ସୁନା ପାଇଁ ଆସିବ ଆମ୍‌ନେଷ୍ଟି ସ୍କିମ୍‌

ନୂଆଦିଲ୍ଲୀ, ୩୧।୧୦: କଳାଟଙ୍କା ଉପରେ ରୋକ୍‌ ଲଗାଇବା ଲାଗି କେନ୍ଦ୍ର ସରକାର ବିମୁଦ୍ରୀକରଣ ପରେ ଦ୍ୱିତୀୟ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି। ବେହିସାବି ବା ଚୋରା ଭାବେ ରଖାଯାଇଥିବା ସୁନା ପାଇଁ ସରକାର ଆମ୍‌ନେଷ୍ଟି ସ୍କିମ ଶୀଘ୍ର ଘୋଷଣା କରିବେ ବୋଲି ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସୀମାଠାରୁ ଅଧିକ ପରିମାଣର ସୁନା ଗଚ୍ଛିତ କରି ରଖିଥିଲେ ଏହି ସ୍କିମରେ ଲୋକମାନେ ତାହା ଘୋଷଣା କରିପାରିବେ। ଏହା ଉପରେ ଲୋକଙ୍କୁ ଟିକସ ଦେବାକୁ ପଡିବ। ସୁନା ରଖିବା ପରିମାଣକୁ ସରକାର ଏଥିରେ ଧାର୍ଯ୍ୟ କରିବେ। ସ୍କିମ ଚାଲିବା ପର୍ଯ୍ୟନ୍ତ ଲୋକଙ୍କୁ ଏହାର ଲାଭ ନେବାକୁ ପଡିବ। ସ୍କିମ ଅବଧି ଶେଷ ହେବା ପରେ ଯଦି କୌଣସି ବ୍ୟକ୍ତି ଧାର୍ଯ୍ୟ ସୀମାଠାରୁ ଅଧିକ ପରିମାଣର ସୁନା ନିଜ ପାଖରେ ଗଚ୍ଛିତ କରି ରଖନ୍ତି ତେବେ ବୃହତ୍‌ ପରିମାଣର ଟିକସ ଦେବାକୁ ପଡିବ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି।
ଆୟକର ଆମନେଷ୍ଟି ସ୍କିମ ଭଳି ଗୋଲ୍ଡ ଆମନେଷ୍ଟି ସ୍କିମ ସୀମିତ ସମୟ ଲାଗି ରହିବ। ୨୦୧୪-୧୬ ମଧ୍ୟରେ ଲାଗୁ ହୋଇଥିବା ଆମନେଷ୍ଟି ସ୍କିମ ଭଳି ଏହି ପଦକ୍ଷେପ ଲାଗୁ କରାଯିବା ନେଇ ଯୋଜନା ଧାର୍ଯ୍ୟ ହୋଇଥିବା ଅଧିକାରୀ କହିଛନ୍ତି। ସରକାରଙ୍କ ଅନୁମୋଦିତ ଭାଲ୍ୟୁୟର ସୁନାର ମୂଲ୍ୟ ସଂକ୍ରାନ୍ତ ପ୍ରମାଣପତ୍ର ଦେବେ। ବିବାହିତ ମହିଳାଙ୍କ ଧାର୍ଯ୍ୟ ପରିମାଣଠାରୁ କମ୍‌ ମୂଲ୍ୟର ସୁନାଗହଣାକୁ ଉକ୍ତ ସ୍କିମ୍‌ରୁ ବାଦ୍‌ ଦିଆଯିବ। ଏହି ପ୍ରସ୍ତାବକୁ ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ରାଜସ୍ବ ବିଭାଗ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି। ସେହିଭଳି ଚଳିତ ବର୍ଷ ଏକ ଗୋଲ୍ଡ ବୋର୍ଡ ସ୍ଥାପନ କରିବାକୁ ଏଥିରେ ପ୍ରସ୍ତାବ ରଖାଯାଇଛି। ଏଥିରେ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କ୍ଷେତ୍ରରୁ ଅଧିକାରୀମାନେ ରହିବେ। ଏହି ସ୍କିମକୁ ଅଧିକ ଆକର୍ଷଣୀୟ କରିବା ଏବଂ ଗଚ୍ଛିତ ସୁନାକୁ ଆର୍ଥତ୍କ ସମ୍ପତ୍ତି ଭାବେ ରୂପାନ୍ତରିତ କରିବା ଉପରେ ଏହା କାର୍ଯ୍ୟ କରିବ।
ସୋଭରେନ ଗୋଲ୍ଡ ବଣ୍ଡକୁ ନୂଆ ରୂପ ଦେବାକୁ ଯୋଜନା ରଖାଯାଇଛି। ଏହାକୁ ଲୋକମାନଙ୍କ ପାଇଁ ଅଧିକ ଆକର୍ଷଣୀୟ କରି ଗଠନ କରାଯିବ ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଅକ୍ଟୋବର ଦ୍ୱିତୀୟ ସପ୍ତାହରେ କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନିଷ୍ପତ୍ତି ନିଆଯିବାର ଥିଲା ମାତ୍ର ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟଗୁଡିକରେ ନିର୍ବାଚନ ଲାଗି ନିଷ୍ପତ୍ତି ଆସିବାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ସରକାରଙ୍କ ସୋଭରେନ ଗୋଲ୍ଡ ବଣ୍ଡ ସ୍କିମ ବ୍ୟକ୍ତିବିଶେଷ ଏବଂ ହିନ୍ଦୁ ଅଣବିଭାଜିତ ପରିବାରଗୁଡିକ ଲାଗି ଲାଗୁ କରାଯିବ।

 

ଆମ୍‌ନେଷ୍ଟି ସ୍କିମ କ’ଣ?
ସରକାରଙ୍କ ଟିକସ ବିଭାଗ ପକ୍ଷରୁ ଅଘୋଷିତ ଆୟ ବା ସମ୍ପତ୍ତି କ୍ଷେତ୍ରରେ ଟିକସ ଆମ୍‌ନେଷ୍ଟି ସ୍କିମ୍‌ ସମୟ ସମୟରେ ଘୋଷଣା କରାଯାଇଥାଏ। ଏହା ଏକ କ୍ଷମା ଯୋଜନା, ଯାହାର ଅବଧି ସୀମିତ ସମୟ ଲାଗି ରହିଥାଏ। ଲୋକମାନେ ଏହି ସମୟରେ ସେମାନଙ୍କ ଅଘୋଷିତ ଆୟ କିମ୍ବା ସମ୍ପତ୍ତି ଘୋଷଣା କଲେ ମୋଟ ସମ୍ପତ୍ତି, ଅର୍ଥ ଉପରେ କିଛି ପରିମାଣର ଟିକସ ପ୍ରଦାନ କରନ୍ତି। ଫଳରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମାଫ୍‌ ହୋଇଥାଏ। ଏହି ଉପାୟରେ ଆଦାୟ ହେଉଥିବା ଅର୍ଥକୁ ସରକାର ଲୋକଙ୍କ ହିତ ଲାଗି ଖର୍ଚ୍ଚ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନରେ ବଡ଼ ଘୋଷଣା: କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ

ଭୁବନେଶ୍ୱର,୧୦।୪(ଅନୁରାଧା ମହାରଣା): ଅନନ୍ତ ଅମ୍ବାନୀଙ୍କ ଜନ୍ମଦିନ ଅବସରରେ ଭୁବନେଶ୍ୱରସ୍ଥିତ କିସ୍‌ ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରଙ୍କ ପାଇଁ ରିଲାଏନ୍ସର ଚାକିରି ସୁଯୋଗ, ଚଳିତ ଶିକ୍ଷାବର୍ଷରେ କିସ୍‌ ଛାତ୍ରୀଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି,…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri