Posted inଜାତୀୟ

ସିଏଏକୁ ରାଷ୍ଟ୍ରପତିଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧ା୨(ପି.ଟି.): ପାର୍ଲାମେଣ୍ଟର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ପ୍ରାରମ୍ଭରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର କେନ୍ଦ୍ରୀୟ ହଲ୍‌ରେ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ଅବସରରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ଐତିହାସିକ ବୋଲି କହିଛନ୍ତି। ଏହା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ପୂରଣ କରିଥିବା ସେ ମତ ଦେଇଛନ୍ତି। କାରଣ ଦେଶ ବିଭାଜନ ପରେ ପାକିସ୍ତାନରେ ରହିବାକୁ ଚାହୁଁ ନ ଥିବା ହିନ୍ଦୁ ଓ ଶିଖ୍‌ମାନେ ଯଦି ଭାରତ ପଳାଇଆସନ୍ତି, ତେବେ ସେମାନଙ୍କୁ ସାଧାରଣ ଜୀବନଯାପନର ସୁବିଧା ଯୋଗାଇଦେବା ଭାରତ ସରକାରଙ୍କ କର୍ତ୍ତବ୍ୟ ବୋଲି ଗାନ୍ଧିଜୀ କହିଥିଲେ। ଯେକୌଣସି ପ୍ରସଙ୍ଗ ଉପରେ ବିତର୍କ ଓ ଆଲୋଚନା ଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହୋଇଥାଏ। ଅନ୍ୟପକ୍ଷରେ ଆନ୍ଦୋଳନ ବେଳେ ହିଂସାକାଣ୍ଡ ଗଣତନ୍ତ୍ରକୁ ଦୁର୍ବଳ କରିଦେଇଥାଏ ବୋଲି ରାଷ୍ଟ୍ରପତି କହିଥିଲେ। ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟକୁ କେତେକ ବିପକ୍ଷ ଦଳ ସଦସ୍ୟ ବିରୋଧ କରିଥିଲେ। ସେମାନେ ବ୍ୟାନର ପ୍ରଦର୍ଶନ କରିବା ସହ ‘ଲଜ୍ଜା, ଲଜ୍ଜା’ ସ୍ଲୋଗାନ ଦେଇଥିଲେ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଥିଲେ, ନୂଆ ଭାରତ ଗଠନ ଲାଗି ଦେଶବାସୀ ସରକାରଙ୍କୁ ଜନାଦେଶ ଦେଇଛନ୍ତି। ଏହି ସରକାରର ମନ୍ତ୍ର ହେଉଛି, ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ। ରାଜନେତାମାନଙ୍କୁ ସ୍ମରଣ କରାଇଦେଇ ରାଷ୍ଟ୍ରପତି କହିଥିଲେ, ସେମାନେ ସବୁବେଳେ ମନେରଖିବା ଉଚିତ ଯେ ସେମାନେ ପ୍ରଥମେ ହେଉଛନ୍ତି ଦେଶର ନାଗରିକ ଓ ପରେ କୌଣସି ଦଳର ନେତା ବା ନିର୍ଦ୍ଦିଷ୍ଟ ନୀତି ଆଦର୍ଶର ସମର୍ଥକ। ତେଣୁ ଦଳ ଆନୁଗତ୍ୟ ଅପେକ୍ଷା ରାଷ୍ଟ୍ରର ମର୍ଯ୍ୟାଦା ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରୀୟ ସ୍ବାର୍ଥ ଲାଗି ପ୍ରତି ନାଗରିକ ନିଜର କର୍ତ୍ତବ୍ୟ ପ୍ରତି ସଚେତନ ଓ ଉତ୍ସର୍ଗୀକୃତ ରହିବା ଆବଶ୍ୟକ। ଚଳିତ ଦଶନ୍ଧିକୁ କର୍ତ୍ତବ୍ୟ ପୂରଣ କରିବାର ଦଶନ୍ଧିରେ ପରିଣତ କରିବା ପାଇଁ ସମସ୍ତେ ଏକାଠି ହେବା ଲାଗି ସେ ଆହ୍ବାନ ଦେଇଥିଲେ।
ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ନେଇ ରାଷ୍ଟ୍ରପତି କହିଥିଲେ, ଏହା ଜମ୍ମୁ-କଶ୍ମୀର ଓ ଲଦାଖ ଅଞ୍ଚଳ ତଥା ଏହାର ଜନସାଧାରଣଙ୍କ ପାଇଁ ସମାନ ବିକାଶର ସୁଯୋଗ ପ୍ରଦାନ କରିବ ଏବଂ ସେମାନେ ଦେଶର ଅନ୍ୟ ଭାଗ ଭଳି ସମାନ ଅଧିକାର ପାଇବେ। ସେହିପରି ରାମ ଜନ୍ମଭୂମି ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟ ପ୍ରତି ଦେଶବାସୀ ପରିପକ୍ୱ ମନୋଭାବ ପ୍ରଦର୍ଶନ କରିଥିବାରୁ ରାଷ୍ଟ୍ରପତି ଏହାର ଭୂୟସୀ ପ୍ରଶଂସା କରିଥିଲେ। ନୂଆ ସରକାରଙ୍କ ପ୍ରଥମ ୭ ମାସରେ ପାର୍ଲାମେଣ୍ଟ ତିନି ତଲାକ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌କୁ ଅନୁମୋଦନ କରି ରେକର୍ଡ ସୃଷ୍ଟି କରିଛି। ଏହି ଅବସରରେ ରାଷ୍ଟ୍ରପତି ସରକାରଙ୍କ ଗତ ୫ ବର୍ଷର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅବତାରଣା କରିଥିଲେ। ବିଭିନ୍ନ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ୍‌ ସୂଚକାଙ୍କରେ ଭାରତର ଅଗ୍ରଗତିକୁ ଏହା ସହାୟତା କରିଛି। ପର୍ଯ୍ୟଟନ ସୂଚକାଙ୍କରେ ଭାରତ ୫୨ରୁ ୩୪ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବିଶ୍ୱବ୍ୟାଙ୍କର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ ର଼୍ୟାଙ୍କରେ ଏହା ୭୯ରୁ ୬୩ତମ ସ୍ଥାନକୁ ଉନ୍ନତି କରିଛି। ୮ କୋଟି ଲୋକଙ୍କୁ ମାଗଣା ଏଲ୍‌ପିଜି ସଂଯୋଗ ଦିଆଯିବା ସହ ୨ କୋଟି ଗୃହ ମାଗଣାରେ ଯୋଗାଇଦିଆଯାଇଛି। ସେହିପରି ୩୮ କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲିପାରିଛନ୍ତି। ସଂଖ୍ୟାଲଘୁମାନଙ୍କ କଲ୍ୟାଣ ଲାଗି ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଦେଶର ବିକାଶରେ କୃଷକମାନଙ୍କ ଅବଦାନକୁ ଉଚ୍ଚପ୍ରଶଂସା କରି ରାଷ୍ଟ୍ରପତି କହିଥିଲେ, ସରକାର ସେମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଉପରେ ପ୍ରାଥମିକତା ଦେଉଛନ୍ତି। ସେହିପରି ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା ଲାଗି ସରକାର ଆଗାମୀ ବର୍ଷଗୁଡ଼ିକରେ ୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଯାଉଥିବା ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୮ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪୩ ହଜାର କୋଟି ଟଙ୍କାରୁ ଅଧିକ ଜମା ହୋଇଛି। କୃଷି ବ୍ୟୟର ଦେଢ଼ଗୁଣା ଚାଷୀଙ୍କୁ ଯୋଗାଇଦେବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି।
ସେହିପରି ରାଷ୍ଟ୍ରପତି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଓ ଆୟୁଷ୍ମାନ୍‌ ଭାରତ ଯୋଜନା ସମ୍ପର୍କରେ କହିଥିଲେ। ସେହିପରି ମହିଳାମାନଙ୍କ ସୁରକ୍ଷା ପାଇଁ ଦେଶରେ ୬୦୦ରୁ ଅଧିକ ଓ୍ବାନ୍‌ ଷ୍ଟପ୍‌ ସେଣ୍ଟର ନିର୍ମାଣ କରାଯାଇଛି ଓ ସମ୍ପୃକ୍ତ ଅପରାଧୀଙ୍କୁ ଚିହ୍ନଟ କରିବା ଲାଗି ଏକ ଜାତୀୟ ଡାଟାବେସ୍‌ ସୃଷ୍ଟି କରାଯାଇଛି। ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ହଜାରେରୁ ଊର୍ଦ୍ଧ୍ୱ ଫାଷ୍ଟ ଟ୍ରାକ୍‌ କୋର୍ଟ ପ୍ରତିଷ୍ଠା ହୋଇଛି। ଆତଙ୍କବାଦ ପ୍ରସଙ୍ଗରେ ରାଷ୍ଟ୍ରପତି କହିଥିଲେ, ଦେଶକୁ ଆତଙ୍କବାଦର ଭୟାବହତାରୁ ମୁକ୍ତକରିବା ପାଇଁ ସରକାର ପ୍ରତିବଦ୍ଧ ଏବଂ ଏଦିଗରେ ପୂରାଦମ୍‌ରେ କାର୍ଯ୍ୟ କରୁଛନ୍ତି। ଏଥିପାଇଁ ସେନାକୁ ପୂର୍ଣ୍ଣକ୍ଷମତା ଦିଆଯାଇଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଉତ୍ତରପୂର୍ବାଞ୍ଚଳ ସ୍ଥିତିରେ ମଧ୍ୟ ବେଶ୍‌ ଉନ୍ନତି ହୋଇଛି ବୋଲି ରାଷ୍ଟ୍ରପତି କହିଥିଲେ।
ଅଧିବେଶନର ପ୍ରଥମ ଦିନରୁ ବିରୋଧୀ ଦଳ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆରକୁ ପ୍ରବଳ ବିରୋଧ କରିଥିଲେ। କଂଗ୍ରେସ ସମେତ ୧୪ଟି ବିରୋଧୀ ଦଳର ସଦସ୍ୟମାନେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ହାତରେ କଳାପଟି ବାନ୍ଧି ବସିଥିବା ଦେଖାଯାଇଥିଲା। ସିଏଏକୁ ସରକାର ସଫଳତା କହିବା ଲଜ୍ଜାଜନକ ବୋଲି ସେମାନେ କହିଥିଲେ। ଏହା ପୂର୍ବରୁ ବିରୋଧୀ ନେତାମାନେ ପାର୍ଲାମେଣ୍ଟ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଏ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରତିବାଦ ସ୍ବରୂପ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ସେଣ୍ଟ୍ରାଲ ହଲ୍‌ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆସନରେ ବସି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri