Posted inଜାତୀୟ

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥାଏ। ଫଳରେ ବେଳେବେଳେ ଯବାନମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ଏବେ ସେଠାକାର ହସ୍ପିଟାଲକୁ ଉପହାର ସ୍ବରୂପ ଏକ ଅକ୍ସିଜେନ ପ୍ଲାଣ୍ଟ ମିଳିଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ଏନ୍‌ଜିଓ ‘ସୋଲଜର୍ସ ଇଣ୍ଡିପେଣ୍ଡେଟ ରିହାବିଲିଟେଶନ ଫାଉଣ୍ଡେଶନ’ ପକ୍ଷରୁ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉପହାର ଭାବେ ଦିଆଯାଇଛି। ଏହି ଏନ୍‌ଜିଓର ସଂସ୍ଥାପକ ଦମ୍ପତି ସୁମେଧା ଓ ଯୋଗେଶ ଚିତାଡେ ଟଙ୍କା ଯୋଗାଡ କରିବା ପାଇଁ ନିଜ ଗହଣା ବିକିଦେଇଥିବା ସୂଚନା ରହିଛି। ଫାୟାର ଆଣ୍ଡ ଫ୍ୟୁରି କ୍ରପର ଜିସିଓ ଲେପ୍ଟନାଣ୍ଟ ଜେନରାଲ ଓ୍ବାଇ ଯୋଶୀ ଏନ୍‌ଜିଓର ସଂସ୍ଥାପକ ଯୋଗେଶ ଚିତାଡେଙ୍କ ଉପସ୍ଥିତିରେ ଏହି ପ୍ଲାଣ୍ଟର ଉଦ୍‌ଘାଟନ କରିଥିବା ଜଣାପଡିଛି। ସେନାର ଏହି ହସ୍ପିଟାଲ ପ୍ରତାପପୁର ନିକଟରେ ଅବସ୍ଥିତ। ଏହା କେବଳ ଯେ ଭାରତୀୟ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ତା’ନୁହେଁ ଏଥିରେ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଭବନରେ ପ୍ରଦର୍ଶିତ ହେବ ରଥଚକ

ଭୁବନେଶ୍ୱର,୫ା୮:ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଏବେ ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବାକୁ ଯାଉଛି। ପୁରୀ ରଥଯାତ୍ରାର…

ଗ୍ରାହକଙ୍କ ପାଇଁ ଖୁସି ଖବର: ଶସ୍ତା ହୋଇଯିବ ପେଟ୍ରୋଲ-ଡିଜେଲ! ହ୍ରାସ ପାଇଲା…

ନୂଆଦିଲ୍ଲୀ,୫।୮: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ଦରରେ ବଡ଼ ଧରଣର ହ୍ରାସ ଦେଖାଯାଇଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା କୂଟନୈତିକ ଆଲୋଚନା…

ରାଜନୈତିକ ଦଳ ନୁହେଁ, ଏହି ରୂପରେ ମଇଦାନକୁ ଆସିବ CJP: ବଡ଼ ଖୁଲାସା କଲେ ସିଜେପି ପ୍ରବକ୍ତା

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହ ସଫଳ ହୋଇଥିଲା। ଏହି ଆନ୍ଦୋଳନର ଆରମ୍ଭ କରିଥିବା କକରୋଚ ଜନତା ପାର୍ଟି (CJP) ଏବେ…

ଦ୍ୱିତୀୟ ସ୍ତ୍ରୀଙ୍କ ଆକ୍ରମଣରେ ପ୍ରଥମ ସ୍ତ୍ରୀ ମୃତ

ଚିତ୍ରକୋଣ୍ଡା, ୫।୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ପେଟିଆଗୁଡା ଗ୍ରାମରେ ଘରୋଇ କଳହକୁ ନେଇ ସୋମବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶୁକ…

ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍‌ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।…

ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ…

ଘରୁ ଡାକିନେଇ ଯୁକ୍ତ୨ ଛାତ୍ରଙ୍କୁ ବାଡ଼େଇ ମାରିଦେଲେ ୨ ସାଥୀ: ମଦ ପିଆଇ…

ଡେରାବିଶ, ୫ା୮(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅଞ୍ଚଳର ଜଣେ ଯୁକ୍ତ୨ କଲେଜ ଛାତ୍ରଙ୍କୁ ଘରୁ ଡାକି ନେଇ ତାଙ୍କର ୨ଜଣ ସାଙ୍ଗ ମାଡ଼ମାରି…

ମୁଁ ଘରକୁ ଯିବିନି, ମୋତେ ମୋ ପ୍ରେମିକ ପାଖରେ ଛାଡିଦିଅ…ନାବାଳିକାଙ୍କ ହାଇଡ୍ରାମା ଦେଖି ପୋଲିସ ତାଜୁବ

ଭୁବନେଶ୍ୱର,୫ା୮ (ପ୍ରସନଜିତ୍‌ ସାହୁ):ମୁଁ ଘରକୁ ଯିବିନି। ମୋତେ ଜେଲରେ ଥିବା ମୋ ପ୍ରେମିକ ପାଖରେ ଛାଡିଦିଅ..। ଭୁବନେଶ୍ବର କୋର୍ଟ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏମିତି ଚିତ୍କାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri