ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ସୁଇଜରଲାଣ୍ଡ ୧୧ ଜଣ ଭାରତୀୟଙ୍କୁ ଗତ ସପ୍ତାହରେ ନୋଟିସ ଜାରି କରିଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ମାର୍ଚ୍ଚରୁ ଅତିକମ୍‌ରେ ୨୫ ଜଣ ଭାରତୀୟଙ୍କୁ ସୁଇଜରଲ୍ୟାଣ୍ଡ କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଭାରତକୁ ସୂଚନା ଜାରି କରିବା ପୂର୍ବରୁ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କର୍ତ୍ତୃପକ୍ଷ ଅପିଲ୍‌ ପାଇଁ ଅନ୍ତିମ ସୁଯୋଗ ଦେଇଛି। ସୂଚନା ଜାରି କରିବାର ଅଧିକାର ପାଇଥିବା ଫେଡେରାଲ ଟ୍ୟାକ୍ସ ଆଡ୍‌ମିନିଷ୍ଟ୍ରେଶନ ପକ୍ଷରୁ ବିଶ୍ୱର ବିଭିନ୍ନ ଦେଶକୁ ସୁଇସ୍‌ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କିତ ସୂଚନା ପ୍ରଦାନ କରିବା ଆରମ୍ଭ କରାଯାଇଛି। ପ୍ରଦତ୍ତ ତଥ୍ୟ ବିଶ୍ଲେଷଣରୁ ଜଣାପଡିଛି ଯେ, ଗତ କେଇ ସପ୍ତାହ ହେଲା ସୁଇଜରଲାଣ୍ଡ ପକ୍ଷରୁ ଭାରତକୁ ସୂଚନା ପ୍ରଦାନ କରିବା କାର୍ଯ୍ୟ ଜୋରଦାର ହୋଇଛି। ମେ ୨୧ରେ ୧୧ ଜଣ ଭାରତୀୟଙ୍କୁ ଆଡମିନିଷ୍ଟ୍ରେଶନ ପକ୍ଷରୁ ନୋଟିସ ଜାରି କରାଯାଇଛି। ତେବେ ସୁଇସ୍‌ ସରକାରଙ୍କ ଗେଜେଟ୍‌ରେ ପ୍ରକାଶିତ ତଥ୍ୟରେ ଆକାଉଣ୍ଟଧାରୀଙ୍କ ନାମ ଗୋପନ ରଖାଯାଇଛି। ସେମାନଙ୍କ ସଂକ୍ଷେପ ନାମ, ସ୍ବାକ୍ଷର, ଜାତୀୟତା ଏବଂ ଜନ୍ମ ତାରିଖ ପ୍ରକାଶ କରାଯାଇଛି।
ତେବେ ଦୁଇ ଜଣ ଭାରତୀୟଙ୍କ ନାମ ସମ୍ପୂର୍ଣ୍ଣ ପ୍ରକାଶ କରାଯାଇଛି। ସେମାନେ ହେଲେ କ୍ରିଷ୍ଣା ଭଗବାନ ରାମଚନ୍ଦ(ମେ,୧୯୪୯ରେ ଜନ୍ମ) ଏବଂ କଳ୍ପେଶ ହର୍ଷଦ କିନାରିଓ୍ବାଲା(ସେପ୍ଟେମ୍ବର, ୧୯୭୨ରେ ଜନ୍ମ)। ସେମାନଙ୍କ ସମ୍ପର୍କରେ ଅନ୍ୟ କୌଣସି ସୂଚନା ପ୍ରକାଶ କରାଯାଇନାହିଁ। ସଂକ୍ଷେପରେ ନାମ ଜାରି କରାଯାଇଥିବା ଅନ୍ୟ ଭାରତୀୟମାନେ ହେଲେ ଏ. ଏସ.୍‌ ବି. କେ.(ଜନ୍ମ ନଭେମ୍ବର ୨୪,୧୯୪୪), ଏ.ବି.କେ(ଜନ୍ମ ୯ ଜୁଲାଇ, ୧୯୪୪), ପି.ଏ.ଏସ୍‌(ଜନ୍ମ ୨ ନଭେମ୍ବର, ୧୯୮୩), ଆର୍‌.ଏ.ଏସ୍‌(ଜନ୍ମ ୨୨ ନଭେମ୍ବର, ୧୯୭୩), ଏ.ପି.ଏସ୍‌(ଜନ୍ମ ୨୭ ନଭେମ୍ବର, ୧୯୪୪), ଏ.ଡି.ଏସ୍‌(ଜନ୍ମ ୧୪ ଅଗଷ୍ଟ, ୧୯୪୯), ଏମ୍‌.ଏଲ୍‌.ଏ(ଜନ୍ମ ୨୦ ମେ, ୧୯୩୫), ଏନ୍‌, ଏମ୍‌.ଏ(ଜନ୍ମ ୨୧ ଫେବୃୟାର,୧୯୬୮) ଏବଂ ଏମ୍‌.ଏମ୍‌.ଏ(ଜନ୍ମ ୨୭ ଜୁନ୍‌, ୧୯୭୩)। ଜାରି କରାଯାଇଥିବା ନୋଟିସରେ ଆକାଉଣ୍ଟଧାରୀ ନିଜେ ଅଥବା ନିଜର ପ୍ରତିନିଧିଙ୍କ ଜରିଆରେ ଅପିଲ୍‌ ଦାଖଲ କରିବାକୁ କୁହାଯାଇଛି। ଆସନ୍ତା ୩୦ ଦିନ ଭିତରେ ସମସ୍ତ କାଗଜପତ୍ର ସହ ଅପିଲ କରିବାକୁ ହେବ ବୋଲି ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ମାସ ୭ରେ ରତନ ସିଂ ଚୌଧୁରୀ ନାମକ ଅନ୍ୟ ଭାରତୀୟଙ୍କୁ ନୋଟିସ ଜାରି କରି ସୁଇସ୍‌ କର୍ତ୍ତୃପକ୍ଷ ଅପିଲ କରିବା ଲାଗି ୧୦ ଦିନ ସମୟ ଦେଇଥିଲେ।
ସେହିପରି ମେ ୧୪ରେ ଆର୍‌.ପି.ଏନ୍‌ ନାମକ ଜଣେ ଭାରତୀୟଙ୍କୁ ୩୦ ଦିନ ସମୟ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, ନୋଟିସ ଜାରି କରାଯାଇଥିବା ଅଧିକାଂଶ ଭାରତୀୟଙ୍କ ନାମ ଏଚ୍‌ଏସ୍‌ବିସି ଏବଂ ପାନାମା ପେପର୍ସ ଲିକ୍‌ ତାଲିକାରେ ରହିଛି। ସୁଇସ ଆଇନ ଅନୁଯାୟୀ ୩୦ ଦିନ ଅଥବା ବିଶେଷ କ୍ଷେତ୍ରରେ ୧୦ ଦିନ ଭିତରେ ଏଫ୍‌ଟିଏ ନିଷ୍ପତ୍ତି ଉପରେ ଅପିଲ କରାଯାଇପାରିବ। ତେବେ ଏଥିପାଇଁ ଆବେଦନକାରୀଙ୍କ ନିକଟରେ ଯଥେଷ୍ଟ କାରଣ ଥିବା ଆବଶ୍ୟକ। ସୂଚନାଥାଉ କି, ସୁଇଜରଲ୍ୟାଣ୍ଡ କଳାଧନ ଲୁଚାଇ ରଖିବାର ପ୍ରକୃଷ୍ଟ ସ୍ଥାନ ହୋଇଥିବାରୁ ବିଶ୍ୱର କୋଟିପତି ମାନେ ସେ ଦେଶରେ ନିଜର କଳାଧନ ଲୁଚାଇ ରଖିଆସୁଛନ୍ତି। ତେବେ ସୁଇସ୍‌ ସରକାର ଆଇନ ଜରିଆରେ ଏବେ ଭାରତ ସମେତ ବିଶ୍ୱର ବିଭିନ୍ନ ଦେଶକୁ କଳାଧନର ତଥ୍ୟ ଦେବାକୁ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ଓଡ଼ିଶା ବିଧାନସଭା ଅଧିବେଶନ, ସୁନା ଖଣି ଚର୍ଚ୍ଚା

ଭୁବନେଶ୍ୱର,୧୯।୨: ଓଡ଼ିଶା ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ପୁଣିଥରେ ରାଜ୍ୟର ସୁନା ଖଣି ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଗୃହରେ ବଡମ୍ବା ବିଧାୟକ ବିଜୟ କୁମାର…

ନିର୍ବାଚନ ପୂର୍ବରୁ ‘ଫ୍ରିବିଜ୍, ରାଜ୍ୟଗୁଡ଼ିକୁ ଭତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୨: ଦେଶରେ ବଢୁଥିବା ‘ମାଗଣା ରାଜନୀତି’ ବା ଫ୍ରିବିଜ୍ ସଂସ୍କୃତିକୁ ନେଇ ସୁପ୍ରିମକୋର୍ଟ କଡା ଟିପ୍ପଣୀ କରିଛନ୍ତି। ନିର୍ବାଚନ ଜିତିବା ପାଇଁ ରାଜ୍ୟ ସରକାରମାନେ ଘୋଷଣା କରୁଥିବା…

AI ହେଉଛି ଭବିଷ୍ୟତ: MANAV ଭିଜନ୍‌ ଉପସ୍ଥାପନ କଲେ ମୋଦି

ନୂଆଦିଲ୍ଲୀ,୧୯।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬କୁ ସମ୍ବୋଧିତ କରିଛନ୍ତି। ସେ ଏହି ସମିଟକୁ ବିଶ୍ୱର ସର୍ବବୃହତ ଏବଂ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri