ସିଏମ୍‌ସି ମନା କଲା ‘ଶବ ଛୁଇଁବୁନି’: ମୃତ୍ୟୁ ପରେ ଲାଗିଲା ହୋମ୍‌ କ୍ବାରାଣ୍ଟାଇନ ଷ୍ଟିକର

କଟକ ଅଫିସ,୧୭ା୬: ମହାନଦୀ ବିହାରରେ ମଙ୍ଗଳବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବୃଦ୍ଧଙ୍କ ମୃତଦେହ ୮ ଘଣ୍ଟା ପଡ଼ି ରହିବା ପରେ ଆମ୍ବୁଲାନ୍ସ ପହଞ୍ଚତ୍ଥିଲା। ବୃଦ୍ଧ ଜଣଙ୍କ ଗତ ୧୦ ତାରିଖରୁ ହୋମ କ୍ବାରାଣ୍ଟାଇନରେ ଥିଲେ। ସିଏମ୍‌ସି ପକ୍ଷରୁ ଯାଇଥିବା ଏହି ଆମ୍ବୁଲାନ୍ସର କର୍ମଚାରୀମାନେ ମୃତଦେହ ଉଠାଇବା ଲାଗି ମନା କରିଦେଇଥିଲେ। ଏପରିକି ଘରର ଦୁଆର ମଧ୍ୟ ମାଡ଼ି ନ ଥିଲେ ବୋଲି ତାଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ହୋମ କ୍ବାରାଣ୍ଟାଇନରେ ଥିଲେ ସୁଦ୍ଧା ତାଙ୍କର ଏଯାଏ ସ୍ବାବ୍‌ ପରୀକ୍ଷା ହୋଇ ନ ଥିଲା କି ଘର କବାଟରେ ହୋମ କ୍ବାରାଣ୍ଟାଇନ ଷ୍ଟିକର ଲାଗି ନ ଥିଲା। ଏନେଇ ଉତ୍ତେଜନା ସୃଷ୍ଟି ଓ ସିଏମ୍‌ସି କର୍ମଚାରୀଙ୍କ ସହ ପାଟିତୁଣ୍ଡ ହୋଇଥିବା ବେଳେ କେତେଜଣ ବରିଷ୍ଠ ଲୋକଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି।
ମୃତ ବ୍ୟକ୍ତି ଜଣଙ୍କ ହେଲେ ମହାନଦୀବିହାର ପ୍ଲଟ ନଂ-୨୨୨ର ବାସିନ୍ଦା ବିଶ୍ୱନାଥ ମହାନ୍ତି (୬୬)। ମାଡ୍ରାସରେ ପୁଅ ସ୍ବସ୍ତିକ ମହାନ୍ତିଙ୍କ ପାଖରେ ରହୁଥିବା ବେଳେ ଗତ ୧୦ ତାରିଖରେ ସେ କଟକ ଫେରିଥିଲେ। କଟକ ଫେରିବା ନେଇ ସେ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଜଣାଇ ହୋମ୍‌ କ୍ବାରାଣ୍ଟାଇନରେ ଥିଲେ। ଇତି ମଧ୍ୟରେ ଜଣେ ହେଲେ ସ୍ବାସ୍ଥ୍ୟକର୍ମୀ ଘରକୁ ଆସି ନ ଥିବା ବିଶ୍ୱନାଥଙ୍କ ସମ୍ପର୍କୀୟ ନିଖିଳ ମହାନ୍ତି କହିଛନ୍ତି। ମଙ୍ଗଳବାର ଭୋର ୬ଟା ୩୦ରେ ବିଶ୍ୱନାଥଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ନେବା ପାଇଁ ସିଏମ୍‌ସି ଓ ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା। ୮ ଘଣ୍ଟା ବିଳମ୍ବରେ ସିଏମ୍‌ସିର ଏକ ଆମ୍ବୁଲାନ୍ସ ପହଞ୍ଚତ୍ବା ପରେ କର୍ମଚାରୀମାନେ ମୃତଦେହ ଉଠାଇବାକୁ ମନା କରିଥିଲେ। ତେବେ ମୃତ୍ୟୁ ପରେ ବିଶ୍ୱନାଥଙ୍କ ସ୍ବାବ୍‌ ପରୀକ୍ଷା ହୋଇଛି ଓ ରିପୋର୍ଟ ନେଗେଟିଭ ଆସିଛି। ଏବେ ମୃତଦେହ ଏସ୍‌ସିବିରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ସିଏମ୍‌ସି କମିଶନର ଅନନ୍ୟା ଦାସ କହିଛନ୍ତି, ଛୁଇଁବା ଆବଶ୍ୟକ ନାହିଁ। କେବଳ ମୃତଦେହ ନେବା ଆମ ଦାୟିତ୍ୱ। ଏହାଛଡ଼ା ଆମ୍ବୁଲାନ୍ସ ବିଳମ୍ବରେ ପଠାଇବାକୁ ସେମାନଙ୍କ ପରିବାର ଲୋକେ କହିଥିବା କମିଶନର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri