ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ୧୨ ସଦସ୍ୟ ରାଷ୍ଟ୍ର ଦ୍ୱାରା ସରକାରୀ ସ୍ତରରେ ଏପ୍ରିଲ ୨୦୧୨ରେ ଏହି ଦିବସକୁ ମନ୍ୟତା ପ୍ରଦାନ କରାଯାଇଥିଲା ।  ଜର୍ମାନୀର ବର୍ଲିନ ସ୍ଥିତ ହମବୋଲ୍ଡଟ ବିଶ୍ୱବିଦ୍ୟାଳୟରେ ଏହିି ଫୋରମର ବୈଠକ ଅନୁଷ୍ଠିତ ହୋଇଥିଲା। ବାଲ୍‌ଟିକ ସି ଏନ୍‌ଜିଓ ଫୋରମ୍‌ର ସଦସ୍ୟ ରାଷ୍ଟ୍ର ବେଲାରୁଷ୍‌ ,ଡେନ୍‌ମାର୍କ,ଏଷ୍ଟୋନିଆ,ଫିନ୍‌ଲାଣ୍ଡ,ଜର୍ମାନୀ,ଆଇସ୍‌ଲ୍ୟାଣ୍ଡ,ଲାଟ୍‌ଭିୟା,ଲିଥୁଆନିଆ,ପୋଲାଣ୍ଡ, ରୁଷିଆ,ନରଓ୍ବେ ଓ ସ୍ବିଡେନ ରହିଥିଲେ। ୟୁରୋପୀୟ ସଂଘ ଓ ଜାତିସଂଘର ନେତୃବୃନ୍ଦ ତଥା ଆନ୍ତର୍ଜାତିକ ସଂଗଠନଗୁଡିକ ଦ୍ୱାରା ୨୭ ଫେବୃୟାରୀ,୨୦୧୪ରେ ଫିନ୍‌ଲାଣ୍ଡର ହେଲ୍‌ସିଙ୍କିରେ ପ୍ରଥମ ଥର ଏହାକୁ ପାଳନ କରାଯାଇଥିଲା। ଏହି ଦିବସକୁ ୨୭ ଫେବୃୟାରୀରେ ବ୍ରିଟେନ୍‌ର ମାନବବାଦୀ ମାର୍କିସ ଲିଓର୍ସ ସ୍କାଡ୍‌ମାନିସ ପ୍ରତିଷ୍ଠା କରିଥିଲେ।
ଏନ୍‌ଜିଓରେ ସକ୍ରିୟ ଭାବେ ସାମିଲ ହେବା ଏବଂ ସମାଜ ଓ ବ୍ୟକ୍ତଗତ ଜୀବନ ମଧ୍ୟରେ ଅଧିକ ସମନ୍ବୟ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବା ବିଶ୍ୱ ଏନ୍‌ଜିଓ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପରସ୍ପର ମଧ୍ୟରେ ଜ୍ଞାନ ଓ ଅନୁଭବ ଆଦାନ ପ୍ରଦାନ ଲାଗି ଏହି ଦିବସରେ ସୁଯୋଗ ମିଳେ। ଏନଜିଓର ସମାଜରେ କ’ଣ ପ୍ରଭାବ ରହିଛି ସେ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଏ। ଏହି ଅବସରରେ ଏନ୍‌ଜିଓ ପ୍ରତିଷ୍ଠାତା,କର୍ମଚାରୀ,ସ୍ବୟଂସେବକ, ସଦସ୍ୟ ଓ ସମର୍ଥକଙ୍କୁ ମନେପକାଇବା ସହ ସମ୍ମାନିତ କରାଯାଏ। ୨୦୧୦ରୁ ୨୦୧୯ ମଧ୍ୟରେ ବିଶ୍ୱ ଏନ୍‌ଜିଓ ଦିବସ ବିଶ୍ୱର ପ୍ରାୟ ୯୬ ଟି ଦେଶରେ ପାଳନ କରାଯିବା ଦେଖାଯାଇଛି। ସାମାଜିକ , ଅର୍ଥନୈତିକ , ପରିବେଶ, ମାନବିକ ଅଧିକାର ଆଦି କ୍ଷେତ୍ରରେ ବିକାଶ ଆଣିବା ତଥା ଲୋକମାନଙ୍କର ଏହି କ୍ଷେତ୍ରରେ ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ଏନ୍‌ଜିଓର ଭୂମିକା ଯଥେଷ୍ଟ ରହିଛି। ଏଣୁ ବିଭିନ୍ନ କ୍ଷେତ୍ରରେ ଏନଜିଓର କାର୍ଯ୍ୟ ପରିସରକୁ ଆହୁରି ବ୍ୟାପକ କରିବା ଲାଗି ଏହି ଦିବସ ଆହ୍ବାନ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri