ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି ପ୍ରସଙ୍ଗ: ଅଭିଭାବକ ମହାସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଫି’ ବୃଦ୍ଧି କରାଯାଇଛି। ଏହାକୁ ଓଡ଼ିଶା ଅଭିଭାବକ ମହାସଂଘ ବିରୋଧ କରିଛି। ସମାଧାନ ପାଇଁ ସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଫି’ ବୃଦ୍ଧି ପ୍ରତ୍ୟାହାର ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରୀ ଓ ସିବିଏସ୍‌ଇ ଚେୟାରମ୍ୟାନକୁ ଚିଠି ଲେଖିଛି। ଯଦି ୭ଦିନ ମଧ୍ୟରେ ଫି’ ବୃଦ୍ଧି ପ୍ରତ୍ୟାହାର କରା ନ ଯାଏ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ଅଭିଭାବକମାନେ ବାଧ୍ୟ ହେବେ ବୋଲି ସଂଘ ଚେତାବନୀ ଦେଇଛି। ସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ସିବିଏସ୍‌ଇର ଏହି ନିଷ୍ପତ୍ତିକୁ ଆମେ ଘୋର ନିନ୍ଦା କରୁଛୁ। ଏଭଳି ଅନୈତିକ ଫି’ ବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଭୁବନେଶ୍ୱର ସିବିଏସ୍‌ଇର ଆଞ୍ଚଳିକ କାର୍ଯ୍ୟାଳୟ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେବୁ। ଯଦି କର୍ତ୍ତୃପକ୍ଷ ଦାବି ନ ଶୁଣନ୍ତି ୨୦୧୬ ପରି ସିବିଏସ୍‌ଇ କାର୍ଯ୍ୟାଳୟରେ ତାଲା ପକାଇ ଅନିର୍ର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ ବୋଲି ଭଟ୍ଟ ଜଣାଇଛନ୍ତି।
ଅନ୍ୟପକ୍ଷରେ ସର୍ବଭାରତୀୟ ଅଭିଭାବକ ସଂଘର ରାଜ୍ୟ ଶାଖା ମଧ୍ୟ ଫି’ବୃଦ୍ଧିକୁ ତୀବ୍ର ବିରୋଧ କରିଛି। ସଭାପତି ପ୍ରଦୀପ୍ତ ନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ବିଦ୍ୟାଳୟରେ ଦିନକୁ ଦିନ ଗୁଣାତ୍ମକ ମାନଦଣ୍ଡ ଖରାପ ହେଉଥିବାର ଅଭିଭାବକମାନେ ନିଜ ପେଟରୁ କାଟି ପିଲାଙ୍କୁ ସିବିଏସ୍‌ଇ ପାଠ୍ୟକ୍ରମ ଥିବା ଇଂଲିଶ ମାଧ୍ୟମ ବିଦ୍ୟାଳୟରେ ପଢ଼ାଉଛନ୍ତି। କେନ୍ଦ୍ର ସରକାର ପରୀକ୍ଷା ଫି’ ବୃଦ୍ଧି କରି ଏହି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି। ଘରୋଇ ସିବିଏସ୍‌ଇ ବିଦ୍ୟାଳୟ ସମେତ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖା ଓ ମାସିକ ଟ୍ୟୁଶନ ଫି’ ମନଇଚ୍ଛା ବୃଦ୍ଧି କରାଯାଉଥିବାବେଳେ ସରକାର ଚୁପ୍‌ ବସିଛନ୍ତି। ଆଗାମୀ ଦିନରେ ବିରୋଧ ତୀବ୍ରତର ହେବ ବୋଲି ନାୟକ ଚେତାବନୀ ଦେଇଛନ୍ତି। ସିବିଏସ୍‌ଇ ଫି’ ବୃଦ୍ଧିକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନାପସନ୍ଦ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଏକକାଳୀନ ଫି’ ବୃଦ୍ଧି ଠିକ୍‌ ହୋଇନାହିଁ। ଏହା ନିଶ୍ଚିତ ଭାବେ ଅଭିଭାବକଙ୍କୁ ବାଧିବ। ତେଣୁ ଏ ଦିଗରେ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ନିଶ୍ଚିତ ଭାବେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ସିବିଏସ୍‌ଇ କର୍ତ୍ତୃପକ୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଉଭୟ ଏସ୍‌ସି/ଏସ୍‌ସି ଓ ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ବୃଦ୍ଧି କରିଛନ୍ତି। ପୂର୍ବରୁ ଏସ୍‌ସି/ଏସ୍‌ସି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’ ୫୦ ଟଙ୍କା ଥିବାବେଳେ ଏହା ଏବେ ୧୨୦୦ ଟଙ୍କା ହୋଇଛି। ସେହିପରି ସାଧାରଣ ବର୍ଗର ଛାତ୍ରୀଛାତ୍ର ୭୫୦ ଟଙ୍କା ପରିବର୍ତ୍ତେ ୧୫୦୦ ଟଙ୍କା ହୋଇଛି। ମାଇଗ୍ରେଶନ୍‌ ଫି’ ୧୫୦ ଟଙ୍କା ବଦଳରେ ୩୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟପୁର ଗ୍ରାମରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦଶରଥପୁର,୫।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ କୋଟପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ...

ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା

ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍‌ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍‌ ଚଢ଼ାଉ...

ଚାକିରି ନାଁରେ ଠକେଇ: ଜଣେ ଗିରଫ

କଟକ ଅଫିସ,୯ା୯ : ବିଦେଶରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକି ନେବା ଅଭିଯୋଗରେ ବାଦାମବାଡି ପୋଲିସ ସେଖ୍‌ ମୋବିନ ନାମକ ଜଣେ ବ୍ୟକ୍ତିଙ୍କୁ...

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ...

କମିବନି ସିଲାବସ୍‌: ୭୦% ସିଲାବସ୍‌ରେ ପାଠ ପଢିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଜାନୁଆରୀ ୮ ରେ ସ୍କୁଲଗୁଡିକ ଖୋଲିବ। ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ସ୍କୁଲ ଖୋଲିଲେ କେମିତି କେମିତି ପାଠପା...

ଅଭିନେତା ଅର୍ଦ୍ଧେନ୍ଦୁଙ୍କ ହାତଧରିଲେ ମହାରଥୀଙ୍କ ଝିଅ

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁ ସାହୁଙ୍କୁ ବୁଧବାର ବୈଦିକ ରୀତିନୀତିରେ ବିବାହ କରିଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ। ସ୍ଥାନୀୟ ବରମୁଣ୍ଡା...

ନୀହାରିକା ହତ୍ୟା ମାମଲା : ଆତ୍ମସମର୍ପଣ କଲେ ପ୍ରେମିକ କିଶୋର

ଜଗତ୍‌ସିଂହପୁର ଅଫିସ/ବିରିଡ଼ି (ଡି.ଏନ୍‌.ଏ.),୨୧ା୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଏବେ ଭିନ୍ନ ମୋଡ଼ ନେଇଛି। ନୀହାରିକାଙ୍କ ମୃତଦେହ ବିରିଡ଼ି ଥାନା ଅଧୀନ ବିଲୁଆଖାଇ ନଦୀପଠାରୁ...

କର୍ନାଟକ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା:ଆଇଟି ନୀତି, ପୁଞ୍ଜିନିବେଶ ଉପରେ ଆଲୋଚନା

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ପୂର୍ବାହ୍ନରେ କର୍ନାଟକର ଉପମୁଖ୍ୟମନ୍ତ୍ରୀ ଅଶ୍ବଥ ନାରାୟଣଙ୍କ ସହ ସାକ୍ଷାତ କରିଛନ୍ତି। ଏଥିରେ ଉଭୟଙ୍କ...

Advertisement


Archives

Model This Week