Posted inଜାତୀୟ

ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ପ୍ରତିଦିନ କରାଯାଏ ୧୫୦ ଥର ଫାୟାରିଂ

ସୁରଟ,୧୫।୧୦: ପ୍ରତିଦିନ ସୁରଟ ବିମାନ ବନ୍ଦରରେ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ଉଡୁଥିବା ପକ୍ଷୀଙ୍କୁ ହଟାଇବା ପାଇଁ ୧୫୦ ଥର ଫାୟାରିଂ କରାଯାଇଥାଏ। ଏହି ବିମାନ ବନ୍ଦର ନିକଟରେ କେତେଗୁଡ଼ିଏ ପୋଖରୀ ରହିଛି। ପୋଖରୀକୁ ଖାଦ୍ୟ ଅନ୍ବେଷଣରେ ବହୁ ପକ୍ଷୀ ଆସିଥାନ୍ତି। ସେମାନେ ବିମାନ ବନ୍ଦର ଉପରେ ଉଡ଼ିବୁଲନ୍ତି। ତେଣୁ ବିମାନ ଟେକ୍‌ଅଫ୍‌ ଏବଂ ଲ୍ୟାଣ୍ଡିଂ ପୂର୍ବରୁ ବନ୍ଦର କର୍ତ୍ତୃପକ୍ଷ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏଭଳି କରିଥାନ୍ତି। ଏଠାରୁ ପ୍ରତିଦିନ ୪୬ ବିମାନ ଉଡ଼ାଣ କରିଥାଏ। ବିମାନର ସୁରକ୍ଷିତ ଉଡ଼ାଣ ଲାଗି ଗୋଟିଏ ମାସରେ ବିମାନ ବନ୍ଦର କର୍ତ୍ତୃପକ୍ଷ ୪୫ ଶହ ଥର ଫାୟାରିଂ କରିଥାନ୍ତି। ସେହିପରି ଗୋଟିଏ ବର୍ଷରେ ୫୪ ହଜାର ଥର ଫାୟାରିଂ କରାଯାଇଥାଏ। ସକାଳ ୬ଟାଠାରୁ ପୂର୍ବାହ୍ନ ୧୧ଟା ୩୦ ମଧ୍ୟରେ ପ୍ରାୟ ୮୦ ଥର ଫାୟାରିଂ କରାଯାଇଥାଏ। ସେହିପରି ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୭ଟା ୩୦ ମଧ୍ୟରେ ପ୍ରାୟ ୭୦ ଥର ଫାୟାରିଂ ହୋଇଥାଏ। ଏଥି ପାଇଁ ବର୍ଷକୁ ୨ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ୟା ବିଭୀଷିକାର ଭୟଙ୍କର ରୂପ: ଭାସିଯାଇଥିବା ଏକ ଶିଶୁର କରୁଣ ଚିତ୍ର

ନୂଆଦିଲ୍ଲୀ,୧୮ା୭: ପ୍ରବଳ ବର୍ଷା ଯୋଗୁ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ବିଭୀଷିକା ଭୟଙ୍କର ରୂପ ଧାରଣ କରିଛି। କେବଳ ବିହାରରେ ୪୪ଜଣ ମୃତ୍ୟୁବରଣ କରିଥିବାବେଳେ ୭୦...

ଫେବୃୟାରୀରେ ଭାରତ ଗସ୍ତରେ ଆସିପାରନ୍ତି ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିବା ସମ୍ଭାବନା ରହିଛି। ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ସେ ଗସ୍ତ...

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

ଭାଜପା ମୁଖ୍ୟ କାର୍ଯ୍ୟାଳୟକୁ ଆସିଲା ଜେଟଲୀଙ୍କ ପାର୍ଥିବ ଶରୀର

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଶନିବାର ପରଲୋକ ହୋଇଛି। ଶେଷ ଦର୍ଶନ ପାଇଁ ରବିବାର ସକାଳେ ତାଙ୍କ ପାର୍ଥିବ...

ଭାଜପା ପାଇଁ ସହଜ ନୁହେଁ

ନୂଆଦିଲ୍ଲୀ/ଗୁଆହାଟୀ,୧୬ା୨: ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଓ କେନ୍ଦ୍ରଶାସିତ ଅଞ୍ଚଳ ପଣ୍ଡିଚେରୀରେ ବିଧାନସଭା ନିର୍ବାଚନ ହେବ। ଏଥିରୁ ଆସାମରେ କ୍ଷମତାସୀନ ଭାଜପା ପୁଣିଥରେ ନିର୍ବାଚନ...

ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ବାଘେଲା

ନୂଆଦିଲ୍ଲୀ,୩।୧୦: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଏକ ବିବାଦୀୟ ଟିପ୍ପଣୀ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ବିନାୟକ ଦାମୋଦର ସାଭରକର ମାହାତ୍ମା ଗାନ୍ଧୀଙ୍କ ହତ୍ୟା...

ସାଇକେଲ୍‌ ଚଢି ସଂସଦ ଆସିଲେ ମନୋଜ-ମନସୁଖ

ନୂଆଦିଲ୍ଲୀ,୧୮।୧୧: ସଂସଦର ଶୀତକାଳିନ ଅଧିବେଶନ ସୋମବାର ଆରମ୍ଭ ହୋଇଛି। ଏହି ଅଧିବେଶନରେ ଯୋଗ ଦେବା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ମନୋଜ ତିଓ୍ବାରି ସାଇକେଲ...

ହୋଲି ପରେ ଶପଥ ଗ୍ରହଣ

ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା...

Advertisement
Archives

Model This Week