Posted inଜାତୀୟ

ସିଆଚେନ୍‌: ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଏବଂ ଭୂସ୍ଖଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟେ !

ନୂଆଦିଲ୍ଲୀ,୩।୬: ସିଆଚେନ୍‌ରେ ୧୨ ହଜାରରୁ ୨୦ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଦେଶର ସୀମା ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାକାର ତାପମାତ୍ରା ଅଧିକାଂଶ ସମୟରେ ମାଇନସ୍‌ ୫୦ ଡିଗ୍ରୀ ତଳେ ରହିଥାଏ। ଏଠାରେ ଯୁଦ୍ଧ ଅପେକ୍ଷା ନିମ୍ନ ତାପମାତ୍ରା ତଥା ଭୂସ୍କଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟିଥାଏ। ଭାରତ ଏବଂ ପାକିସ୍ତାନର ଅଢ଼େଇ ହଜାରରୁ ଅଧିକ ସୈନିକଙ୍କର ଏଠାରେ ଏହି କାରଣରୁ ଜୀବନ ଯାଇଥିବା ଏକ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୧ରେ ପାକିସ୍ତାନର ଗୟାରୀ ବେସ୍‌ କ୍ୟାମ୍ପ୍‌ରେ ହିମସ୍ଖଳନ ହୋଇଥିଲା। ଏଥିରେ ୧୨୪ ସୈନ୍ୟ ଏବଂ ୧୧ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ସିଆଚେନ୍‌ରେ ମୁତୟନ ହୋଇଥିବା ସୈନ୍ୟଙ୍କର ମୁଖ୍ୟ ଶତ୍ରୁ ହେଉଛି ପ୍ରତିକୂଳ ପାଣିପାଗ। ୧୯୮୪ଠାରୁ ଭାରତ ସିଆଚେନ୍‌ରେ ମିଲିଟାରୀ ବେସ୍‌ ନିର୍ମାଣ କରିଛି। ସେବେଠାରୁ ୨୦୧୫ ପର୍ଯ୍ୟନ୍ତ ୮ଶହ ୬୯ ଭାରତୀୟ ଯବାନ ଖରାପ ପାଗ ଯୋଗୁ ଜୀବନ ଦେଇଛନ୍ତି। ନିମ୍ନ ତାପମାତ୍ରାରେ ଅଧିକ ଦିନ ରହିଲେ ସ୍ମରଣ ଶକ୍ତି କମିବା ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖାଦେଇଥାଏ। ଏଠାରେ ସବୁବେଳେ ୩ ହଜାର ଭାରତୀୟ ସେନାଙ୍କୁ ମୁତୟନ କରାଯାଇଥାଏ। ପ୍ରତିଦିନ ଏଠାରେ ମୁତୟନ ଥିବା ଯବାନଙ୍କ ସୁରକ୍ଷା ପାଇଁ ଭାରତ ସରକାର ୫ କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଏଠାକୁ ପରିଦର୍ଶନରେ ଆସୁଥିବା ରାଜନେତା ବେସ୍‌ କ୍ୟାମ୍ପ୍‌ରୁ ହିଁ ଫେରିଯାଇଥାନ୍ତି। ଏହି କ୍ୟମ୍ପ୍‌ ୧୨ ହଜାର ଫୁଟ ଉଚ୍ଚରେ ରହିଛି। ଅପରେଶନ ମେଘଦୂତ ଅର୍ନ୍ତଗତ ଭାତତୀୟ ସେନା ସିଆଚେନ୍‌କୁ ୧୯୮୪ ଏପ୍ରିଲ୍‌ ୧୩ରେ ନିଜ କବ୍‌ଜାକୁ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଆରାବଳୀ ମାମଲାରେ ସୁପ୍ରିମକୋର୍ଟଙ୍କ ଚେତାବନୀ, ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ନଦେଲେ…

ନୂଆଦିଲ୍ଲୀ,୮ା୯(ପି.ଟି.): ଆରାବଳୀ ପର୍ବତମାଳାର ସଂଜ୍ଞା ଏବଂ ସୁରକ୍ଷା ଉପରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଏହାର ସମୟସୀମାକୁ ୬ ମାସ ବଢ଼ାଇବା ନିମନ୍ତେ…

୯/୧୧ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ନୂଆ ଖୁଲାସା, ଅଲକାଏଦା ନେତାଙ୍କ ସହ ପେଣ୍ଟବଲ୍ ଖେଳୁଥିଲେ…

ୱାଶିଂଟନ୍,୮।୯: ଆମେରିକାରେ ୨୦୦୧ ମସିହାରେ ହୋଇଥିବା ୯/୧୧ ଆତଙ୍କୀ ଆକ୍ରମଣକୁ ନେଇ ୨୫ ବର୍ଷ ପରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରେ ଓମର ଅଲ-ବାୟୁମୀଙ୍କ…

ଦିଲ୍ଲୀରେ ମଣିପୁରୀ ମ୍ୟୁଜିକ୍ ଶିକ୍ଷକଙ୍କୁ ହତ୍ୟା, ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆଦିଲ୍ଲୀ,୮।୯: ଦିଲ୍ଲୀର କିଲୋକରୀ ଗାଁରେ ମଣିପୁରର ଅବସରପ୍ରାପ୍ତ ମ୍ୟୁଜିକ୍ ଶିକ୍ଷକ ତଥା ସଙ୍ଗୀତଜ୍ଞ ଚୋଙ୍ଗଥମ ବିକ୍ରମ ସିଂଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି । ତାଙ୍କ…

୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮ା୯(ବନ୍ଦନା ସେଠୀ):ରାଜ୍ୟରେ ଆସନ୍ତା ୯ ତାରିଖରୁ ବଢ଼ିପାରେ ବର୍ଷାର ପରିମାଣ। ଏହି ସମୟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।…

୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ଏହିସବୁ ଉପରେ ବଡ଼ ଘୋଷଣା

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

IAS ସ୍ତରରେ ବଡ଼ ଅଦଳବଦଳ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର, ୭।୯: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ଶାସନ ସଚିବ ହେଲେ ସୁରେଶ ବଶିଷ୍ଠ। ସଂସଦୀୟ ବ୍ୟାପାର ବିଭାଗର…

ପଶ୍ଚିମବଙ୍ଗରେ ହେବ ଖେଳ! ଯେଉଁଠାରୁ ହାରିଥିଲେ, ସେଠାରୁ ପୁଣି ନିର୍ବାଚନ ଲଢିବେ ଦିଦି? ଆସିଲା ବଡ଼ ଖବର

କୋଲକାତା,୭।୯: ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ନନ୍ଦୀଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ (ECI)। ସୋମବାର ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri