ସୁରେନ୍ଦ୍ର ବେହେରା ହତ୍ୟା ମାମଲା: ଅଜୟଙ୍କୁ ଆଜୀବନ ଜେଲ ଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୭ା୮: ୨୦୧୪ ମସିହାରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୋପାଳପୁର କୁମ୍ଭାର ସାହିର ସୁରେନ୍ଦ୍ର ବେହେରା (୫୫) ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ଜଗତ୍‌ସିଂହପୁର ଜିଲା ଜଜ୍‌ ଆନନ୍ଦ ଚନ୍ଦ୍ର ବେହେରା ଅଭିଯୁକ୍ତ ଖୋର୍ଦ୍ଧା ଜିଲା ବାଲିଅନ୍ତା ଥାନା ଅନ୍ତର୍ଗତ ନହରକଣ୍ଟା ହରିଦାଶପୁର ଶୁଣ୍ଢି ସାହିର ଅଜୟ ଖଟୁଆ ଓରଫ ମକରା (୨୦)ଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ମୃତ ସୁରେନ୍ଦ୍ରଙ୍କ ପୁଅଙ୍କୁ ଦିଆଯିବାକୁ ନିର୍ଦ୍ଦେଶ ରହିଛି। ଜରିମାନା ରାଶି ଅନାଦେୟ ହେଲେ ଅଭିଯୁକ୍ତ ମକରାଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ଥିବା ପିପି (ପବ୍ଲିକ ପ୍ରସିକ୍ୟୁଟର) ନଳିନୀକାନ୍ତ ମହାରଣା ସୂଚନା ଦେଇଛନ୍ତି।
ମହାରଣା କହିଛନ୍ତି, ୨୦୧୪ରେ ରଘୁନାଥପୁରରେ ଶ୍ରଦ୍ଧାଞ୍ଜଳି ବାର୍‌ ଚାଲିଥିଲା। ଏଥିରେ ମକରା ୱେଟର ହିସାବରେ କାମ କରୁଥିଲେ। ପାର୍ଶ୍ୱରେ ସୁରେନ୍ଦ୍ର ଏକ ଜଳଖିଆ ଦୋକାନ କରିଥିଲେ। ବାର୍‌ର ମାଲିକ ବିବେକାନନ୍ଦ ମହାପାତ୍ରଙ୍କ ଝିଅ ବାହାଘର ଥିବାରୁ ସେ ସୁରେନ୍ଦ୍ରଙ୍କୁ ମିଠା ତିଆରି ଦାୟିତ୍ୱ ଦେଇଥିଲେ। ୨୭ା୬ା୧୪ରେ ସୁରେନ୍ଦ୍ର ବାର୍‌ ଭିତରେ ମିଠା ତିଆରି କରୁଥିଲେ। ଏହି ସମୟରେ ସେ ପରିଶ୍ରା କରିବା ପାଇଁ ବାହାରକୁ ଯାଇ ଷ୍ଟୋର ରୁମ୍‌କୁ ଫେରିଲା ବେଳେ ପୂର୍ବ ପ୍ରସ୍ତୁତିରେ ଥିବା ମକରା ହଠାତ୍‌ ଏକ ଚାପଡ (ଚିକେନ୍‌ କଟାଯାଉଥିବା ଚାପଡ)ରେ ଆକ୍ରମଣ କରିଥିଲେ। ସେତେବେଳେ ସମୟ ପାଖାପାଖି ରାତି ୧୨ଟା୩୦ ହୋଇଥିଲା। ସୁରେନ୍ଦ୍ର ଜୀବନ ବିକଳରେ ବାହାରକୁ ଯାଇ ନିକଟରେ ଥିବା ନରେନ୍ଦ୍ରଙ୍କ ଦୋକାନ କବାଟ ବାଡେଇଥିଲେ। ସାହୁ ତାଙ୍କ ସ୍ତ୍ରୀଙ୍କ ସହ କବାଟ ଖୋଲି ସୁରେନ୍ଦ୍ରଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି କିଏ ଏଭଳି କରିଛି ବୋଲି ବୁଝିଥିଲେ। ସେତେବେଳେ ଅଭିଯୁକ୍ତ ମକରା ଖସି ଯାଇଥିଲେ। ଏହାପରେ ସାହୁ ଗାଁ ଲୋକଙ୍କୁ ଡାକି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ବ୍ୟବସ୍ଥା କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସୁରେନ୍ଦ୍ରଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ୨୮ା୬ରେ ବାର୍‌ ପରିଚାଳକ ପ୍ରମୋଦ ସ୍ବାଇଁଙ୍କ ଅଭିଯୋଗକ୍ରମେ ରଘୁନାଥପୁର ପୋଲିସ ମାମଲା ସଂଖ୍ୟା-୬୮/୧୪ ରୁଜୁ କରି ତଦନ୍ତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ସମୟରେ ସୁରେନ୍ଦ୍ରଙ୍କ ଶରୀରର ୧୨ଟି ସ୍ଥାନରେ କ୍ଷତ ଥିବା ଦେଖାଯାଇଥିଲା। ଏହି ମାମଲାରେ ୨୯ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri