ସାମାଜିକ ଦୂରତ୍ୱକୁ ଫୁ : ବ୍ୟାଙ୍କ ସମ୍ମୁଖରେ ଅସମ୍ଭାଳ ଭିଡ଼

ବିଜେପୁର, ୧୫।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱକୁ ସରକାର ବେଶ୍‌ ପ୍ରଧାନ୍ୟ ଦେଉଛନ୍ତି। ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି। ମାତ୍ର ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହେଉ ନ ଥିବାରୁ ବିଭିନ୍ନ ସ୍ଥାନରେ ଗହଳି ପରିଲକ୍ଷିତ ହେଉଛି। ବରଗଡ଼ ଜିଲା ବିଜେପୁର ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବୁଧବାର ପୂର୍ବାହ୍ନରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସୋମବାର ଓ ମଙ୍ଗଳବାର ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିଥିଲା। ତେଣୁ ବୁଧବାର ପୂର୍ବାହ୍ନ ୯ଟାରୁ ବ୍ୟାଙ୍କ ସମ୍ମୁଖରେ ଲୋକଙ୍କ ଗହଳି ଜମିଥିଲା। ନିକଟରେ ଥିବା ଏଟିଏମ୍‌ କାଉଣ୍ଟରରେ ମଧ୍ୟ ଲୋକେ ଭିଡ ଜମାଇଥିଲେ। ଦୁଇ ପୋଲିସ କର୍ମଚାରୀ ସେମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସେମାନେ ସାମାଜିକ ଦୂରତ୍ୱକୁ ମାନି ନ ଥିଲେ। ଖବର ପାଇ ପୋଲିସ ଟିମ୍‌ ପହଞ୍ଚି ଲୋକଙ୍କୁ ତାଗିଦ କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ପୋଲିସର ଏତାଦୃଶ କାର୍ଯ୍ୟକୁ ସଚେତନ ନାଗରିକ ପ୍ରଂଶସା କରିଥିବାବେଳେ ବ୍ୟାଙ୍କରେ ସାମାଜିକ ଦୂରତ୍ୱ ବଜାଇ ରଖିବା ଦିଗରେ ବ୍ୟାଙ୍କ କତ୍ତୃପକ୍ଷ ଦୁଷ୍ଟି ଦେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଗିଦ ସତ୍ତ୍ୱେ ମାନୁନି ଇସ୍କନ: ମଥୁରାରେ ଅଦିନିଆ ରଥଯାତ୍ରା ନେଇ ଚର୍ଚ୍ଚା

ପୁରୀ ଅଫିସ,୫।୩: ବାରମ୍ବାର ତାଗିଦ ସତ୍ତ୍ୱେ ମାନୁନାହିଁ ଇସ୍କନ। ପୂର୍ବରୁ ମୁମ୍ବାଇ ଶିବାଜୀ ପାର୍କରେ ଅଦିନିଆ ରଥଯାତ୍ରା କରି ବିବାଦୀୟ ହୋଇପଡିଥିବା ଇସ୍କନ ଏବେ ନାମ...

ସିଏମ୍‌ସି ପକ୍ଷରୁ ଜାରି ହେଲା ଏସ୍‌ଓପି; କରୋନା: ବଢୁଛି ସଚେତନତା, ସତର୍କତା

କଟକ ଅଫିସ,୧୮୩: କରୋନା ଭୂତାଣୁର ଭୟାବହତା ପାଇଁ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି। ହେଲେ ଏଥିରୁ ରକ୍ଷା ପାଇବା ପାଇଁ ଲୋକମାନେ ଏବେ ବହୁମାତ୍ରାରେ ସତର୍କ ରହିବା...

ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା...

ଜିଲାରେ ପ୍ରଥମ କରୋନା ମୃତ୍ୟୁ

ଢେଙ୍କାନାଳ ଅଫିସ, ୮।୮ ଢେଙ୍କାନାଳ ଜିଲାରେ ପ୍ରଥମ ମୁଣ୍ଡ ନେଇଛି କରୋନା। ମୃତକ ଭୁବନ ଏନ୍‌ଏସିର ୬୧ ବର୍ଷୀୟ ପୁରୁଷ। ସେ ଉଚ୍ଚ ରକ୍ତଚାପ ଏବଂ...

ସିଡିଏରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୁବ୍‌ଶୀଘ୍ର

କଟକ ଅଫିସ, ୭ା୯: ହଜାର ବର୍ଷର ସହର କଟକ। ଏହା ଦେଶର ଅନ୍ୟତମ ସର୍ବପୁରାତନ ସହର ହୋଇଥିଲେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି। ତେବେ...

ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ‘ଭିକୁ ସେଠ୍‌’

ଚୌଦ୍ୱାର,୧୨।୯(ଡି.ଏନ୍‌.ଏ.): ପରଲୋକରେ ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ ଓରଫ ମହେନ୍ଦ୍ର ଦାସ। ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବା ପରେ ଚୌଦ୍ୱାରରୁ କଟକ ନେବା...

ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଉନ୍ମୋଚିତ

ବଲାଙ୍ଗୀର ଅଫିସ, ୧୮।୧୦: ବଲାଙ୍ଗୀର ସର୍କିଟ ହାଉସଠାରେ ସାହିତ୍ୟ ପତ୍ରିକା ‘ନବନୀତାର ଶାରଦୀୟ’ ସଂଖ୍ୟା ଶୁକ୍ରବାର ଉନ୍ମୋଚିତ ହୋଇଯାଇଛି। ଜିଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟଅତିଥି ଭାବେ...

ଟ୍ରାକ୍ଟର ଓଲଟି ଜଣେ ମୃତ, ୩ ଗୁରୁତର

ଯୋଡ଼ା,୨୫।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ରବିବାର ରାତିରେ ଏକ ଧାନ ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ...

Coronavirus Update


Archives

Model This Week

Why Dharitri