ସିରି ଏ ପୁନଃ ଆରମ୍ଭକୁ ବିଳମ୍ବିତ କଲେ ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ,୨୭।୪(ଏଏଫ୍‌ପି): କୋଭିଡ-୧୯ ମହାମାରୀ ଦ୍ୱାରା ସଂଘାତିକ ଭାବେ ପ୍ରଭାବିତ ହୋଇଥିବା ଇଟାଲୀରେ ସିରି ଏ ଫୁଟବଲ ଲିଗ୍‌କୁ ବିଳମ୍ବିତ କରାଯାଇଛି। ସିରି ଏ’ର ପୁନଃ ଆରମ୍ଭକୁ ଇଟାଲୀ ପ୍ରଧାନମନ୍ତ୍ରୀ ଗିଉସେପ କୋଣ୍ଟେ ବିଳମ୍ବିତ କରିଛନ୍ତି। ତେବେ ଦେଶରେ ଆଗଧାଡିର ଆଥଲେଟମାନଙ୍କୁ ଟ୍ରେନିଂ ଆରମ୍ଭ କରିବା ନେଇ ସେ ସବୁଜ ସଙ୍କେତ ଦେଇଛନ୍ତି। ଦେଶରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଜାରି ରହିଛି। ଏହି ଲକ୍‌ଡାଉନ୍‌ରୁ ଦେଶ କିପରି ମୁକୁଳିବ ସେ ନେଇ କୋଣ୍ଟେ ନିଜର ବିଚାର ସମ୍ପର୍କ ସମସ୍ତଙ୍କୁ ଅବଗତ କରିଛନ୍ତି। ଏହି ଭାଇରସ କାରଣରୁ ଇଟାଲୀରେ ୨୬, ୦୦୦ ଲୋକ ଓ ସାରା ବିଶ୍ୱରେ ୨,୦୦,୦୦୦ ଲୋକ ପ୍ରାଣ ହରାଇଲେଣି।
ମେ ୪ରୁ ବ୍ୟକ୍ତିଗତ ଭାବେ ଆଥଲେଟମାନେ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ତେବେ ମାର୍ଚ୍ଚ ୯ ତାରିଖରେ ସିରି ଏ ଫୁଟବଲକୁ କରୋନା ଭାଇରସ କାରଣରୁ ସ୍ଥଗିତ ରଖାଯାଇଥିଲା। ତେବେ ପୁଣି ଏହାକୁ କେବେ ଆରମ୍ଭ କରାଯିବ ସେ ନେଇ କୋଣ୍ଟେ କିଛି କହିନାହାନ୍ତି। ଏହି ଫୁଟବଲ ଲିଗ୍‌ରେ ଜୁଭେଣ୍ଟସ୍‌ ସର୍ବାଧିକ ପଏଣ୍ଟ ପାଇଁ ଶୀର୍ଷରେ ରହିଛି। ଗୋଟିଏ ପଏଣ୍ଟ କମ୍‌ ପାଇଁ ଲାଜିଓ ଦ୍ୱିତୀୟ ସ୍ଥାନରେ ରହିଛି। ତେବେ ଯେତେବେଳେ ପରିବେଶ ସମ୍ପୂର୍ଣ୍ଣ ରୂପେ ନିରାପଦ ହେବ ସେତେବେଳେ ସିରି ଏ ଆରମ୍ଭ କରାଯିବ ବୋଲି କୋଣ୍ଟେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସ୍ପଷ୍ଟ କରିଛନ୍ତି। ଜୁନ୍‌ ୩୦ରେ ଶେଷ ହେବାକୁ ଥିବା ସିରି ଏ ସେସନ ଅଗଷ୍ଟ ୨ ତାରିଖରେ ଶେଷ ହେବ ବୋଲି ଇଟାଲୀୟ ଫୁଟବଲ ମୁଖ୍ୟ ଆଶା ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri