ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏଭଳି …

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନ ଥିବା ଦେଖିବାକୁ ମିଳିଛି।
ସମ୍ପର୍କର ପ୍ରଦର୍ଶନ କରନ୍ତୁ ନାହିଁ: ବାହାଘର ପରେ ପୁଅ ଝିଅ ଆରମ୍ଭରୁ ନିଜ ସମ୍ପର୍କରେ ବଢ଼େଇ ଚଢ଼େଇ ନିଜକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଥାନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବଜାୟ ରଖିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। ତେବେ ଏମିତି ନ କରି ନିଜ ସମ୍ପର୍କର ଗଭୀରତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସାଥୀଙ୍କ ପ୍ରକୃତି ଆପଣଙ୍କ ଭଳି ନୁହେଁ ଏବଂ ସେ ପରଫେକ୍ଟ ବି ନୁହଁନ୍ତି ବୋଲି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଦୁହେଁ ଦୁହିଁଙ୍କୁ ଯଦି ସମୟ ଦେଇ ପାରୁ ନାହାନ୍ତି ତା’ହେଲେ ଏଭଳି ସ୍ଥିତିରେ ଆପଣ ପୂର୍ବରୁ ଏକାଠି ବିତାଇଥିବା ସମୟକୁ ନେଇ ନିଜର ବିଚାରକୁ ଶେୟାର କରନ୍ତୁ।
ଝଗଡ଼ା ପରେ ଶୋଇବାକୁ ଯାଆନ୍ତୁ ନାହିଁ: ବହୁଥର ଦେଖିବାକୁ ମିଳେ ଝଗଡ଼ା ପରେ ଦମ୍ପତ୍ତିମାନେ ଦୁହେଁ ଦୁହିଁଙ୍କ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏଥିସହ ରାଗିକି ଶୋଇବାକୁ ଚାଲିଯାଆନ୍ତି। ଏଥିରେ ଦୁହିଁଙ୍କ ଭିତରେ କଳହ ଆହୁରି ବଢ଼ିଥାଏ। ତେବେ ନିଜ ଜୀବନରେ ଏଭଳି ଏକ ନିୟମ କରନ୍ତୁ, ଶୋଇବା ପୂର୍ବରୁ ଦୁଇଜଣଙ୍କ ଭିତରେ ହୋଇଥିବା ସମସ୍ତ ଝଗଡ଼ାକୁ ବା ଇସ୍ୟୁକୁ ଗୋଟିଏ ରାତି ଭିତରେ ଶେଷ କରନ୍ତୁ। ଫଳରେ ଆର ଦିନକୁ ନିଜ ସମ୍ପର୍କର ଏକ ନୂଆ ଆରମ୍ଭ କରିପାରିବେ।
ମିଳିମିଶି କାମ କରନ୍ତୁ: ବହୁଥର ସ୍ତ୍ରୀ ରୋଷେଇଘରେ କାମ କରୁଥିବା ବେଳେ ସ୍ବାମୀ ଅଲଗା ରୁମ୍‌ରେ ରହିଥାନ୍ତି। ଫଳରେ ଦୁହେଁ ଦୁହିଁଙ୍କୁ କମ୍‌ ସମୟ ଦେଇପାରନ୍ତି। ସ୍ବାମୀ ବାହାରର ସବୁ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଘରର ସବୁ କାମ କରିଥାନ୍ତି। ତେବେ ସବୁ କାମକୁ ମିଳିମିଶି କଲେ ଦୁହିଁଙ୍କ ଭିତରେ ଭଲ ପାଇବା ବଢ଼ିବା ସହ ଏକାଠି ସମୟ ମଧ୍ୟ ଅତିବାହିତ କରିପାରିବେ। ଏଥିସହ ଦୁଇଜଣଙ୍କ ଦାୟିତ୍ୱ ହାଲୁକା ହେବା ସହ ଦୁହେଁ ଦୁହିଁଙ୍କ ପାଇଁ ସମୟ କାଢ଼ିପାରିବେ ଏବଂ ଦୁହେଁ ଦୁହିଁଙ୍କ ଦାୟିତ୍ୱକୁ ମଧ୍ୟ ଭଲଭାବରେ ବୁଝିପାରିବେ। ଏକ ଟିମ୍‌ ଭଳି କାମ କଲେ ଆଗକୁ ଆସୁଥିବା ସମସ୍ତ ସମସ୍ୟାକୁ ଭଲ ଭାବେ ହ୍ୟାଣ୍ଡେଲ କରିପାରିବେ।
ଉଭୟ ପରସ୍ପରର ଧ୍ୟାନ ରଖନ୍ତୁ: ସମ୍ପର୍କ ପୁରୁଣା ହୋଇଗଲା ଭାବି ନିଜ ଭିତରେ ଧ୍ୟାନ ଦେବା କମ୍‌ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ୍‌ ହୋଇପାରେ। ଆପଣଙ୍କ ଧ୍ୟାନ ସାଥୀ ପ୍ରତି କମ୍‌ ହେଲେ ସେ ରାଗିବା ସହ ଭଲ ପାଇବା କମ୍‌ ହୋଇଯାଇଛି ବୋଲି ଭାବିପାରନ୍ତି। ଏଥିରୁ ବର୍ତ୍ତିବା ପାଇଁ ଦୁହେଁ ଦୁହିଁଙ୍କୁ ଧ୍ୟାନ ଦିଅନ୍ତୁ। ସାଥୀଙ୍କୁ ଆପଣଙ୍କର ଛୋଟ ଛୋଟ ପ୍ରଶଂସା ସମ୍ପର୍କକୁ ଆହୁରି ମଜ୍‌ଭୁତ କରିବ।
ବ୍ୟସ୍ତବହୁଳ ଜୀବନରେ ରୋମାନ୍ସ ଖୋଜନ୍ତୁ: ରୋମାନ୍ସ ଓ ଭଲ ପାଇବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆପଣ ନିଜ ସାଥୀଙ୍କୁ ଡିନର ଡେଟରେ ନେବା ସହ ଛୋଟମୋଟ ଗିପ୍ଟ, ସରପ୍ରାଇଜ୍‌ ମ୍ୟାସେଜ୍‌ ଇତ୍ୟାଦି ଦିଅନ୍ତୁ। ଏଥିସହ ଥରେ ଥରେ ନିଜ ଭଲ ପାଇବାକୁ ଜାହିର ମଧ୍ୟ କରନ୍ତୁ। ଏହି ସବୁ କଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସୁଖୀ ମଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri