ସୁପ୍ରିମକୋର୍ଟ ପରେ ଆଇନଜୀବୀଙ୍କୁ ବିସିଆଇର ଚରମବାଣୀ: ଆନ୍ଦୋଳନ ବନ୍ଦ କର

କଟକ ଅଫିସ,୨୯ା୧୦: ବିଭିନ୍ନ ଦାବିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଓ ରାଜ୍ୟର ୬୮ଟି ବାର ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ ହାଇକୋର୍ଟ ଓ ତଳ କୋର୍ଟଗୁଡ଼ିକ ଅଚଳ ରହିଛି। ଏହାକୁ ନେଇ କିଛିଦିନ ତଳେ ସୁପ୍ରିମ୍‌କୋର୍ଟ କ୍ଷୁବ୍ଧ ହେବା ସହ ବାର କାଉନସିଲ ଅଫ୍‌ ଇଣ୍ଡିଆ(ବିସିଆଇ)ର ସହଯୋଗ ଲୋଡ଼ିଥିଲେ। ବିସିଆଇ ଆନ୍ଦୋଳନରତ ଆଇନଜୀବୀଙ୍କୁ ଚରମବାଣୀ ଶୁଣାଇଛନ୍ତି। ତୁରନ୍ତ ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ଆଇନଜୀବୀମାନଙ୍କୁ ବିସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କିତ ଏକ ପତ୍ର ବିସିଆଇ ପକ୍ଷରୁ ହାଇକୋର୍ଟ ବାର ଏବଂ ୬୮ ବାର ଆସୋସିଏଶନକୁ ଦିଆଯାଇଛି। ନିର୍ଦ୍ଦେଶ ନ ମାନିଲେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଆଇନଜୀବୀଙ୍କୁ ନିଲମ୍ବନ କରାଯିବା ସହ ବାର ନିର୍ବାଚନ ପାଇଁ ଅଯୋଗ୍ୟ ଘୋଷଣା କରାଯିବ। ଆନ୍ଦୋଳନରୁ ଓହରିବା ନେଇ ବିସିଆଇକୁ ଆସନ୍ତା ୩ତାରିଖ ମଧ୍ୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଅଦାଲତରେ ପଡ଼ି ରହିଥିବା ମାମଲା ପରିଚାଳନା ସମ୍ଭବ ହୋଇପାରୁନାହିଁ। ସୁପ୍ରିମକୋର୍ଟରେ ରୁଜୁ ଏକ ମାମଲାର ଶୁଣାଣି ବେଳେ ଏହି ଆନ୍ଦୋଳନ ପ୍ରସଙ୍ଗ ଉତ୍ଥାପନ ହୋଇଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କଠୋର ଅଭିମୁଖ୍ୟ ଗ୍ରହଣ କରିଥିଲେ। ଗତ ୨୪ତାରିଖରେ ହୋଇଥିବା ଶୁଣାଣିରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି, ଓଡ଼ିଶା ବାର୍‌ କାଉନସିଲ୍‌ ଅଧ୍ୟକ୍ଷଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସୁପ୍ରିମ୍‌କୋର୍ଟ ନୋଟିସ ଜାରି କରିଥିଲେ। ସେହିପରି ଆସନ୍ତା ନଭେମ୍ବର ୮ରେ ହେବାକୁ ଥିବା ଶୁଣାଣିରେ ବିସିଆଇ ଅଧ୍ୟକ୍ଷଙ୍କୁ ଉପସ୍ଥିତ ରହି ମାମଲା ପରିଚାଳନାରେ ସହଯୋଗ କରିବାକୁ କହିଥିଲେ। ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁ ଓଡ଼ିଶାର ବିଭିନ୍ନ ଅଦାଲତରେ ଅନେକ କାର୍ଯ୍ୟଦିବସ ବରବାଦ ହୋଇଥିବାରୁ ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ହେବ ସେ ସମ୍ପର୍କରେ ମତ ରଖିବାକୁ ମଧ୍ୟ ସୁପ୍ରିମ୍‌କୋର୍ଟ କହିଥିଲେ। ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଡକାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। କୌଣସି ଅଯୌକ୍ତିକ କାରଣ ପାଇଁ ଅଦାଲତଙ୍କୁ ସହଯୋଗ ନ କରିବା ବରଦାସ୍ତଯୋଗ୍ୟ ନୁହେଁ। ଏଥିଯୋଗୁ ଜନସାଧାରଣ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବାବେଳେ ଏହାକୁ ବିଶୃଙ୍ଖଳିତ ଆଚରଣ ବୋଲି ବିବେଚନା କରାଯିବ ବୋଲି ବିସିଆଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି କହିଛନ୍ତି ଯେ, ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଚିଠି ହସ୍ତଗତ ହୋଇଛି, ଆସନ୍ତା ୧ତାରିଖରେ ଆସୋସିଏଶନର ସାଧାରଣ ପରିଷଦ ବୈଠକ ହେବାକୁ ଅଛି ଓ ଏହି ବୈଠକରେ ସମସ୍ତ ବିଷୟକୁ ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣାରେ ଆଇନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭବାନୀପାଟଣାଠାରେ...

୬ ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ: ବୁଢ଼ା, ଟୋକା, ପିଲା, କାଞ୍ଚନ, ଛୁଆ ବେଶରେ ଦର୍ଶନ ଦେବେ

ଭଦ୍ରକ ଅଫିସ,୨୦ା୮- ଆସନ୍ତା ଶନିବାର ଗଣେଶ ପୂଜା। ଜିଲାରେ ମାତ୍ର ୬ଟି ସ୍ଥାୟୀ ମନ୍ଦିରରେ ପୂଜା ପାଇବେ ଗଜାନନ। କୋଭିଡ୍‌ କଟକଣା ମଧ୍ୟରେ ଏହି ପୂଜା...

ପିସିସି କମିଟି ଘୋଷଣା ପରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର ୨୫।୪: ପିସିସି କମିଟି ଘୋଷଣା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଅସନ୍ତୋଷ ପ୍ରକାଶ କରିଛନ୍ତି । ବାହିନୀପତି କହିଛନ୍ତି, ମୋତେ କି...

ତୁମ ନେତୃତ୍ୱରେ ରାଜ୍ୟରେ ବିକାଶ ନୂଆ ଉଚ୍ଚତା ଛୁଇଁବ- ନବୀନ

ଭୁବନେଶ୍ୱର,୨।୫: ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ। ଏନେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଖର୍ଚ୍ଚ ଦାବି ଆଲୋଚନା: ପେସା ଆଇନ କଥା ଉଠାଇଲେ ନରସିଂହ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ବିଧାନସଭାରେ ଶୁକ୍ରବାର ଅପରାହ୍ନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ମୁଢ଼ି କରିଛି ସ୍ବାବଲମ୍ବୀ

ବାରିପଦା ଅଫିସ,୩ା୩(ରଞ୍ଜନ କୁମାର ପ୍ରଧାନ)- ବାରିପଦା ମୁଢ଼ି ମାଂସର ସ୍ବତନ୍ତ୍ରତା ରହିଛି। ଏହି ମୁଢ଼ିକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ମୟୂରଭଞ୍ଜ...

ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର, ପିଲାଙ୍କ ଚାଉଳ ବିକ୍ରି ଅଭିଯୋଗରେ ପ୍ରଧାନଶିକ୍ଷକଙ୍କୁ ମାଡ଼

ବାଲିଗୁଡ଼ା,୧୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସୁଡ୍ରା ଗ୍ରାମର ସରକାରୀ ଆଶ୍ରମ...

ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ...

Advertisement
Archives

Model This Week