ସୁନା ଚୋରାକାରବାର ବଢ଼ିବ

ନୂଆଦିଲ୍ଲୀ,୭-୭: ବଜେଟରେ ସୁନା ଆମଦାନୀ ଉପରେ ସୀମାଶୁଳ୍କକୁ ୧୦ରୁ ୧୨.୫%କୁ ବୃଦ୍ଧି କରାଯାଇଥିବାରୁ ଏହି ଦାମୀ ଧାତୁର ଚୋରାକାରବାର ବ୍ୟାପକ ହେବ ବୋଲି ଜେମ୍ସ ଆଣ୍ଡ ଜୁଏଲେରୀ ଉଦ୍ୟୋଗ ପକ୍ଷରୁ ଆଶଙ୍କାବ୍ୟକ୍ତ କରାଯାଇଛି। ଏଥିଯୋଗୁ ସୁନା ଦର ହୁ ହୁ ହୋଇ ବଢ଼ିବ। କିନ୍ତୁ ଦରବୃଦ୍ଧି କାରଣରୁ ସୁନା ଚାହିଦା କମିବ ବୋଲି କହିଛନ୍ତି। ଦେଶରେ ପ୍ରାୟ ୫୦ ହଜାର କୋଟି ଟଙ୍କାର ସୁନା, ରୁପା ଓ ପ୍ଲାଟିନମ୍‌ କାରବାର ହେଉଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏଶନ ଡାଇରେକ୍ଟର ହରେଶ ଆଚାର୍ଯ୍ୟ କହିଛନ୍ତି ଯେ, ସୀମାଶୁଳ୍କ ବୃଦ୍ଧି ପାଇବା କାରଣରୁ ସରକାରୀସ୍ତରରେ ସୁନା କ୍ରୟ ଧୀରେ ଧୀରେ କମିବ ଏବଂ ଚୋରାକାରବାର ବଢ଼ିବ। ଏଥିଯୋଗୁ ଗହଣା ଉଦ୍ୟୋଗ କ୍ଷତିଗ୍ରସ୍ତ ହେବ। କାରଣ ଲୁଚାଚୋରାରେ ସୁନା କିଣା ଯୋଗୁ ବଜାରରେ ଅହେତୁକ ପ୍ରତିଯୋଗିତା ଦେଖାଯିବ। ଅଲ୍‌ ଇଣ୍ଡିଆ ଜେମ୍ସ ଆଣ୍ଡ ଜୁଏଲେରୀ ଡୋମେଷ୍ଟିକ୍‌ କାଉନସିଲ୍‌ ଅଧ୍ୟକ୍ଷ ଅନନ୍ତ ପଦ୍ମନାଭନ ମଧ୍ୟ ସମାନ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୀମା ଶୁଳ୍କ ବୃଦ୍ଧି କାରଣରୁ ମଧ୍ୟବିତ୍ତ ଶ୍ରେଣୀ ଏହି ଦାମୀ ଧାତୁ କିଣିବା ଠାରୁ ଦୂରେଇ ଯିବେ। ସୂଚନାଥାଉ କି, ସୁନା, ରୁପାକୁ ଶୁକ୍ରବାର ବଜେଟରେ ଘୋଷଣା ପରେ ସୁନା ଦର ପ୍ରତି ୧୦ ଗ୍ରାମ ୩୫,୧୫୫ ଟଙ୍କାକୁ ବୃଦ୍ଧି ପାଇଛି। ବଜାରରେ ଚୋରା ସୁନା କାରବାରକୁ ବନ୍ଦ କରିବା ଲାଗି ଆମଦାନୀ ଶୁଳ୍କକୁ ୪% ହ୍ରାସ କରିବା ଲାଗି ଗହଣା ଉଦ୍ୟୋଗ ପକ୍ଷରୁ ପ୍ରାକ୍‌ ବଜେଟ ବୈଠକ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ସରକାର ଏହି ଦାବି ପୂରଣ କରିବା ବଦଳରେ ଓଲଟା ସୀମାଶୁଳ୍କ ବଢ଼ାଇ ଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri