଼ିଆ ଖେଳାଳି ଶୀଳାନନ୍ଦ ଲାକ୍ରା, ମନଦୀପ ମୋର ଓ ଶାରଦାନନ୍ଦ ତିଓ୍ବାରୀ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ପ୍ରଥମ କ୍ୱାର୍ଟର ଖେଳ ଭାରତ ନିୟନ୍ତ୍ରଣରେ ରହିଥିଲା। ଖେଳାଳିମାନେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ହେଁ ଫିନିଶିଂ ଅଭାବର ଗୋଲ ହୋଇପାରି ନ ଥିଲା। ୧୧ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଦୀନଚନ୍ଦ୍ର ସିଂ ଗୋଲରେ ପରିଣତ କରିପାରି ନ ଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରେ ମଧ୍ୟ ଭାରତୀୟ ଖେଳାଳିମାନେ ପ୍ରଭାବୀ ରହିଥିଲେ। ଗୁରସାହିବଜିତ ସିଂ, ସୁଦୀପ ଚିରମାକୋ ଗୋଲ ଦେବାକୁ ଉଦ୍ୟମ କରିଥିଲେ ହେଁ ବିଫଳ ହୋଇଥିଲେ। ପେନାଲ୍ଟି କର୍ନରରୁ ସଞ୍ଜୟଙ୍କ ଡ୍ରାଗ୍‌ଫ୍ଲିକ୍‌ ଓ୍ବାଇଡ ହୋଇ ଯାଇଥିଲା। ୨୭ତମ ମିନିଟରେ ବ୍ରିଟେନକୁ ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ଲୋନ୍‌ ଓ୍ବାଲ୍ସ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଏହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଦଳକୁ ଅଗ୍ରଣୀ କରାଇଥିଲେ।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୩ତମ ମିନିଟରେ ଆଣ୍ଡ୍ର୍ୟୁ ମ୍ୟାକକୋନେଲଙ୍କ ଗୋଲ ବଳରେ ବ୍ରିଟେନ ଏହାର ଗୋଲ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲା। ୪ର୍ଥ କ୍ୱାର୍ଟରରେ ଭାରତ ଭିନ୍ନ ଧରଣର ଖେଳ ଦେଖାଇଥିଲା। ଗୋଲ ପରିଶୋଧ ପାଇଁ ବ୍ୟଗ୍ର ଥିବା ଖେଳାଳିମାନେ ଏଥର କିନ୍ତୁ ସୁଯୋଗକୁ ହାତଛଡ଼ା କରି ନ ଥିଲେ। ୪୮ତମ ମିନିଟରେ ସର୍କଲ ଭିତରେ ପାଇଥିବା ପାସ୍‌କୁ ଶୀଳାଳନ୍ଦ ଗୋଲରେ ପରିଣତ କରି ଗୋଲ ବ୍ୟବଧାନକୁ ହ୍ରାସ କରାଇଥିଲେ। ଏହାର ୩ ମିନିଟ ପରେ ମନଦୀପ ମୋର ଗୋଟିଏ ଗୋଲ ଦେଇ ମ୍ୟାଚକୁ ୨-୨ରେ ପହଞ୍ଚାଇ ଦେଇଥିଲେ। ଫଇନାଲରେ ପ୍ରବେଶ ପାଇଁ ବ୍ରିଟେନ ଅତିକମ୍‌ରେ ମ୍ୟାଚକୁ ଡ୍ର ରଖିବା ଆବଶ୍ୟକ ହେଉଥିଲା। ମାତ୍ର ଭାରତ ସହଜରେ ଛାଡ଼ିବାକୁ ପ୍ରସ୍ତୁନ ନ ଥିଲା। ୫୭ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ଶାରଦାନନ୍ଦ ଗୋଲରେ ପରିଣତ କରି ବ୍ରିଟେନ ଉପରେ ଚାପ ପ୍ରୟୋଗ କରିଥିଲେ। ଭାଗ୍ୟଦେବୀ ବ୍ରିଟେନକୁ ସହାୟକ ହୋଇଥିଲେ। ୫୯ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ମାଥ୍ୟୁ ରେନ୍‌ଶ ଗୋଲରେ ପରିଣତ କରିବାରୁ ମ୍ୟାଚ ଅମୀମାଂସିତଭାବେ ଶେଷ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବସ୍‌ ଉପରକୁ ଗୁଳିମାଡ଼: ଚାଲିଗଲା ଫୁଟବଲ୍‌ ଖେଳାଳିଙ୍କ ଜୀବନ

ଘାନା,୧୩ା୪: ଡକାୟତଙ୍କ ଆକ୍ରମଣରେ ଘାନାନିଆନ ପ୍ରିିମିୟର ଲିଗ୍‌ କ୍ଲବର ଫୁଟବଲ ଖେଳାଳି ବେରେକୁମ୍‌ ଚେଲ୍‌ସୀର ଡୋମିନିକ୍‌ ଫ୍ରିମ୍‌ପଙ୍ଗ୍‌ ନିହତ ହୋଇଛନ୍ତି। କ୍ଲବ ସୂତ୍ରରୁ ପ୍ରକାଶ ଘାନାର ଦକ୍ଷିଣାଞ୍ଚଳରେ…

ଏହି କାର୍ଯ୍ୟ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଠୋର ଦଣ୍ଡ ଦେଲା BCCI, ମ୍ୟାଚ ସମୟରେ ଏମିତି କ’ଣ କଲେ ଅଧିନାୟକ

ନୂଆଦିଲ୍ଲୀ,୧୩।୪: ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରନ ଦୃଷ୍ଟିରୁ ଐତିହାସିକ ଥିଲା। ଏହି ମ୍ୟାଚ ମଧ୍ୟ ବିବାଦରେ ଫସି…

ଟି-୨୦ ବିଶ୍ୱକପ ପାଇଁ ବମ୍ଫର ପୁରସ୍କାର ରାଶି ଘୋଷଣା କଲା ICC, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୧୩।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ୨୦୨୬ ମହିଳା ଟି୨୦ ବିଶ୍ୱକପ ପାଇଁ ଏକ ରେକର୍ଡ ପୁରସ୍କାର ରାଶି ଘୋଷଣା କରିଛି। ICC ଘୋଷଣା କରିଛି ଯେ ବିଜେତା…

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

‘ତୁମେ ଆମ ଟିମର ସବୁଠାରୁ ବଡ଼ ପ୍ରେରଣା’, ଏମିତି କହି ରୋହିତଙ୍କୁ ଅଭିନନ୍ଦନ ଜଣାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୩।୪: ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଫ୍ରାଞ୍ଚାଇଜ ସହିତ ୧୫ ବର୍ଷ ପୂରଣ କରିବା ପାଇଁ ଅଭିନନ୍ଦନ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

ଭିନ୍ନ ଢଙ୍ଗରେ ଆଶା ଭୋସଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା RCB, ସଙ୍ଗୀତ ସବୁବେଳେ….

ନୂଆଦିଲ୍ଲୀ,୧୨ା୪: ‘ମେଲୋଡି କ୍ୱିନ୍’ ଆଶା ଭୋସଲେଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ସମଗ୍ର ଭାରତରେ ଶୋକର ଛାୟା ଖେଳିଯାଇଥିଲା। ତେବେ କ୍ରୀଡା ଜଗତ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri