ସାମଗ୍ରୀ ବିକ୍ରି ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୦।୫: ଗତ କିଛି ତ୍ରୈମାସ ଧରି ଘରୋଇ ବଜାରର ଅଭିବୃଦ୍ଧି ନିମ୍ନଗାମୀ ହୋଇଥିବା ବେଳେ କରୋନା ଜନିତ ଲକ୍‌ଡାଉନ ସ୍ଥିତିକୁ ଆହୁରି ସଙ୍ଗିନ କରିଛି। ଦେଶର ଅର୍ଥନୈତିକ କାର୍ଯ୍ୟକଳାପ ବର୍ତ୍ତମାନ ଠପ୍‌ ହୋଇ ରହିଛି। ଲକ୍‌ଡାଉନ ଧୀରେ ଧୀରେ କୋହଳ ହେଉଥିବାରୁ ସରକାର କିଛି କିଛି କ୍ଷେତ୍ରରେ କାରବାରକୁ ଅନୁମତି ଦେଇଛନ୍ତି। ହେଲେ ଦୀର୍ଘଦିନ ଧରି ବନ୍ଦ ପଡିଥିବା ଶିଳ୍ପକୁ ପୁଣି ଥରେ ଛିଡା କରାଇବା ବର୍ତ୍ତମାନ କଷ୍ଟକର ହେଉଛି। ୟୁନିଟଗୁଡିକରେ ସାମାଜିକ ଦୂରତ୍ୱ ନିୟମ ରକ୍ଷା କରି କମ୍‌ ଶ୍ରମ ଶକ୍ତି ସହ କାର୍ଯ୍ୟ ହେଉଛି। କମ୍‌ ସଂଖ୍ୟକ ଲୋକଙ୍କୁ ନେଇ କାମ କରିବା ଅସୁବିଧା ସୃଷ୍ଟି ହେଉଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। ଦେଶର ମୋଟ ରପ୍ତାନି କ୍ଷେତ୍ରରେ ଏକ ପ୍ରମୁଖ ଯୋଗଦାନ ରଖୁଥିବା ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଏ)ଗୁଡିକ କଥା ବିଚାର କଲେ ସ୍ଥିତି ପୂରା ବିଗିଡି ଯାଇଛି। ଲକ୍‌ଡାଉନ ଯୋଗୁ ଶିଳ୍ପଗୁଡିକ ଉପରେ ସମସ୍ୟା ମାଡି ପଡିଛି। ଶିଳ୍ପଗୁଡିକ ଉତ୍ପାଦନରେ ସମସ୍ୟା ସାମ୍ନା କରୁଛନ୍ତି। ବଜାର ନ ଥିବାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ବଟା କରିବା ବର୍ତ୍ତମାନ ସେମାନଙ୍କ ପାଇଁ ବଡ ସମସ୍ୟା ଭାବେ ଉଭା ହୋଇଛି। କାରଣ ବଜାର କେବେ ସୁଧୁରିବ ସେ ନେଇ କିଛି ଠିକ୍‌ ଭାବେ କହି ହେବନି। କିନ୍ତୁ ବଜାରକୁ ନେଇ ଶିଳ୍ପଗୁଡିକ ଆଶାବାଦୀ ଅଛନ୍ତି। ସ୍ଥିତି ସୁଧୁରିବା ନେଇ ସରକାର ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ପ୍ୟାକେଜରେ କିଛି ବିଶେଷ ଘୋଷଣା କରିବେ ବୋଲି ଅଂଶୀଦାରମାନେ ଆଶା ରଖିଥିଲେ। ହେଲେ ସରକାର ନିକଟରେ ଗ୍ରହଣ କରିଥିବା ପଦକ୍ଷେପ ସବୁ ବର୍ଗର ଏମ୍‌ଏସ୍‌ଏମ୍‌ଇ ଗୁଡିକ ଲାଗି ଫଳପ୍ରଦ ହେବ ବୋଲି ସେ ନେଇ ଶିଳ୍ପ ଜଗତ ସନ୍ଦିହାନ ରହିଛି।
ବର୍ତ୍ତମାନର ସଙ୍କଟ ସମୟରେ ସରକାରଙ୍କ ପକ୍ଷରୁ କିଛି ବିଶେଷ ବିଶେଷ ସୁବିଧା ସୁଯୋଗ ମିଳିବ ବୋଲି କ୍ଷୁଦ୍ରଶିଳ୍ପଗୁଡିକ ଆଶାବାନ୍ଧି ରହିଥିଲେ। ହେଲେ ସରକାର ତାଙ୍କ ପ୍ୟାକେଜରେ ଋଣ ନେଇ ଋଣ ଶୁଝିବା ପଦକ୍ଷେପ ଆଣିଲେ। କ୍ଷତିଗ୍ରସ୍ତ ସ୍ଥିତିରେ ରହିଥିବାରୁ ସରକାର ଆଶ୍ୱସ୍ତି ପ୍ୟାକେଜ ଦେବେ ବୋଲି ଆଶା କରାଯାଉଥିଲା। ଏହି ପ୍ୟାକେଜରେ ସରକାରୀ ସବ୍‌ସିଡି, ଋଣ ଉପରେ ସୁଧ ହାର ରିହାତି ଭଳି ଅନ୍ୟ ପଦକ୍ଷେପ ଆସିବ ବୋଲି ଶିଳ୍ପ ଆଶାବାନ ଥିଲା। ହେଲେ ବର୍ତ୍ତମାନ ଶିଳ୍ପଗୁଡିକ ପୂର୍ବଭଳି ସମାନ ସୁଧହାରରେ ଋଣ ନେବେ। ଯଦି ବର୍ତ୍ତମାନ କମ୍‌ ସୁଧହାରରେ କ୍ଷୁଦ୍ର ଶିଳ୍ପଙ୍କୁ ଋଣ ମିଳିଥାନ୍ତା ଏହା ସୁବିଧା ପ୍ରଦାନ କରିଥାନ୍ତା। ବିନା ଗ୍ୟାରେଣ୍ଟିରେ ଯେଉଁ ଋଣ ସରକାର ଘୋଷଣା କରିଛନ୍ତି ତାହା କିଛି ନୂଆ କଥା ନୁହେଁ। ବର୍ତ୍ତମାନ ମଧ୍ୟ ବ୍ୟାଙ୍କଗୁଡିକ ବିନା ଗ୍ୟାରେଣ୍ଟିରେ ଋଣ ଦେଉଛନ୍ତି। ଏହି ନିୟମ ରହିଥିଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ ବେଳକୁ ଏହାକୁ ଅଣ ଦେଖା କରାଯାଉଥିବା ଶିଳ୍ପ ସୂତ୍ରରୁ ଜଣାପଡିଛି। ଏଠାରେ କେବଳ ଗୋଟିଏ କଥା ଭଲ ବୋଲି କୁହାଯାଇ ପାରେ। ପ୍ୟାକେଜରେ ଆସିଥିବା ‘ଫଣ୍ଡସ ଅଫ୍‌ ଫଣ୍ଡସ’ କିଛି ଲାଭ ଦେବ ବୋଲି କୁହାଯାଉଛି। କାରଣ ଭଲ ସ୍ଥିତିରେ ଥିବା କ୍ଷୁଦ୍ରଶିଳ୍ପଗୁଡିକର ସମ୍ପ୍ରସାରଣ ଏବଂ ଆଧୁନିକିକରଣ ଦିଗରେ ଏହା ସହାୟକ ହେବ। ଏହା ମଧ୍ୟ ଋଣ ଆକାରରେ ମିଳିବ। ଏଥିରେ ମଧ୍ୟ ପ୍ରୋତ୍ସାହନ କ’ଣ ରହିଛି ବୋଲି ଶିଳ୍ପପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦ୍ୟୋଗୀଙ୍କୁ ବ୍ୟାଙ୍କ ସୁଧ ଖାଇ ଯାଉଥିବା ବେଳେ ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ରିହାତି ହାରରେ ସୁଧ ପାଇବା ଆଶା ମଧ୍ୟ ମଉଳିଗଲା। ଭାୟାବିଲିଟି ପାଣ୍ଠି ବ୍ୟବସ୍ଥା ନେଇ ମଧ୍ୟ ସରକାର ପଦକ୍ଷେପ ନେବେ ବୋଲି କୁହାଯାଉଥିଲା। ହେଲେ ସେଭଳି କିଛି ହେଲା ନାହିଁ। ସରକାର କର୍ପୋରେଟ ସୁଧ ବେପାରୀ ଭଳି କାମ କରୁଥିବାରୁ ଶିଳ୍ପ ଅଂଶୀଦାରଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି।
ବର୍ତ୍ତମାନର ପଦକ୍ଷେପ କେବଳ ପ୍ରତିଷ୍ଠିତ ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସହାୟକ ହେବ ବୋଲି କୁହାଯାଉଛି। ବଜାରରେ ଏବେ ଖାଦ୍ୟ ସାମଗ୍ରୀ ଏବଂ ମେଡିସିନ ବାଦ ଅନ୍ୟ ବର୍ଗରେ ଏମ୍‌ଏସ୍‌ଏମ୍‌ଇଗୁଡିକର କାରବାର ପ୍ରାୟତଃ ନାହିଁ। ସାମଗ୍ରୀ ଉତ୍ପାଦନ କରିଲେ ମଧ୍ୟ ଏହାକୁ ବିକ୍ରି କରିବା ଚିନ୍ତାରେ ଏମ୍‌ଏସ୍‌ଏମ୍‌ଇ ରହିଛି। ଏଭଳି ସ୍ଥିତିରେ ଋଣ ଘୋଷଣା କଲେ ମଧ୍ୟ କ୍ଷୁଦ୍ର ଶିଳ୍ପ କିଭଳି ଋଣ ଆଣିବ। କାରଣ ବାଣିଜ୍ୟ କାରବାର ବଢାଇବା ଏବେ ଯୋଜନା ନାହିଁ। ନିବେଶ ଯୋଜନା ନେଇ ଚିନ୍ତା କରିବା ଆଗରୁ ଅନେକ ପ୍ରସଙ୍ଗକୁ କ୍ଷୁଦ୍ର ଶିଳ୍ପ ବିଚାର କରୁଛନ୍ତି। କାରଣ ସାମଗ୍ରୀ ଉତ୍ପାଦନ ହେଲେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ଏହବାଦ ସାମଗ୍ରୀ ବିକ୍ରିରେ ଅସୁବିଧା, କାରବାର ନ ହେଲେ ଋଣ ପଇଠ ଭଳି ସମସ୍ୟା କମ୍ପାନୀଙ୍କୁ ମାଡି ପଡୁଛି। ଦେବାଳିଆ ହେଲେ ମଧ୍ୟ କମ୍ପାନୀଗୁଡିକ ଉଠାଇବା ଲାଗି ସେମିତି କିଛି ଠୋସ ପଦକ୍ଷେପ ନାହିଁ। ଏଣୁ ଏଭଳି ସମୟରେ ଋଣ ଆଣି କାରବାର କରିବାକୁ କ୍ଷୁଦ୍ର ବ୍ୟବସାୟୀମାନେ ଡରୁଛନ୍ତି।
ଏହି ପରିପ୍ରେକ୍ଷୀରେ କ୍ଷୁଦ୍ର ଶିଳ୍ପ ସଂଘ ଓସମେର ମହାସଚିବ ସାତ୍ୱିକ ସ୍ବାଇଁ କହିଛନ୍ତି, କ୍ଷୁଦ୍ର ଶିଳ୍ପ ଲାଗି ପ୍ୟାକେଜରେ ସରକାର ବିଶେଷ କିଛି ପଦକ୍ଷେପ ଆଣିଲେ ନାହିଁ। ଯାହା ବି ଆସିଲା ସବୁ ବର୍ଗର ଏମ୍‌ଏସ୍‌ଏମ୍‌ଇ ଏହା ଦ୍ୱାରା ଲାଭବାନ ହେବେ ନାହିଁ। ସରକାରଙ୍କ ପ୍ୟାକେଜରେ ସମସ୍ତେ ଋଣ ପାଇଯିବେ ବୋଲି ଲୋକେ ବିଚାର କରୁଛନ୍ତି। ମାତ୍ର ଏହା ପ୍ରକୃତ ପକ୍ଷେ ଠିକ୍‌ ନୁହେଁ। ଭଲ ଭାବେ ଚାଲୁଥିବା କ୍ଷୁଦ୍ର ଶିଳ୍ପଗୁଡିକୁ ହିଁ ଋଣ ମିଳିବ। ନୂଆ ମାନଙ୍କ ପାଇଁ କିଛି ଲାଭ ଏଥିରେ ନାହିଁ। ସରକାରଙ୍କ ଘୋଷଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ଏଯାଏ କିଛି ଗାଇଡଲାଇନ ଆସିନାହିଁ। କ୍ଷୁଦ୍ର ଶିଳ୍ପଗୁଡିକ ସମସ୍ୟାରେ ଅଛନ୍ତି। ଅନେକ କ୍ଷୁଦ୍ରଶିଳ୍ପ ଉତ୍ପାଦନ ଆରମ୍ଭ କରି ନାହାନ୍ତି। ଲୋକମାନେ ଏବେ ନଗଦ ଅର୍ଥ ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି। ଯାହାର ପ୍ରଭାବ ବଜାର ଉପରେ ରହିଛି। ମାନ୍ଦାବସ୍ଥା, ଦେଶର କର୍ପୋରେଟ କ୍ଷେତ୍ର ସମସ୍ୟା, ଆଇଟି, ଟେଲିକମ ସହ ଅନ୍ୟ ସବୁ କ୍ଷେତ୍ର ପ୍ରଭାବିତ ହୋଇ ରହିଛି। ଏହାର ଚାପ ସମଗ୍ର ବଜାର ଉପରେ ପଡିଛି। ବଜାର ସ୍ଥିତି ଭଲ ନ ଥିବାରୁ ଏମ୍‌ଏସ୍‌ଏମ୍‌ଇ ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ସରକାର ବଜାରରେ ଚାହିଦା ଫେରାଇ ଆଣିବା ଲାଗି ଲୋକଙ୍କ ନିକଟରୁ କିଭଳି ଅଧିକ ଅର୍ଥ ଆସି ପାରିବ ସେ ଦିଗରେ ପଦକ୍ଷେପ ନେବା ଆବଶ୍ୟକ।
ସେ କହିଛନ୍ତି ପୁଣି ଯେ, ସରକାର କ୍ଷୁଦ୍ର ଶିଳ୍ପକୁ କମ୍‌ ସୁଧ ହାରରେ ଋଣ ପ୍ରଦାନ କରିବା ଉଚିଚ। କେନ୍ଦ୍ର ସରକାରଙ୍କ ଘୋଷଣାକୁ ନେଇ ବେଶି କିଛି ଆଶା ନାହିଁ। ରାଜ୍ୟ ସରକାରଙ୍କ ଉପରେ ବହୁତ ବଡ ଆଶା ରହିଛି। ଏମ୍‌ଏସ୍‌ଏମ୍‌ଇକୁ ପୁନରୁଦ୍ଧାର କରିବା ଲାଗି ରାଜ୍ୟ ସରକାର ଏକ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି। ରାଜ୍ୟ ଅର୍ଥମନ୍ତ୍ରୀ ଏହାର ଅଧ୍ୟକ୍ଷ ଭାବେ କାମ କରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ ହୋଇଛନ୍ତି। ୮୦% ୟୁନିଟ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ବିଦ୍ୟୁତ ଦେୟ କ୍ଷେତ୍ରରେ କମ୍ପାନୀଗୁଡିକ ଲାଗି ସମସ୍ୟା ରହିଛି ତାହାକୁ ସରକାର ବିଚାର କରନ୍ତୁ।
ଆସୋସିଏଏଶନ ଅଫ୍‌ ଇଣ୍ଡଷ୍ଟ୍ର୍ରିଆଲ ଏଣ୍ଟରପ୍ରିନ୍ୟୋର ଅଫ୍‌ ଭୁବନେଶ୍ୱର (ଏଆଇବିଏ)ର ସଭାପତି ବିଦ୍ୟୁତ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାର ଶିଳ୍ପଗୁଡିକୁ ସହାୟତା ଦେବା ପରିବର୍ତ୍ତେ ଲୋନ ମେଳା କରିଲେ। ମୋରାଟୋରିୟମ ଦିଆଗଲେ ମଧ୍ୟ ସୁଧ ରିହାତି ମିଳିଲା ନାହିଁ। ଯେତିକି ଆଶା ଥିଲା ସରକାର ପ୍ରଦାନ କରିଲେ ନାହିଁ। ସରକାରଙ୍କ ଉପରେ ଲୋକମାନଙ୍କର ବୃହତ୍ତ ପରିମାଣର ରିଫଣ୍ଡ ରହିଛି। ହେଲେ ସରକାର ବର୍ତ୍ତମାନ ପ୍ରଦାନ କରିଥିବା ପ୍ୟାକେଜରେ ଦେଇଥିବା ରିଫଣ୍ଡକୁ ଷ୍ଟିମୁଲସ ବୋଲି ବିଚାର କରିଛନ୍ତି। ବର୍ତ୍ତମାନ କ୍ଷୁଦ୍ର ଶିଳ୍ପ ଏକ ଅସୁବିଧା ସମୟ ଦେଇ ଗତି କରୁଥିବା ବେଳେ ସରକାର କିଛି କରିବେ ବୋଲି ଭାବୁ ଥିଲୁ, ହେଲେ ଯାହା ଘୋଷଣା ହେଲା ତାହା ଆମ ପାଇଁ ବିଶେଷ ଲାଭ ଦାୟକ ହେବ ବୋଲି ଆଶା ନାହିଁ।ବଜାରରେ ଏବେ ଡିମାଣ୍ଡ ନାହିଁ। ଏ ଦିଗରେ ପଦକ୍ଷେପ ନିଆଗଲେ କ୍ଷୁଦ୍ର ଶିଳ୍ପଗୁଡିକ ଏହା ଦ୍ୱାରା ସୁବିଧା ପାଇବେ। ସେହିଭଳି ଏମ୍‌ଏସ୍‌ଏମ୍‌ଇଗୁଡିକ କଥା ବୁଝିବାରେ ରାଜ୍ୟଗୁଡିକ ଭଲ ଭାବେ କାମ କରିପାରିବେ। ଏଣୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ମାଧ୍ୟମରେ ଏମ୍‌ଏସ୍‌ଏମ୍‌ଇଗୁଡିକୁ ସହାୟତା ଯୋଗାଣ ଦିଗରେ କାମ କରନ୍ତୁ।
ୟୁନିଭର୍ସାଲ ସ୍ପାଇସେସ ଆଣ୍ଡ ପଲସେସ୍‌ ଲିମିଟେଡର ସ୍ବତ୍ୱାଧିକାରୀ ଜ୍ୟୋତିର୍ମୟୀ ମହାନ୍ତି କହିଛନ୍ତି ଯେ, ଶ୍ରମିକ କ୍ଷମତା କମିବା ଯୋଗୁ ଏବେ ଉତ୍ପାଦନ ପ୍ରଭାବିତ ରହିଛି। ଚାହିଦା ପୂରଣ କରିବା ଲାଗି କଞ୍ଚାମାଲ ମିଳିବା ସମସ୍ୟା ଉପୁଜୁଛି। କାରଣ ସାରା ଦେଶରେ ଲକ୍‌ଡାଉନ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନ ଥିବାରୁ କଞ୍ଚାମାଲ ଆସିବା ଅସୁବିଧା ରହିଛି। କଞ୍ଚାମାଲ ମୂଲ୍ୟ ମଧ୍ୟ ବଢିଛି। ଲଜିଷ୍ଟିକ ଖର୍ଚ୍ଚ ବଢିବା, ଶ୍ରମିକ ନ ଥିବାରୁ ଲୋଡିଂ ଅନଲୋଡିଂ ଚାର୍ଜ ପ୍ରାୟ ୨ରୁ ୩ ଗୁଣ ବଢିଛି। ପରିବହନ ବି ଖର୍ଚ୍ଚ ବଢିଛି। ସାମଗ୍ରୀ ଉତ୍ପାଦନ କରିଲେ ମଧ୍ୟ ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜୁଛି। ୧୨ ଘଣ୍ଟା କାମ କରିବା ଲାଗି ଲୋକ ରାଜି ହେଉ ନାହାନ୍ତି। ୩୦ରୁ ୪୦% କର୍ମଚାରୀଙ୍କୁ ନେଇ କାମ କରିବା ସମସ୍ୟା ଉପୁଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri