ସୁପରିଚାଳନା ଦ୍ୱାରା କଠିନ ବର୍ଜ୍ୟବସ୍ତୁ ସମ୍ପଦ ହେବ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): କଠିନ ବର୍ଜ୍ୟବସ୍ତୁ ବର୍ତ୍ତମାନ ଜୀବଜଗତ ପାଇଁ ବଡ଼ ବିପଦ ସାଜିଛି। ଏଥିଯୋଗୁ ଜଳ, ବାୟୁ ଓ ପରିବେଶ ପ୍ରଦୂଷିତ ହେଉଛି। ଲୋକେ ଘାତକ ରୋଗର ଶିକାର ହେଉଛନ୍ତି। ଦେଶର ସହରାଞ୍ଚଳ ଅପେକ୍ଷା ଓ ଗ୍ରାମାଞ୍ଚଳରେ ଏହାର କୁପ୍ରଭାବ ଅଧିକ ପଡୁଥିବା ଦେଖିବାକୁ ମିଳୁଛି। ଏହି ବିପଦରୁ ମୁକୁଳିବା ବର୍ତ୍ତମାନ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେଣୁ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ହେଲେ ଏହା ମାନବ ସମାଜ ପାଇଁ ବିପଦ ନୁହେଁ, ସମ୍ପଦ ହେବ। ତେଣୁ ଏହାର ପୁନଃପ୍ରକ୍ରିୟାକରଣ କରାଯାଇ ଏଥିରୁ ରାଜସ୍ବ ସଂଗ୍ରହ ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦରକାର। ମଙ୍ଗଳବାର କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ସଂକ୍ରାନ୍ତରେ ୟୁନିସେଫ୍‌ ଓଡ଼ିଶା ପକ୍ଷରୁ ଅନୁଷ୍ଠିତ ମିଡିଆ ରାଉଣ୍ଡ୍‌ଟେବୁଲ ବୈଠକରେ ମତପ୍ରକାଶ ପାଇଛି।
ଏହି ବୈଠକରେ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ଡ. ମୋନିକା ନୀଲ୍‌ସନ, ପଞ୍ଚାୟତ ଏବଂ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ସୁବାସ ଚନ୍ଦ୍ର ଦାସ, ଗ୍ରାମୀଣ ଜଳଯୋଗାଣ ଓ ନିଷ୍କାସନ ବିଭାଗର ଭୁବନେଶ୍ୱର ସର୍କଲର ଅଧୀକ୍ଷକ ଯନ୍ତ୍ରୀ ଅଭୟ ବିଶ୍ୱାଳ, ମୁମ୍ବାଇର କଠିନ ବର୍ଜ୍ୟବସ୍ତୁ ବିଶେଷଜ୍ଞ ପ୍ରମୋଦ ଡବ୍ରାସେ, ୟୁନିସେଫ୍‌ ଓଡିଶାର ଓ୍ବାସ୍‌ ବିଶେଷଜ୍ଞ ସିପ୍ରା ସାକ୍‌ସେନାଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ବିପଦ ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ। ଡ. ନୀଲ୍‌ସନ କହିଲେ, ସମାଜରେ ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ପୋଷଣ ଓ ଶିକ୍ଷାର ଉନ୍ନତି ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ନ ହେବା ଯୋଗୁ ମୃତ୍ତିକା ଓ ଜଳବାୟୁ ଭୟଙ୍କର ଭାବେ ପ୍ରଦୂଷିତ ହେଉଛି। ଫଳରେ ଦେଶରେ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଉପୁଜୁଛି। ୟୁନିସେଫ୍‌ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇ ନୀଲ୍‌ସନ କହିଲେ, ପ୍ରାଥମିକ ସ୍ତରରେ ଓଡିଶାର ପ୍ରତି ଜିଲାର ୩ଟି ଲେଖାଏ ପଞ୍ଚାୟତରେ ଲୋକମାନଙ୍କୁ ସଚେତନ କରାଯିବ। ସରପଞ୍ଚମାନେ ଲୋକମାନଙ୍କୁ ସଚେତନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଗାଁ ଏବଂ ପଞ୍ଚାୟତସ୍ତରରେ କଠିନ ବର୍ଜ୍ୟବସ୍ତୁର ଠିକ୍‌ ପରିଚାଳନା ଉପରେ ଗୁରୁତ୍ୱ ଦେବେ। ବ୍ୟବହାର ଉପଯୋଗୀ ନ ଥିବା ବର୍ଜ୍ୟବସ୍ତୁର ଏକତ୍ରୀକରଣ, ବିଭାଗୀକରଣ ଉପଚାର ତଥା ସୁରକ୍ଷିତ ରୂପେ ନିଷ୍କ୍ରିୟ କରାଯିବା ଉପରେ ଗୁରୁତ୍ୱ ଦିଆଯିବ। ସାକ୍‌ସେନା ଓ ଡବ୍ରାସେ କହିଲେ, ପ୍ରତିଦିନ ବାହାରୁଥିବା ଲକ୍ଷ ଲକ୍ଷ ମେଟ୍ରିକ ଟନ ବର୍ଜ୍ୟବସ୍ତୁର ସୁପରିଚାଳନା ଅଭାବରୁ ଆମର ବିକଶିତ ମାନବ ସଭ୍ୟତା ବେକାର ସାବ୍ୟସ୍ତ ହେବାରେ ଲାଗିଛି। ସମସ୍ୟାର ସମାଧାନ ପାଇଁ ସାମୂହିକ ଉଦ୍ୟମ ଲୋଡ଼ା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୬ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ରାଜ୍ୟରେ ରବିବାର ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେହି ପିଲା ନାହାନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୪...

ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ...

ଭାଗବତଙ୍କ ରାଷ୍ଟ୍ରବାଦ କଥାକୁ ନିରଞ୍ଜନଙ୍କ କଟାକ୍ଷ : ଭାଜପା କହିଲା ଯେମିତି ଚଷମା ପିନ୍ଧିଛନ୍ତି ସେମିତି ଦେଖାଯାଉଛି

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଆର୍‌ଏସ୍‌ଏସ୍‌ର ଅଖିଳ ଭାରତ କାର୍ଯ୍ୟକାରୀ ମଣ୍ଡଳ ବୈଠକ ପ୍ରଥମ ଥର ଲାଗି ଓଡିଶାରେ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୨୦ ତାରିଖ...

ଏମ୍ସରେ ବାର୍ଦ୍ଧକ୍ୟ ରୋଗ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌

ଭୁବନେଶ୍ୱର,୪।୩(ବ୍ୟୁରୋ): ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଛି ଏମ୍ସ ଭୁବନେଶ୍ୱର। ବାର୍ଦ୍ଧକ୍ୟ ରୋଗଜନିତ ଚିକିତ୍ସା ନିମନ୍ତେ ଏମ୍ସର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ...

ଦୋକାନ ଗୃହ ଅନିୟମିତତାର ତଦନ୍ତ ହେଉନି

ବାଲିଚନ୍ଦ୍ରପୁର,୨୨ା୭(ସ୍ବ.ପ୍ର.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ବାଲିଚନ୍ଦ୍ରପୁର ବଜାରରେ ନିର୍ମାଣାଧୀନ ଦୋକାନ ଗୃହରେ ବ୍ୟାପକ ଅନିୟମିତତା ହୋଇଛି। ଗୋଟିଏ ଗୃହ ପ୍ରଦାନ ପାଇଁ ବେଆଇନ...

ଖାଦ୍ୟାଭାବ ଆଶଙ୍କା

ଅସ୍ବାଭାବିକ ମୌସୁମୀ ଦେଶର ଖାଦ୍ୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଦିଗରେ ‘ସ୍ବାଭାବିକ...

ଜୁନ୍‌ ତୃତୀୟ ସପ୍ତାହରେ ମୌସୁମୀ

ଭୁବନେଶ୍ୱର,୧୪ା୪(ବ୍ୟୁରୋ):ଚଳିତ ବର୍ଷ ଦେଶରେ ଭଲ ବର୍ଷା ହେବ। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ବାଭାବିକ ବର୍ଷା ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week