ସିଗାରେଟ୍‌ ପାଇଁ ଯୁବକଙ୍କୁ ହତ୍ୟା: ଗ୍ରାମବାସୀଙ୍କ ଆକ୍ରମଣରେ ୪ ଯୁବକ ଗୁରୁତର, ମୃତକଙ୍କୁ ନ୍ୟାୟ ଦାବିରେ ରାସ୍ତାରୋକୋ

ବାଲେଶ୍ୱର ଅଫିସ,୧୩।୨: ବାଲେଶ୍ୱର ସଦର ବ୍ଲକ ସାର୍ଥା ଗ୍ରାମରେ ସିଗାରେଟ ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ଘଟଣାରେ ଗ୍ରାମବାସୀଙ୍କ ପ୍ରତିଆକ୍ରମଣରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଯୁବକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ସାର୍ଥ ଅଞ୍ଚଳ ରାଜଧାନୀ ଛକରେ ଗ୍ରାମବାସୀ ରାସ୍ତାରୋକୋ କରିଥିବା ସୂଚନା ମିଳିଛି।

ସାର୍ଥା ଛକରେ ରମେଶ ପାତ୍ର ନାମକ ଜଣେ ଯୁବକ ପାନ ଦୋକାନ କରିଛନ୍ତି। ବୁଧବାର ରାତି ୮ଟା ସମୟରେ ଗୋଟିଏ ଗାଡ଼ିରେ ୪ଜଣ ଯୁବକ ସେଠାରେ ପହଞ୍ଚିଥିଲେ। ସେମାନେ ରମେଶଙ୍କୁ ସିଗାରେଟ ମାଗିଥିଲେ। ସେଠାରେ ସିଗାରେଟର ମୂଲ୍ୟ ୭ଟଙ୍କାକୁ ନେଇ ଦୋକାନୀ ଓ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରମେଶ ତାଙ୍କ ଭାଇ ସୁବାସଙ୍କୁ ଡାକିଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବାପରେ ଯୁବକମାନେ ଏକ ଲୁହା ରଡରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୁବାସ ଗୁରୁତର ହୋଇଥିଲେ। ତେବେ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଗୁରୁବାର ପୂର୍ବାହ୍ନରେ ତାଙ୍କ ମୃତ୍ୟୁ ଘଟିଛି। ଅପରପକ୍ଷେ ସୁବାସଙ୍କ ଏଭଳି ପରିସ୍ଥିତି ଦେଖି ଗ୍ରାମବାସୀ ଉକ୍ତ ଯୁବକମାନଙ୍କୁ ଅଟକାଇ ମାରପିଟ୍‌ କରିଥିଲେ। ଏଣୁ ସେମାନେ ମଧ୍ୟ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଜିଲା ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସୁବାସଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମବାସୀ ରାସ୍ତାରୋକୋ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳ ଡାକିଲେ ବୈଠକ: ଗଞ୍ଜାମରେ ସ୍ବଳ୍ପ ବୃଷ୍ଟି, ଆଶଙ୍କାରେ ଚାଷୀ

ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ...

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ରାୟଗଡ଼ା ଅଫିସ,୨୮।୧: ରାୟଗଡ଼ା ଜିଲା ବିଷମକଟକରେ ପିଲାଚୋର ସନ୍ଦେହରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ ଗ୍ରାମବାସୀ। ତେବେ ଅଟକ ଥିବା ଯୁବକଙ୍କୁ...

ନୂଆ ଓଡ଼ିଆ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଟିଭି ନେଟ୍‌ୱର୍କ ଡିଜ୍‌ନୀ ଷ୍ଟାର୍‌ ପକ୍ଷରୁ ରାଜ୍ୟରେ ଏକ ଉସତ୍ର୍ଗୀକୃତ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍‌ କିରଣ’ର ଶୁଭାରମ୍ଭ ହୋଇଯାଇଛି। ଏହାର...

ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ

ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ...

ଜିଲାପାଳ କାର୍ଯ୍ୟାଳୟ ୨ ଦିନ ବନ୍ଦ

କଟକ ଅଫିସ,୨୬।୮: କଟକ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଜିଲାର ବିଭିନ୍ନ ସ୍ଥାନରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ମଙ୍ଗଳବାର ଜିଲାପାଳଙ୍କ...

ଭୁବନେଶ୍ୱରରୁ ଆଜି ପୁଣି ୭୪ ପଜିିଟିଭ୍‌ ଚିହ୍ନଟ: ସଂଖ୍ୟା କମିଲେ ବି ବଢ଼ୁଛି ଲୋକାଲ କେସ୍‌

ଭୁବନେଶ୍ୱର,୨।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୭୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୬ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ଆଇସୋଲେଶନ ଓ୍ବାର୍ଡରେ ନାବାଳିକାକୁ ବଳାତ୍କାର

ପାଟନା, ୧୫।୭- ମହାମାରୀ କରୋନା ଭାଇରସ୍‌ ଭାରତରେ ଗମ୍ଭୀର ରୂପ ଧାରଣ କରିଛି। ଦେଶରେ ଦୈନିକ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ହୁ...

ପେପରବିହୀନ ରେଳ କାର୍ଯ୍ୟାଳୟକୁ ଗୁରୁତ୍ୱ: ପ୍ରଥମ ପର୍ଯ୍ୟାୟରେ ୫୮ୟୁନିଟ୍‌ ହେଲା ଇ- ଅଫିସ୍‌

ଭୁବନେଶ୍ୱର, ୩।୧୧(ବ୍ୟୁରୋ): କାର୍ଯ୍ୟକ୍ଷେତ୍ରରେ ସ୍ବଚ୍ଛତା ଆଣିବା ସହ ପେପରବିହୀନ ରେଳ କାର୍ଯ୍ୟାଳୟ (ଇ -ଅଫିସ୍‌) କାର୍ଯ୍ୟକାରୀ ଉପରେ ଭାରତୀୟ ରେଳପଥ ବେଶ୍‌ ତତ୍ପରତାର ସହ କାର୍ଯ୍ୟ...

Advertisement
Archives

Model This Week