Posted inଖେଳ

ସାହାଣୀ କପ୍‌ ଫୁଟବଲ ଉଦ୍‌ଘାଟିତ

କଟକ ଅଫିସ,୪ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ମଙ୍ଗଳବାରଠାରୁ ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ କପ୍‌-୨୦୧୯ ଆରମ୍ଭ ହୋଇଛି। ଉଦ୍‌ଘାଟନୀ ଦିବସରେ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଏଥିରେ ପୁରୀ, ଅନୁଗୋଳ, ଦେବଗଡ଼, ବାଲେଶ୍ୱର ବିଜୟୀ ହୋଇଛନ୍ତି।
ବରଗଡ଼ର ସୋହେଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚ୍‌ରେ ଅନୁଗୋଳ ୨-୦ ଗୋଲରେ ଯାଜପୁରକୁ ପରାସ୍ତ କରିଥିଲା। ଅନୁଗୋଳ ପକ୍ଷରୁ ଅନ୍ତର୍ଯ୍ୟାମୀ ନାୟକ ୭୯ତମ ମିନିଟରେ ଗୋଟିଏ ଗୋଲ ଦେଇଥିବା ବେଳେ ଯାଜପୁରର ରଞ୍ଜନ ଦେହୁରୀ ୮୮ତମ ମିନିଟରେ ଏକ ଆତ୍ମଘାତୀ ଗୋଲ ସ୍କୋର କରିଥିଲେ। ଉକ୍ତ ମ୍ୟାଚରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର ଭେଡେନ ଗ୍ରାଉଣ୍ଡରେ ଝାରସୁଗୁଡ଼ା-ଦେବଗଡ଼ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ନିର୍ଦ୍ଧାରିତ ସମୟରେ ୧-୧ ଗୋଲରେ ଡ୍ର ରହିଥିଲା। ପରେ ପେନାଲ୍ଟି ସୁଟଆଉଟ ଜରିଆରେ ଦେବଗଡ଼ ୯-୮ ଗୋଲରେ ଜିତିଥିଲା। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ। ବରଗଡ଼ର କଦଲିପାଲି ଗ୍ରାଉଣ୍ଡରେ ହେବାକୁ ଥିବା ମ୍ୟାଚରେ ମାଲକାନଗିରି ଅନୁପସ୍ଥିତ ରହିବା ଯୋଗୁଁ ପୁରୀ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା। ଉକ୍ତ ମ୍ୟାଚ୍‌ରେ ବିଧାୟକ ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଢ଼େଙ୍କାନାଳରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଲେଶ୍ୱର ପେନାଲ୍ଟି ସୁଟଆଉଟ୍‌ରେ ଭଦ୍ରକକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏ ଗୋଲ ଦେବା ପରେ ପେନାଲ୍ଟିର ସହାୟତା ନିଆଯାଇଥିଲା। ଏମପି ମହେଶ ସାହୁ ଉକ୍ତ ମ୍ୟାଚ୍‌ରେ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs NZ: ଘୋଷଣା ହେଲା ପନ୍ତଙ୍କ ରିପ୍ଲେସମେଣ୍ଟ, ଓ୍ବାନ ଡେ’ ଟିମରେ ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୧।୧: ଭଦୋଦରାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ମ୍ୟାଚ ପୂର୍ବରୁ ଧ୍ରୁବ ଜୁରେଲଙ୍କୁ ଟିମ ଇଣ୍ଡିଆରେ ଯୋଡାଯାଇଛି। ଆହତ ରିଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ ଜୁରେଲଙ୍କୁ...

Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ...

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ

ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି,...

୧୨ ବର୍ଷ ବ୍ୟବଧାନ ପରେ ଭାରତକୁ ଫେରିଛି ଫିଫା ବିଶ୍ୱକପ୍‌ ଟ୍ରଫି

ନୂଆଦିଲ୍ଲୀ,୧୦।୧: ଜୁନ ୧୧ ତାରିଖରୁ ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଥିବା ବେଳେ ବିଶ୍ୱ ଟୁରର ଅଂଶବିଶେଷ ଭାବେ ଟ୍ରଫି ଶନିବାର ଭାରତରେ ପହଞ୍ଚିଛି। ୩...

ବାଂଲାଦେଶୀ କ୍ରିକେଟର ତମିମ ଇକବାଲଙ୍କୁ ‘ଭାରତୀୟ ଏଜେଣ୍ଟ’ କହି ଫସିଗଲେ BCB ନିର୍ଦ୍ଦେଶକ!

ନୂଆଦିଲ୍ଲୀ,୧୦।୧: ପୂର୍ବତନ ବାଂଲାଦେଶ ଅଧିନାୟକ ତାମିମ ଇକବାଲ ଭାରତ ଏବଂ ବାଂଲାଦେଶ ମଧ୍ୟରେ କ୍ରିକେଟ ସମ୍ପର୍କରେ ବର୍ତ୍ତମାନର ଉତ୍ତେଜନାର ସମାଧାନ ପାଇଁ ଆଲୋଚନା ପାଇଁ ଆହ୍ବାନ...

ଟି-୨୦ ବିଶ୍ୱକପରେ ଭାରତ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହେବେ ଏହି ଖେଳାଳି, ବଡ଼ ଭବିଷ୍ୟବାଣୀ କଲେ ସୋଏବ ଅଖତର

ନୂଆଦିଲ୍ଲୀ,୧୦।୧: ଆସନ୍ତା ମାସରେ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜିତ କରିବାକୁ ଯାଉଛନ୍ତି T20 ବିଶ୍ୱକପ। ଟିମ ଇଣ୍ଡିଆ ଡିଫେଣ୍ଡିଂ ଚାମ୍ପିଅନ ଭାବରେ ପଡ଼ିଆରେ...

ଶେଷ ୪ ବଲ୍‌ରେ ଆବଶ୍ୟକ ଥିଲା ୧୮ ରନ: ଏମିତି କାରନାମା କରିଦେଲେ ନାଦିନେ ଡି କ୍ଲାର୍କ, ପାଲଟିଗଲା ଇତିହାସ

ନଭି ମୁମ୍ବାଇ, ୯।୧: ନାଦିନେ ଡି କ୍ଲାର୍କଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶୁକ୍ରବାର ଅନୁଷ୍ଠିତ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର...

ବିଶ୍ୱର ସବୁଠାରୁ ଗରିବ କ୍ରିକେଟ ବୋର୍ଡ: ବିଶ୍ୱଚାମ୍ପିୟନ ଖେଳାଳିଙ୍କ ଦରମା ଜାଣିଲେ ହୋଇଯିବ ଚକିତ

ନୂଆଦିଲ୍ଲୀ,୧୦।୧: ସାରା ବିଶ୍ୱରେ କ୍ରିକେଟ ବୋର୍ଡଗୁଡ଼ିକ ICC ଅଧୀନରେ ବିଭିନ୍ନ ବୋର୍ଡ ଦ୍ୱାରା ପରିଚାଳିତ ହୁଏ। ଏହି ବୋର୍ଡଗୁଡ଼ିକ ସେମାନଙ୍କ ନିଜ ନିଜ ଦଳଗୁଡ଼ିକୁ ପରିଚାଳନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri