Posted inଫୁରସତ

ସୁବିଦ୍ୟାଙ୍କ ସାହିତ୍ୟ ପୃଥିବୀ

ଖୁବ୍‌ କମ୍‌ ବୟସରୁ କଲମର ଯାତ୍ରା ଆରମ୍ଭ କରିଥିବା ସାରସ୍ବତ ସାଧିକା ଜଣଙ୍କ ଆଜି ଜୀବନର ସାୟାହ୍ନରେ ଉପନୀତ ହୋଇ ମଧ୍ୟ ସୃଜନ କର୍ମରେ କାର୍ଯ୍ୟରତ। ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱ କାଳ ଧରି ସେ ଭେଟି ଦେଇଛନ୍ତି ଓଡ଼ିଆ ସାହିତ୍ୟ ଜଗତକୁ ତିନୋଟି ଗଳ୍ପ ସଂକଳନ(ନିଃଶବ୍ଦ ସମ୍ପର୍କ, କିଛି ତୃଷ୍ଣା କିଛି ଜଳ, ବିଶ୍ୱାମିତ୍ରର ହସ), ( କବିତା ସଂକଳନ ସୃଜନ ରାଗ), ଦୁଇଟି ଅନୁବାଦ ଉପନ୍ୟାସ (ବିମଳ ମିତ୍ରଙ୍କର ପର ସ୍ତ୍ରୀ ଓ ଆଶାପୂର୍ଣ୍ଣା ଦେବୀଙ୍କର ବିଳମ୍ବିତ)ସହିତ ସ୍ବରଚିତ ଉପନ୍ୟାସ( ମଝି ରାସ୍ତାର ମଣିଷ), (ଅଧା ଲେଖା ଡାଏରୀ) ଯାହା ପାଠକାଦୃତ ହେବା ସହ ତାଙ୍କୁ ଦେଇଛି ଏକ ଭିନ୍ନ ପରିଚୟ। ସେ ହେଲେ କବୟିତ୍ରୀ, ଗାଳ୍ପିକା, ଔପନାସିକା ସୁବିଦ୍ୟା ଦେବୀ। ୧୯୪୪ ମସିହା ବାଲେଶ୍ୱରର ଏକ ଜମିଦାର ପରିବାରରେ ତାଙ୍କର ଜନ୍ମ। ପିତା ରାଧାରଞ୍ଜନ ଦାସ ଓ ମାତା ବୃନ୍ଦାବତୀ ଦେବୀଙ୍କର ସେ ହେଉଛନ୍ତି କନିଷ୍ଠା କନ୍ୟା। ଉଭୟ ପିତା ମାତା ଥିଲେ ପରୋପକାରୀ, ଉଦାରମନା । ବାଲ୍ୟାବସ୍ଥାରୁ ବୋଉଙ୍କ ପ୍ରଭାବ ଖୁବ୍‌ ପଡ଼ିଥିଲା ତାଙ୍କ ଉପରେ। ବୋଉ ପଢୁଥିବା ମୋଟା ମୋଟା ଓଡ଼ିଆ, ବଙ୍ଗଳା ବହି ଦେଖି ସେ ସ୍ବପ୍ନ ଦେଖିଥିଲେ ବଡ଼ହୋଇ ସେହିପରି ବହି ଲେଖିବେ। ସୁବିଦ୍ୟା କୁହନ୍ତି, ‘ଆଜି ବି ମୋ ମନରେ ‘ଝଞ୍ଜା ମାଟିର ମଣିଷ’ ଆଦି ଉପନ୍ୟାସର ଛାପ ରହିଯାଇଛି ଯାହା ପିଲାଦିନେ ଲୁଚିଲୁଚି ପଢୁଥିଲି। ପାଠ ପ୍ରତି ଆଗ୍ରହ କମ୍‌ ଓ ଗପବହି ପଢ଼ିବାର ପ୍ରଚୁର ନିଶା ଥିଲା। ମନରେ ଏପରି ଏକ ଧାରଣା ଥିଲା, ପାଠ ନ ପଢ଼ି ମୋର ବିଶେଷ କିଛି କ୍ଷତି ହେବନି, ମୁଁ ଆପେ ଆପେ କିଛି ଗୋଟେ ହୋଇଯିବି। ପାଠ ପ୍ରତି କମ୍‌ ଆଗ୍ରହ ଦେଖି ବାପା ବୋଉ ଅନେକ ସମୟରେ ଚିନ୍ତିତ ରହୁଥିଲେ। ଆଜି ଜୀବନର ଏକ ବଡ଼ ଅବସୋସ ରହିଯାଇଛି, ମୋ ପ୍ରକାଶିତ ପୁସ୍ତକରୁ ଖଣ୍ଡିଏ ବି ସେମାନେ ଦେଖିପାରିଲେନି। ସୁନାହାଟ ଉ.ପ୍ରା. ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ବାରବାଟୀ ବାଳିକା ବିଦ୍ୟାଳୟ ଓ ଫକୀର ମୋହନ କଲେଜରୁ ମୁଁ ଶିକ୍ଷା ଗ୍ରହଣ କରିଥିଲି। କଲେଜ ପଢ଼ା ସମୟରୁ କବିତା ଲେଖୁଥିଲେ ବି ବିବାହ ପରବର୍ତ୍ତୀ ସମୟରେ ବୀରମିତ୍ରପୁରରେ ଶିକ୍ଷୟିତ୍ରୀ ଥିବାବେଳେ ମୋର ଅନେକ ଗପ, କବିତା, ଆଲେଖ୍ୟ ବହୁ ଓଡ଼ିଆ ଓ ଇଂଲିଶ ପତ୍ରପତ୍ରିକା ସହିତ ପୁରୀ ଓ କଟକ ଆକାଶବାଣୀରେ ପ୍ରକାଶିତ ହୋଇଛି। ଈଶ୍ୱରଙ୍କ ଆଶୀର୍ବାଦ ଓ ମୋର ପ୍ରିୟ ପାଠକପାଠିକାମାନଙ୍କ ଭଲ ପାଇବା ହିଁ ମୋ ପ୍ରତିଭାକୁ ବିକଶିତ କରିଛି। ଜୀବନର ଚଲାପଥରେ ଅନେକ ସୁଖ ଓ ଦୁଃଖ ଅନୁଭୂତି ସାଉଁଟିଛି, ସେହିସବୁ ସାଉଁଟା ସ୍ମୃତିକୁ ତୋଳିଧରି ମୋ ଚାରିପାଖରେ ଘଟୁଥିବା ଘଟଣାକୁ ନେଇ ମୁଁ ଗଳ୍ପ ଲେଖିଥାଏ। ଜୀବନ ଯନ୍ତ୍ରଣାରେ ପୀଡ଼ିତା ନାରୀର ଅନ୍ୟାୟ ଅନୀତି ସହିତ ସଂଘର୍ଷ ଯାହା ମୋ ମନରେ ପୀଡ଼ା ସାଜି କଲମରୁ ଝରିଆସେ। ପ୍ରତିଟି ମାନସ ସନ୍ତାନକୁ ଶେଷ ସ୍ପର୍ଶ ଦେବା ପରେ ମୋତେ ଆତ୍ମସନ୍ତୋଷ ମିଳିଥାଏ। ଯାହାକୁ ଭାଷାରେ ପରିପ୍ରକାଶ କରିବା ସମ୍ଭବ ନୁହେଁ। ପ୍ରିୟ ପାଠକଙ୍କ ପ୍ରତିଟି ବାକ୍ୟ ମୋ ମନରେ ବାନ୍ଧିହୋଇ ରହିଯାଏ, ଯାହା ସମୟେ ସମୟେ ଆନନ୍ଦର ଅଶ୍ରୁ ଭାବେ ଝରିଆସି ଚଳଚଞ୍ଚଳ କରିଥାଏ ମୋର କଲମକୁ। ସ୍ବାମୀ ରାଜକୃଷ୍ଣ ମହାନ୍ତିଙ୍କ ସ୍ନେହ ଓ ନିର୍ଦ୍ଦେଶ ମୋ କଲମକୁ ଅଧିକ ସଶକ୍ତ କରିଛି।’ ତାଙ୍କ ସ୍ବାମୀ ମଧ୍ୟ ଜଣେ ସାହିତ୍ୟସାଧକ (ଶ୍ରୀ ଅରବିନ୍ଦଙ୍କ ରଚିତ ସାବିତ୍ରୀ ମହାକାବ୍ୟର ଓଡ଼ିଆ ଅନୁବାଦକ)। ଲେଖାଲେଖି ବ୍ୟତୀତ ସୁବିଦ୍ୟାଙ୍କର ଭିନ୍ନ ଏକ ପରିଚୟ ରହିଛି ସମାଜ ସେବା କ୍ଷେତ୍ରରେ। ପୁରୀର ନାରୀସେବା ସଂଘ, ନୀଳାଚଳ ନାରୀସେବା ସମିତିର ମ୍ୟାନେଜମେଣ୍ଟ ସଦସ୍ୟା, ସ୍ବରାଜ ମହଲ ଶାହା କଲେଜ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡ଼େମୀର ପରିଚାଳନା କମିଟି ସଦସ୍ୟା ସହିତ ଅନ୍ୟାନ୍ୟ ସେବା ଅନୁଷ୍ଠାନର ସଦସ୍ୟା ଭାବେ ଅନେକ ନିରାଶ୍ରୟଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ସହଯୋଗ କରିଆସୁଛନ୍ତି। ଦୀର୍ଘ ୫୦ବର୍ଷରୁ ଅଧିକ ସମୟ ଧରି ସାହିତ୍ୟର ଯାତ୍ରା ଜାରି ରଖିଥିବା ଲେଖିକା ସୁବିଦ୍ୟା ଦେବୀଙ୍କୁ ତାଙ୍କ ସାହିତ୍ୟ କୃତୀ ପାଇଁ ମିଳିଛି ଅନେକ ସ୍ବୀକୃତି ଓ ସମ୍ମାନ। ଯଥା ପୁରୀର ସୁଲେଖା ଓ ଶ୍ରୀକ୍ଷେତ୍ର ସାହିତ୍ୟ ସଂସଦ, (ଯୁଗଳବନ୍ଦୀ ସମ୍ମାନ ଉଭୟ ପତି ପତ୍ନୀ) ଯୁଗଶ୍ରୀ ଯୁଗନାରୀ, ଇସ୍ପାତ ସାହିତ୍ୟ ସଂସଦ, ସୁଲେଖା ଗାଳ୍ପିକା ସମ୍ମାନ, ସୁଧନ୍ୟା ଭୁବନେଶ୍ୱରର ଔପନାସିକା ସମ୍ମାନ, କାଦମ୍ବିନୀ ସମ୍ମାନ, ପୁରୀ ପୁସ୍ତକ ମେଳା ସମ୍ମାନ । ପୁରୀର ଅନେଷିତା, ବର୍ଷା, ଭଦ୍ରକର ସଖା ଅନୁଷ୍ଠାନରୁ ଗାଳ୍ପିକା ଏବଂ କବୟିତ୍ରୀ ସମ୍ମାନରେ ସମ୍ମାନିତ ହେବା ସହିତ ୨୦୦୫ରେ ଫକୀର ମୋହନ କଲେଜର ପୁରାତନ ଛାତ୍ର ସଂସଦ ତାଙ୍କୁ ‘ଛାତ୍ରୀ ଗୌରବ’ ସମ୍ମାନରେ ସମ୍ମାନିତ କରିଛିି।
-ପ୍ରିୟମ୍ବଦା ରଥ, ଦିଲ୍ଲୀ


Enter your email to get our daily news in your inbox.

All Right Reserved By Dharitri.Com

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri