Posted inଜାତୀୟ

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୨ ଜୈଶ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୧୮।୬: ଗତ ୨୪ ଘଣ୍ଟା ମଧ୍ୟରେ ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର ବଘାମା ଅଞ୍ଚଳରେ ଦ୍ୱିତୀୟ ଥର ପାଇଁ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ଆରମ୍ଭ ହୋଇଛି। ଏଥିରେ ୨ ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଙ୍ଗଳବାର ସକାଳେ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ ପ୍ରଥମେ ଗୁଳିଚାଳନା କରିବା ଆରମ୍ଭ କରିଥିଲେ। ଏହାର ଜବାବ୍‌ରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ଜଣେ ଯବାନ୍‌ ଶହୀଦ୍‌ ହୋଇଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବାକୁ ସାମୟିକ ବନ୍ଦ କରି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସାମରେ ଏନ୍‌ଆର୍‌ସି ସମୟସୀମା ବୃଦ୍ଧି ପାଇଁ ଆବେଦନ କଲେ କେନ୍ଦ୍ର ଓ ରାଜ୍ୟ ସରକାର

ନୂଆଦିଲ୍ଲୀ,୧୬।୭: ଆସାମରେ ଜାତୀୟ ନାଗରିକ ପଞ୍ଜିକରଣ(ଏନ୍‌ଆର୍‌ସି) ସମୟ ସୀମା ବୃଦ୍ଧି ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ ଦାଖଲ ହୋଇଛି। ଏହି ଆବେଦନ...

କ୍ଷମା ମାଗନ୍ତୁ ରାହୁଲ: ଭାଜପା ଏମପି

ନୂଆଦିଲ୍ଲୀ,୭ ।୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଉଷ୍ମ ହୋଇଛି ରାଜନୀତି...

ଉତ୍ତରପ୍ରଦେଶ ଲହୁଲୁହାଣ: ୨୪ ଘଣ୍ଟାରେ ୧୨ ହତ୍ୟା

ଲକ୍ଷ୍ନୌ,୧୯।୮: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଶାସନରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ...

ୟୁପିରେ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ

ଲକ୍ଷ୍ନୌ,୧୯।୧୧: ଉତ୍ତରପ୍ରଦେଶର ମେନପୁରୀ, ରାମପୁର ଏବଂ ଖତଉଲି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡିସେମ୍ବର ୫ରେ ଏହି ଆସନଗୁଡିକରେ ଭୋଟ ଦିଆଯିବ ଏବଂ ଡିସେମ୍ବର...

କରୋନା ଭାଇରସ ନୂଆ ଷ୍ଟ୍ରେନ୍ ପୀଡ଼ିତଙ୍କ ସଂଖ୍ୟା ୮୨କୁ ବୃ୍‌ଦ୍ଧି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୮ ।୧:କରୋନା ଭାଇରସର ପ୍ରଥମ ପର୍ଯ୍ୟାୟ ଶେଷ ହୋଇ ନ ଥିବା ବେଳେ ବ୍ରିଟେନରୁ ଆସିଥିବା ନୂଆ ଷ୍ଟ୍ରେନରେ ପାଖାପାଖି ୮୨ ଜଣ ସଂକ୍ରମିତ ହୋଇଥିବା...

ବିଦେଶୀ ମଧ୍ୟ ଅମରନାଥ ଯାତ୍ରାରେ ହୋଇଛନ୍ତି ସାମିଲ: ମନ୍‌ କି ବାତରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୭ : ମନ୍‌ କି ବାତ କାର୍ଯ୍ୟକ୍ରମର ୧୦୩ ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମରନାଥ ଯାତ୍ରା ସମ୍ପର୍କରେ ମନ୍ତବ୍ୟ ପ୍ରଦାନ କରିଛନ୍ତି। ସେ...

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ...

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌...

Advertisement
Archives

Model This Week