ସୁନା ପାଇଁ ଆସିବ ଆମ୍‌ନେଷ୍ଟି ସ୍କିମ୍‌

ନୂଆଦିଲ୍ଲୀ, ୩୧।୧୦: କଳାଟଙ୍କା ଉପରେ ରୋକ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ବିମୁଦ୍ରୀକରଣ ପରେ ଦ୍ୱିତୀୟ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ବେହିସାବି ବା ଚୋରା ଭାବେ ରଖାଯାଇଥିବା ସୁନା ପାଇଁ ସରକାର ଆମ୍‌ନେଷ୍ଟି ସ୍କିମ ଶୀଘ୍ର ଘୋଷଣା କରିବେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ସୁନା ଗଚ୍ଛିତ କରି ରଖିଥିଲେ ଏହି ସ୍କିମରେ ଲୋକମାନେ ତାହା ଘୋଷଣା କରିପାରିବେ। ଏହା ଉପରେ ଲୋକଙ୍କୁ ଟିକସ ଦେବାକୁ ପଡିବ। ସୁନା ରଖିବା ପରିମାଣକୁ ସରକାର ଏଥିରେ ଧାର୍ଯ୍ୟ କରିବେ। ସ୍କିମ ଚାଲିବା ପର୍ଯ୍ୟନ୍ତ ଲୋକଙ୍କୁ ଏହାର ଲାଭ ନେବାକୁ ପଡିବ। ସ୍କିମ ଅବଧି ଶେଷ ହେବା ପରେ ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ସୀମାଠାରୁ ଅଧିକ ପରିମାଣର ସୁନା ନିଜ ପାଖରେ ଗଚ୍ଛିତ କରି ରଖନ୍ତି ତେବେ ବୃହତ୍‌ ପରିମାଣର ଟିକସ ଦେବାକୁ ପଡିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।
ଆୟକର ଆମନେଷ୍ଟି ସ୍କିମ ଭଳି ଗୋଲ୍ଡ ଆମନେଷ୍ଟି ସ୍କିମ ସୀମିତ ସମୟ ଲାଗି ରହିବ। ୨୦୧୪-୧୬ ମଧ୍ୟରେ ଲାଗୁ ହୋଇଥିବା ଆମନେଷ୍ଟି ସ୍କିମ ଭଳି ଏହି ପଦକ୍ଷେପ ଲାଗୁ କରାଯିବା ନେଇ ଯୋଜନା ଧାର୍ଯ୍ୟ ହୋଇଥିବା ଅଧିକାରୀ କହିଛନ୍ତି। ସରକାରଙ୍କ ଅନୁମୋଦିତ ଭାଲ୍ୟୁୟର ସୁନାର ମୂଲ୍ୟ ସଂକ୍ରାନ୍ତ ପ୍ରମାଣପତ୍ର ଦେବେ। ବିବାହିତ ମହିଳାଙ୍କ ଧାର୍ଯ୍ୟ ପରିମାଣଠାରୁ କମ୍‌ ମୂଲ୍ୟର ସୁନାଗହଣାକୁ ଉକ୍ତ ସ୍କିମ୍‌ରୁ ବାଦ୍‌ ଦିଆଯିବ। ଏହି ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ସେହିଭଳି ଚଳିତ ବର୍ଷ ଏକ ଗୋଲ୍ଡ ବୋର୍ଡ ସ୍ଥାପନ କରିବାକୁ ଏଥିରେ ପ୍ରସ୍ତାବ ରଖାଯାଇଛି। ଏଥିରେ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରରୁ ଅଧିକାରୀମାନେ ରହିବେ। ଏହି ସ୍କିମକୁ ଅଧିକ ଆକର୍ଷଣୀୟ କରିବା ଏବଂ ଗଚ୍ଛିତ ସୁନାକୁ ଆର୍ଥତ୍କ ସମ୍ପତ୍ତି ଭାବେ ରୂପାନ୍ତରିତ କରିବା ଉପରେ ଏହା କାର୍ଯ୍ୟ କରିବ।
ସୋଭରେନ ଗୋଲ୍ଡ ବଣ୍ଡକୁ ନୂଆ ରୂପ ଦେବାକୁ ଯୋଜନା ରଖାଯାଇଛି। ଏହାକୁ ଲୋକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରି ଗଠନ କରାଯିବ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଷ୍ପତ୍ତି ନିଆଯିବାର ଥିଲା ମାତ୍ର ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟଗୁଡିକରେ ନିର୍ବାଚନ ଲାଗି ନିଷ୍ପତ୍ତି ଆସିବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସରକାରଙ୍କ ସୋଭରେନ ଗୋଲ୍ଡ ବଣ୍ଡ ସ୍କିମ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅଣବିଭାଜିତ ପରିବାରଗୁଡିକ ଲାଗି ଲାଗୁ କରାଯିବ।

 

ଆମ୍‌ନେଷ୍ଟି ସ୍କିମ କ’ଣ?
ସରକାରଙ୍କ ଟିକସ ବିଭାଗ ପକ୍ଷରୁ ଅଘୋଷିତ ଆୟ ବା ସମ୍ପତ୍ତି କ୍ଷେତ୍ରରେ ଟିକସ ଆମ୍‌ନେଷ୍ଟି ସ୍କିମ୍‌ ସମୟ ସମୟରେ ଘୋଷଣା କରାଯାଇଥାଏ। ଏହା ଏକ କ୍ଷମା ଯୋଜନା, ଯାହାର ଅବଧି ସୀମିତ ସମୟ ଲାଗି ରହିଥାଏ। ଲୋକମାନେ ଏହି ସମୟରେ ସେମାନଙ୍କ ଅଘୋଷିତ ଆୟ କିମ୍ବା ସମ୍ପତ୍ତି ଘୋଷଣା କଲେ ମୋଟ ସମ୍ପତ୍ତି, ଅର୍ଥ ଉପରେ କିଛି ପରିମାଣର ଟିକସ ପ୍ରଦାନ କରନ୍ତି। ଫଳରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମାଫ୍‌ ହୋଇଥାଏ। ଏହି ଉପାୟରେ ଆଦାୟ ହେଉଥିବା ଅର୍ଥକୁ ସରକାର ଲୋକଙ୍କ ହିତ ଲାଗି ଖର୍ଚ୍ଚ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri