ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି। ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟରେ ତାଙ୍କର ଆଗାମୀ ଫିଲ୍ମ ‘ଶିର କୋର୍‌ମା’ର ପୋଷ୍ଟର ଲଞ୍ଚ ଅବସରରେ ସେ ଏଭଳି ମତ ଦେଇଛନ୍ତି। ସହଅଭିନେତ୍ରୀ ଦିବ୍ୟା ଦତ୍ତ ଓ ନିର୍ଦ୍ଦେଶକ ଫରାଜ ଅରିଫ୍‌ ଅଂଶାରୀଙ୍କ ସହ କଥା ହେବା ଅବସରରେ ସେ ବଲିଉଡ୍‌ ଓ ଅନ୍ୟ ଭାଷାଭାଷୀର ଏହି ଶିଳ୍ପଗୁଡ଼ିକ ଆଭିମୁଖ୍ୟ ଠିକ୍‌ କରିବା ଦରକାର ବୋଲି କହିଛନ୍ତି। ଜାତି, ଧର୍ମ, ସମ୍ପ୍ରଦାୟ, ଲିଙ୍ଗଗତ ଭାବନାକୁ ଗୁରୁତ୍ୱ ଦିଆଯିବା ଉଚିତ। ଯେଭଳି ଦଳିତ, ସଂଖ୍ୟାଲଘୁ, ସମଲିଙ୍ଗୀ ସମ୍ପ୍ରଦାୟକୁ ଆଘାତ ନ ପହଞ୍ଚେ କିମ୍ବା ଫିଲ୍ମକୁ ନେଇ କେହି ଆପତ୍ତି ନ ଉଠାନ୍ତି, ତାକୁ ଗୁରୁତ୍ୱ ଦିଆଯିବା ଠିକ୍‌ ହେବ। ଏନେଇ ତୁରନ୍ତ ପଦକ୍ଷେପ ନେବା ଉଚିତ୍‌। ପ୍ରକାଶଥାଉ କି, ‘ଶୀର କୋରମା’ରେ ଭାସ୍କର ଓ ଦତ୍ତ ସମଲିଙ୍ଗୀ ଯୋଡ଼ି ଭୂମିକାରେ ଅଭିନୟ କରୁଛନ୍ତି। ଏଥିରେ ଶବାନା ଆଜ୍‌ମି ମଧ୍ୟ ଅଛନ୍ତି। ଫିଲ୍ମରେ ଥିବା ଚରିତ୍ର ଓ ଏହାର ସାମାଜିକ ପ୍ରଭାବକୁ ସର୍ବଦା ଗୁରୁତ୍ୱ ଦେବାକୁ ଭାସ୍କର ପରାମର୍ଶ ଦେଇଛନ୍ତି। ଲୋକ ସଭା ନିର୍ବାଚନରେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି ସେ ୪ ବ୍ରାଣ୍ଡ ହରାଇଥିବା ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କବଳରେ କରିନା କପୁରଙ୍କ ବାପା; ଅବସ୍ଥା ଗୁରୁତର ଥିବାରୁ…

ବମ୍ବେ: ବଲିଉଡ୍‌ର ବିଶିଷ୍ଟ ଅଭିନେତା ରାଜ କପୁରଙ୍କ ବଡ଼ ପୁଅ ତଥା ୭୦ ଏବଂ ୮୦ ଦଶକର ନାୟକ ରଣଧୀର କପୁରଙ୍କୁ କରୋନା। କୋଭିଡ୍‌ ସଂକ୍ରମଣ...

ନର୍ଗିସଙ୍କ ବିବାହ ଖବର ଶୁଣି ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୬ ତମ ଜନ୍ମ ବାର୍ଷିକୀ ସୋମବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ...

ଅଭିନୟ କରୁକରୁ ପ୍ରେମରେ ପଡ଼ିଥିଲେ କେଜିଏଫ୍‌ ଷ୍ଟାର: କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

ବମ୍ବେ: କନ୍ନଡ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଅଭିନେତା ୟଶ ଜଣେ। ୨୦୧୮ରେ ରିଲିଜ ହୋଇଥିବା ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୧’ ତାଙ୍କୁ ଖ୍ୟାତି ଦେଇଥିଲା।...

ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ସ୍ବାମୀ ରିଆନ ଥାମଙ୍କୁ ଛାଡପତ୍ର ଦେଇଛନ୍ତି। ୨୦୧୮ରୁ ମିନିଶା ଏବଂ ରିଆନ ଅଲଗା ରହୁଥିଲେ। ନିକଟରେ ଏକ ସାକ୍ଷାତକାରରେ ମିନିଶା...

କୁଲି ନଂ-୧ ସେଟ୍‌ରେ ଘଟିଲା ଏମିତି କିଛି..ପ୍ରଧାନମନ୍ତ୍ରୀ ମୋଦି ବି କଲେ ପ୍ରଶଂସା

ବରୁଣ ଧୱନ ଏବଂ ସାରା ଅଲୀ ଖାନଙ୍କ ଅଭିନୀତ କୁଲି ନଂ-୧ର ଶୁଟିଂ ଏବେ ଜୋରସୋରରେ ଚାଲିଛି। ନିକଟରେ ବରୁଣ ଧାଓ୍ବନ ଫିଲ୍ମର ଏକ ଫଟୋ...

ୟୁଏଇରେ ରିଲିଜ୍ ହେବ ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ଇଣ୍ଡିଆନ ବକ୍ସ ଅଫିସରେ ଧମାଲ ମଚାଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଏବେ ୟୁଏଇ ଆଡେ ମୁହାଁଇଛି । କିଛିଦିନ ତଳେ ଫିଲ୍ମର ନିର୍ଦ୍ଦେଶକ...

କେଆଇଏଫ୍‌ଏଫ୍‌ରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ):କୋଲକାତା ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ(କେଆଇଏଫ୍‌ଏଫ୍‌)ରେ ଆଉ ପ୍ରଦର୍ଶିତ ହେବନି ବହୁଭାଷୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’। ଶେଷ ମୁହୂର୍ତ୍ତରେ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’କୁ ଫିଲ୍ମ ଫେଷ୍ଟିଭାଲରୁ...

ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’

ଭୁବନେଶ୍ବର: ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୪ତମ ଶୁଭ ଆବିର୍ଭାବ ତିଥି ଅବସରରେ ବୁଧବାର ମୁକ୍ତିଲାଭ କରିଛି ଭକ୍ତିଗୀତି ଆଲବମ୍‌ ‘ଦିବ୍ୟ ଦ୍ୟୋତନା’ । ଝାଡ଼ଖଣ୍ଡ ଦେଓଘରସ୍ଥିତ ସତସଙ୍ଗ...

Advertisement
Archives

Model This Week