ସୁବର୍ଣ୍ଣପୁର ଶୀତଳ ଷଷ୍ଠୀ ଯାତ୍ରା: ବିବାହ ସମ୍ପନ୍ନ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନ

ସୋନପୁର,୨୮ା୫(ନି.ପ୍ର.): ସୁବର୍ଣ୍ଣପୁର ସହରର ଡେରାପଡାରେ ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଳୁମାନେ ସାମାଜିକ ଦୂରତ୍ୱ ବଜାୟ ରଖି ଶିବ ପାର୍ବତୀଙ୍କ ଦର୍ଶନ କରିଥିଲେ। ବୁଧବାର ବିଳମ୍ବିତ ରାତିର ମହେନ୍ଦ୍ର ବେଳାରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ସୁବର୍ଣ୍ଣମେରୁ ମହାପ୍ରଭୁଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ପ୍ରତିନିଧି ସ୍ବରୂପେଣ କନ୍ୟା ପିତାଙ୍କ ବାସଗୃହ ହିମାଦ୍ରୀ ନଗର(ଢେରାପଡା) ଠାରେ କରୋନା କଟକଣା ଯୋଗୁଁ ନିରାଡମ୍ବର ଭାବେ ହୋଇଥିଲା। ଦେବଦମ୍ପତ୍ତିଙ୍କ ଏହି ଲୌକିକ ଲୀଳା ଭକ୍ତଙ୍କୁ ଦେଇଥିଲା ଆଧ୍ୟାତ୍ମିକ ଆନନ୍ଦ ।
ବୁଧବାର ସକାଳେ ଅଳଙ୍କାର ଧାରଣ ପାଇଁ ବର ଘର ପକ୍ଷରୁ କନ୍ୟାପିତା ଏସ୍‌.ନାଗେଶ୍ୱର ରାଓଙ୍କ ବାସଗୃହରେ ପହଞ୍ଚତ୍ବା ପରେ ତିଥି ଅନୁଯାୟୀ ସେଠାରେ ମାତା ପାର୍ବତୀଙ୍କ ଅଳଙ୍କାର ଧାରଣ ଓ ମଙ୍ଗଳନ ପର୍ବ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଶଙ୍ଖ, ଘଣ୍ଟା ସହ କନ୍ୟା ଘର ପକ୍ଷରୁ ପୂର୍ତ୍ତ ବିଭାଗ କଲୋନୀର ବରପିତା ପ୍ରକାଶ ରଥଙ୍କ ଘରକୁ ଦେବ ଦେବ ମହାଦେବଙ୍କୁ ବର ଭାବେ ନିମନ୍ତ୍ରଣ ପାଇଁ ଯାଇଥିଲେ। ପାରମ୍ପରିକ ପୂଜାର୍ଚ୍ଚନା ପରେ ଇଷ୍ଟଦେବତା ସୁବର୍ଣ୍ଣମେରୁ ମହାଦେବଙ୍କୁ ବିବାହ ଉତ୍ସବରେ ବାହାରିବା ପାଇଁ ଥନାପତିପଡାରେ ଥିବା ଚନ୍ଦ୍ରଶେଖର ମନ୍ଦିରକୁ ନିଆ ଯାଇଥିଲା। ସେଠାରୁ ମହାଦେବ ବାବା ୧୦୮ ଭରି ସୁନାର ଚନ୍ଦ୍ରଶେଖରଙ୍କ ସହ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କୁ ସାଙ୍ଗରେ ଧରି ବିବାହ ପାଇଁ ବାହାରି ଥିଲେ। ଯୁଗଳ ଦର୍ଶନ ପରେ ଶୁକ୍ରବାର ସକାଳେ ଦେବ ଦମ୍ପତ୍ତି ଗଣ୍ଡୁଆଳ ହୋଇ ନଗର ପରିକ୍ରମା ପୂର୍ବକ ଗୃହ ପ୍ରତ୍ୟାବର୍ତ୍ତନରେ ବାହାରିବେ । ଶିବ ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ବିନା ଶୋଭାଯାତ୍ରାରେ ନିରାଡମ୍ବର ଭାବେ ହେବ ବୋଲି ଯାତ୍ରା କମିଟି ସୂତ୍ରର ସୂଚନା ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ

ବରଗଡ଼ ଅଫିସ,୧୯।୪- ବରଗଡ଼ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଚୂଳବତୀ ସାହୁ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା ଲାଇସେନ୍ସ...

କାମରେ ଲାଗୁନି ସୋଲାର ପ୍ୟାନେଲ

କେନ୍ଦୁଝର, ୭।୬ (ସ୍ବ.ପ୍ର.) ଅନ୍ଧାରରେ କେହି ରହିବେ ନାହିଁ। ଏଣୁ ସମସ୍ତ ଗ୍ରାମକୁ ବିଭିନ୍ନ ଯୋଜନାରେ ବିଦ୍ୟୁତ୍‌ ବ୍ୟବସ୍ଥା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ଯେଉଁଠି ବିଦ୍ୟୁତ...

ନୀଳଗିରି ଡାକ୍ତରଖାନାରେ ରୋଗୀଙ୍କୁ ମିଳିଲା ରନ୍ଧାଖାଦ୍ୟ

ସଜନାଗଡ଼, ୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଡାକ୍ତରଖାନାରେ ଦୀର୍ଘଦିନ ଧରି ଶୁଖିଲା ଖାଦ୍ୟ ଦିଆଯାଉଥିଲା। ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକଙ୍କ ଉପସ୍ଥିତିରେ ଶୁକ୍ରବାରଠାରୁ ଡାକ୍ତରଖାନା...

ନିଷ୍କାସନ ହୋଇପାରୁନି ବର୍ଷାଜଳ : ଡ୍ରେନ୍‌ ନିର୍ମାଣ ଦାବି କଲେ ଅଞ୍ଚଳବାସୀ

ମାଲକାନଗିରି,୩୦ା୬(ସ୍ବ.ପ୍ର.) : ମାଲକାନଗିରି ଜିଲା ସଦର ମହକୁମା ପୌରପରିଷଦ ଅଞ୍ଚଳର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତାର ପରିମଳ ବ୍ୟବସ୍ଥା ବିଗିଡ଼ିଛି। ଜଳ ନିଷ୍କାସନ ହୋଇପାରୁ...

ମୃତଦେହ ପ୍ୟାକିଂ ବେଳେ ଚୋରି ହୋଇଥିଲା ସୁନା ଚେନ

ଝାରସୁଗଡ଼ା ଅଫିସ୍‌,୯।୬: ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳଙ୍କ ନାମକ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଗତ ୩୦...

ଦୋକାନ ସିଲ୍‌ କଲା ପ୍ରଶାସନ

ରାୟଗଡ଼ା ଅଫିସ,୭ା୫: ରାୟଗଡ଼ା ଜିଲା ଏବେ ଗ୍ରୀନ୍‌ ଜୋନରେ ରହିଛି। ଏହାକୁ ନେଇ କିଛି ମାତ୍ରାରେ ସହରରେ ଲଗାଯାଇଥିବା କଟକଣାକୁ କୋହଳ କରାଯାଇଛି। ଫଳରେ ବଜାରରେ...

କୃଷି ବିଲ୍‌କୁ ବିରୋଧ: ବରଗଡ଼ରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବରଗଡ଼ ଅଫିସ,୨୫ା୯: କୃଷି ବିଲ୍‌କୁ ନେଇ ସାରାଦେଶରେ ବିରୋଧର ସ୍ବର ତେଜି ଉଠିଛି। ବରଗଡ଼ ଜିଲାରେ ମଧ୍ୟ ବିରୋଧର ତାତି ବଢ଼ି ଚାଲିଛି। ଶୁକ୍ରବାର ଜିଲାର...

୧୦୧୯୦ ଡଙ୍ଗରିଆଙ୍କୁ ମିଳିବ ମାଗଣା ଚକ୍ଷୁ ଚିକିତ୍ସା

ରାୟଗଡ଼ା ଅଫିସ/ବିଷମକଟକ, ୧୭ା୭(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ଖଜୁରି ଏବଂ କାଡ୍ରାଗୁମ୍ମା ଗ୍ରାମରେ ଓଡ଼ିଶା ଆଦିବାସୀ ଚକ୍ଷୁରୋଗ ଗବେଷଣା ପ୍ରକଳ୍ପ(ଟ୍ରାଇବାଲ ଓଡ଼ିଶା...

Advertisement
Archives

Model This Week