ସାମ୍ନାକୁ ଆସିଲା ବରୀର ଆଉ ୩ ଆକ୍ରାନ୍ତଙ୍କ ଗ୍ରସ୍ତ ବିବରଣୀ

ରତ୍ନଗିରି, ୫।୫(ଡି.ଏନ୍‌.ଏ): ଯାଜପୁର ବରୀ ବ୍ଲକ ଅଧିନସ୍ଥ କଳାମାଟିଆ ପଞ୍ଚାୟତରେ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ଗ୍ରସ୍ତ ବିବରଣୀ ଗତ ୩ ତାରିଖରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଜାରି କରାଯାଇଥିଲା। ତେବେ ସୋମବାର ଆଉ ୩ଜଣ ଆକ୍ରାନ୍ତ ଯଥାକ୍ରମେ ୧୫୫,୧୫୬ ଓ ୧୫୭ଙ୍କ ସବିଶେଷ ଗ୍ରସ୍ତ ବିବରଣୀ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୧୫୫ ନଂ ଆକ୍ରାନ୍ତ ଜଣେ ୪୮ ବର୍ଷୀୟ ଯୁବକ ହୋଇଥିବା ବେଳେ ତାଙ୍କ ଘର ଉଦୟନାଥପୁର। ସେ କୋଲକାତାର ସିଆଲଦାରୁ ଏକ ଗାଡ଼ି ଭଡ଼ା କରି କୁଆଖିଆରେ ପହଞ୍ଚିଥିଲେ। ପରେ କୁଆଖିଆରୁ ଖବରକାଗଜ ଆସୁଥିବା ଗାଡ଼ିରେ ବରୀରେ ପହଞ୍ଚିିଥିଲେ। ୩୧ମାର୍ଚ୍ଚରେ ସେ ବରୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ରକ୍ତନମୁନା ପରୀକ୍ଷା ନିମନ୍ତେ ଯାଇଥିବା ସହ ଏକ ଏକାଦଶ ଭୋଜିରେ ମଧ୍ୟ ଯୋଗାଦେଇଥିଲେ। ଏଥିସହ ନିଜ ଗ୍ରାମରେ ପିଡ଼ିଏସ ଚାଉଳ ଆଣିବା ପାଇଁ ଡିଲରଙ୍କ ପାଖକୁ ଯାଇଥିବା ଜଣାପଡ଼ିଛି। ମାର୍ଚ୍ଚ ୩୧ରେ ବରୀ ମାଉଣ୍ଡ ମାର୍କେଟରେ ବୁଲାବୁଲି କରିବା ପରେ ରତିଆଙ୍ଗର ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇଥିଲେ। ମେ ୨ରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା। ସେହିପରି ୧୫୬ନଂ ଆକ୍ରାନ୍ତ ମାର୍ଚ୍ଚ ୨୯ରେ ଘରକୁ ଫେରିଥିବା ବେଳେ ମେ ୨ ପର୍ଯ୍ୟନ୍ତ ସେ ଘରେ ରହିଥିଲେ। ଅପ୍ରିଲ୧୪ରେ ନିଜ ବନ୍ଧୁଙ୍କ ସହ ଜାରକାରେ ଥିବା ଭୂମିକା ଆୟ ହସ୍ପିଟାଲ ଯାଇଥିଲେ। ମେ ୨ରେ ତାଙ୍କର ମଧ୍ୟ ରିପୋର୍ଟରେ କରୋନା ପଜିଟିଭ ଆସିଥିଲା। ୧୫୭ ନଂ ଆକ୍ରାନ୍ତ ଏପ୍ରିଲ ୧୦ରେ କୋଲକତାରୁ ଆସିଥିଲେ। ଏପ୍ରିଲ ୧୧ରେ ସେ ସୁଜନପୁର ପିଏଚ୍‌ସିକୁ ଏକ ଅଟୋରେ ଯାଇ ମଧୁମେହ ପରୀକ୍ଷା କରିଥିଲେ। ଏହାପରେ ଏପ୍ରିଲ ୧୨ରୁ ମେ ୨ ପର୍ଯ୍ୟନ୍ତ ସେ ନିଜ ପରିବାର ସହିତ ଘରେ ରହିଥିଲେ। ଗତ ମେ ୨ତାରିଖରେ ଏମାନଙ୍କ ରିପୋର୍ଟରେ କରୋନା ପଜିଟିଭ ବାହାରିବା ପରେ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କଳିଙ୍ଗ ନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri